ଅନ୍ୟ

ପ୍ରାଚ୍ୟ ଫଳ ମାଛି

Bactrocera dorsalis

ପୋକ

5 mins to read

ସଂକ୍ଷେପରେ

  • ପାଚିଲା କଦଳୀରେ ଅଣ୍ଡା ଦିଆ ଯାଇଥିବା ଦାଗ ସବୁ ଠିକ କଣା ହୋଇଥିବା ଜାଗାର ଚାରି ପାଖରେ ପଚା ଦାଗ ପରି ଦେଖାଯାଏ.
  • ଏହାର ଲାର୍ଭା ଫଳକୁ ଖାଇଥାନ୍ତି ଯାହାଫଳରେ ଧୀରେ ଧୀରେ ଏହା ପଚିଯାଏ.
  • ଅବସରଵାଦୀ ରୋଗକାରକ ଅଣୁଜୀବ ଏହି ପାଚିଥିବା ଟିସୁରେ ବସା ବାନ୍ଧିଥାନ୍ତି.

ମଧ୍ୟ ଦେଖା ଯାଇପାରେ

16 ଫସଲ ଗୁଡିକ
ଆପେଲ
ଆପ୍ରିକଟ
କଦଳୀ
କଲରା
More

ଅନ୍ୟ

ଲକ୍ଷଣ

ପ୍ରାଚ୍ୟ ଫଳ ମାଛି କେବଳ ପାଚିଲା କଦଳୀ କୁ ଆକ୍ରମଣ କରିଥାଏ. କିନ୍ତୁ ଯୋଜନାବଦ୍ଧ ଅମଳ ତାରିଖରୁ ସପ୍ତାହେ ଧରି ଗଛରେ ଲାଗି ଥିବା କଞ୍ଚା ଫଳ ଏହି ପୋକ ପାଇଁ ସଂବେଦନଶୀଳ ନୁହେଁ. କିସମ ଉପରେ ନୀର୍ଭର କରି, ଅମଳ କରା ଯାଇଥିବା ଫଳ ମଧ୍ୟ 1-4 ଦିନ ପର୍ଯ୍ୟନ୍ତ ମାଛି ସଂକ୍ରମଣରୁ ବଞ୍ଚିପାରେ. ପାଚିଲା ଫଳରେ ଟିସୁ ରେ କ୍ଷତ ହେବା ତଥା ଫଳ ଲାର୍ଭା ସଂକ୍ରମଣ ଦ୍ୱାରା ପଚି ଯାଏ. ଅଣ୍ଡା ଦିଆଯାଇଥିବା କଣା ଚାରିପାଖରେ ପଚା ଦାଗ ଦେଖାଯାଏ. ଫଳରେ କୌଣସି ଯାନ୍ତ୍ରିକ ଆଘାତ ହେଲେ ତାର ଚୋପା ଠିକ୍ ରହି ନଥାଏ ଏବଂ ଫଳ ଭିତରେ ଅଣ୍ଡା ଦେବା ପାଇଁ ସୁହାଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଜାଲ ସହିତ ବ୍ୟାକ୍ଟ୍ରୋସେରା ଡୋର୍ସାଲିସ୍ (Bactrocera Dorsalis) ପ୍ରଜାତିର ପ୍ରଯଜନ ପାଇଁ ଅକ୍ଷମ ଅଣ୍ଡିରା ମାଛିକୁ ବ୍ୟବହାର କରି ଜାପାନର କିଛି ବଗିଚାରେ ରେ ଏହି ଫଳମାଛିର ନିୟନ୍ତ୍ରଣ କରାଯାଇଅଛି. ପ୍ରୋଟିନ ଚାରା ସହ ଉପଯୁକ୍ତ କୀଟନାଶକ ଯେମିତିକି ସ୍ଟିନୋସାଡ଼(Spinosad) ମିଶାଇ ସ୍ପ୍ରେ କରନ୍ତୁ. ମାଛି ସଂଖ୍ୟା ନିରୀକ୍ଷଣ ପାଇଁ ଫେରମୋନ ଜାଲ ବ୍ୟବହାର କରନ୍ତୁ. ଯଦି ଫେରମୋନ ଜାଲ ରେ ଲଗାତାର 3 ଦିନ ଧରି 8 ରୁ ଅଧିକ ମାଛି ମିଳନ୍ତି କିମ୍ବା 10% ଫୁଲ ଖରାପ ହୋଇଥାଏ କିମ୍ବା 10% ସବୁଜ ବକରା ଫସଲରେ ଦେଖାଯାଏ ତାହେଲେ ଅନୁମୋଦିତ ରାସାୟନିକ ନିୟନ୍ତ୍ରଣ ପଦ୍ଧତି ସାଙ୍ଗେ ସାଙ୍ଗେ ଅବଲମ୍ବନ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଯଦି ଫେରମୋନ ଟ୍ରାପ ରେ ଲଗାତାର 3 ଦିନ ଧରି 8 ରୁ ଅଧିକ ମାଛି ମିଳନ୍ତି କିମ୍ବା 10% ଫୁଲ ଖରାପ ହୋଇଥାଏ କିମ୍ବା 10% ସବୁଜ ବକରା ଫସଲରେ ଦେଖାଯାଏ ତାହେଲେ ନିମ୍ନଲିଖିତ ନିୟନ୍ତ୍ରଣ ପଦ୍ଧତି ଅବଲମ୍ବନ କରନ୍ତୁ. ମାଲାଥିଅନ କିମ୍ବା ଅନ୍ୟ ଉପଯୁକ୍ତ କୀଟନାଶକ ପ୍ରୋଟିନ ମିଶ୍ରଣ ସହିତ ଟ୍ରାପ ରେ ବ୍ୟବହାର କରନ୍ତୁ. ବ୍ୟାପକ ରୂପେ ବ୍ୟବହାର କରାଯାଉଥିବା ପ୍ରୋଟିନ ହାଇଡ୍ରୋଲିସିସ ହୋଇ ମିଶ୍ରଣ ରେ ରହିଥାଏ ଯାହା କେତେକ କ୍ଷେତ୍ରରେ ଗଛ ପାଇଁ ମଧ୍ୟ ବିଷାକ୍ତ ହୋଇପାରେ. ଆଲୋକ ଦ୍ୱାରା ସକ୍ରିୟ ହୋଇଥିବା ଜାନ୍ଥେନ ଡାଇ ଏକ ପ୍ରଭାବୀ ବିକଳ୍ପ ବି.ଡୋର୍ସାଲିସ୍ (B. Dorsalis) ର ଅଣ୍ଡିରା ମାଛି ମିଥାଇଲ ଇଉଗନଲ (4-allyl-1,2-dimethoxybenzene) ପ୍ରତି ବେଳେବେଳେ ବହୁତ ସଂଖ୍ୟାରେ ଆକର୍ଷିତ ହୋଇଥାନ୍ତି.

ଏହାର କାରଣ କଣ

ଏହି ରୋଗର କ୍ଷତି ପ୍ରାଚ୍ୟ ଫଳ ମାଛି ବ୍ୟାକ୍ଟ୍ରୋସେରା ଡୋର୍ସାଲିସ୍ (Bactrocera Dorsalis) ଦ୍ୱାରା ହୋଇଥାଏ. ଏହି ମାଛିର ରଙ୍ଗ ଅଲଗା ଅଲଗା ହୋଇପାରେ କିନ୍ତୁ ମୁଖ୍ୟତଃ ହଳଦିଆ ଓ ଗାଢ଼ ବାଦାମୀ ରଙ୍ଗ ହୋଇଥାଏ ଏବଂ ଏହାର ବେକରେ କଳା ଚିହ୍ନ ଥାଏ. ଖରା ଦିନରେ ଅଣ୍ଡାରୁ ବୟସ୍କ ମାଛି ହେବ ପାଇଁ 16 ଦିନ ଲାଗିଥାଏ କିନ୍ତୁ ଥଣ୍ଡା ପାଗରେ ଏହି ସମୟ ଯଥେଷ୍ଟ ଭାବେ ବଢ଼ିଯାଇଥାଏ. ମାଈ ମାଛି 1200 ରୁ 1500 ଅଣ୍ଡା ପାଚିଲା ଫଳରେ ତାର ଜୀବନ କାଳରେ ଦେଇଥାଏ ଏବଂ ଯଦି ଏହି ପୋକର ନିୟନ୍ତ୍ରଣ କର ନଯାଏ ଏହାଦ୍ୱାରା ଯଥେଷ୍ଟ କ୍ଷତି ହୋଇଥାଏ. ପାଚିଲା କଦଳୀ ଖାଇଲା ପରେ ପରିପକ୍ଵ ଲାର୍ଭା ବାହାରି ତଳେ ପଡ଼ିଯାଏ ଏବଂ ତମ୍ବାଳିଆ ରୁ ଗାଢ଼ ବାଦାମୀ ରଙ୍ଗର ପ୍ୟୁପା ରେ ପରିଣତ ହୁଏ. ପ୍ୟୁପାରୁ ବାହାରିଲା ପରେ ବୟସ୍କ ମାଛିକୁ ପ୍ରଜନନକ୍ଷମ ହେବ ପାଇଁ 9 ଦିନ ଲାଗିଥାଏ. କଦଳୀ ବ୍ୟତୀତ ଆଭୋକାଡୋ, ଆମ୍ବ ଏବଂ ଅମୃତଭଣ୍ଡା କୁ ଏହି ମାଛି ସାଧାରଣ ଭାବେ ଆକ୍ରମଣ କରିଥାଏ. ଅନ୍ୟ ଫସଲ ହେଲା ଟାକୁଆ ଥିବା ଫଳ, ଲେମ୍ବୁ ଜାତୀୟ ଫଳ, କଫି, ଅଞ୍ଜୁର, ପିଜୁଳି, ପାସନ ଫଳ, ନାଶପାତି, ପର୍ସିମନ, ସପୁରୀ ଓ ଟମାଟ ଇତ୍ୟାଦି.


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ଥାଏ ତାହେଲେ, ପ୍ରତିରୋଧି କିସମ ର ବିହନ ଲଗାନ୍ତୁ.
  • ସଂକ୍ରମିତ ଓ ବଜ଼ାର ପାଇଁ ଅନୁପଯୁକ୍ତ ଫଳ ନଷ୍ଟ କରିଦିଅନ୍ତୁ.
  • ଫଳ ଗଛ ତଳେ ଥିବା ମାଟିକୁ ଖୁରୁପୁଣି କରି ପ୍ୟୁପା ଗୁଡ଼ିକୁ ଅସ୍ତବ୍ୟସ୍ତ କରି ଦିଅନ୍ତୁ.
  • ଫେରମୋନ ଟ୍ରାପ ରେ ମିଥାଇଲ ଇଉଗନଲ (Methyl Eugenol) ବ୍ୟବହାର କରି ଅଣ୍ଡିରା ମାଛିକୁ ଆକର୍ଷିତ କରିହେବ.
  • ଫଳ ପାଚିବା ପୂର୍ବରୁ ପୁରୁଣା ଖବରକାଗଜ, କାଗଜ ବ୍ୟାଗ କିମ୍ବା ପଲିଥିନ ରେ ଗୁଡ଼ାଇ ରଖନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ