କଦଳୀ

କଦଳୀର ମୋକ ରୋଗ

Ralstonia solanacearum

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ସଂକ୍ରମିତ ଗଛର ପତ୍ର ଝାଉଂଳିବାକୁ ଆରମ୍ଭ କରେ ଓ ପରେ କ୍ଷୟ ହୁଏ ।ଯେତେବେଳେ କଟାଯାଏ , ସ୍ଵଛ ,ଫିକା ହଳଦିଆ ଠୁ ବାଦାମୀ ବର୍ଣହୀନ ଊର୍ଦ୍ଧ୍ଵ ବାହୀ ଟିସୁରେ ଦେଖାଯାଏ । ସଂକ୍ରମିତ ଫଳ ବିକୃତ ହୁଏ ଓ ଶୁକୁଟିଯାଏ କାରଣ ପଚିବା ଯୋଗୁଁ ଫଳ ରସ ନଷ୍ଟ ହୋଇଯାଏ । ଫଳ ଖୋଲିଲେ ବୀଜାଣୁ କ୍ଷର ସ୍ପଷ୍ଟ ଜଣାପଡେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

ସଂକ୍ରମିତ ଗଛର ନୂଆ ପତ୍ର ଝାଉଂଳିବାକୁ ଆରମ୍ଭ କରେ , ପରେ ମରିଯାଏ । ଡେମ୍ଫ ଶକ୍ତି ହରାଏ ଯାହା ଫଳରେ ସବୁଜ ପତ୍ର ଝୁଲି ରହେ ଓ ଗଛର ଚେହେରା ଦୁର୍ବଳ ହୋଇଯାଏ । ରୋଗ ଅଧିକ ହେବା ବେଳେ ପୁରୁଣା ପତ୍ର ମଧ୍ୟ ପ୍ରଭାବିତ ହୁଏ । ।ଯେତେବେଳେ କଟାଯାଏ , ସ୍ଵଛ ,ଫିକା ହଳଦିଆ ଠୁ ବାଦାମୀ ବର୍ଣହୀନ ଊର୍ଦ୍ଧ୍ଵ ବାହୀ ଟିସୁରେ ଦେଖାଯାଏ । ସଂକ୍ରମିତ ଫଳ ବିକୃତ ହୁଏ ଓ ଶୁକୁଟିଯାଏ କାରଣ ପଚିବା ଯୋଗୁଁ ଫଳ ରସ ନଷ୍ଟ ହୋଇଯାଏ । ଫଳ ଖୋଲିଲେ ବୀଜାଣୁ କ୍ଷର ସ୍ପଷ୍ଟ ଜଣାପଡେ ।ପରିବାହୀ ଟିସୁରେ ବୀଜାଣୁ ବଢନ୍ତି ଓ ଜଳ ଏବଂ ପୋଷକ ଉପର ଅଂଶକୁ ପରିବହନରେ ବାଧା ସୃଷ୍ଟି କରନ୍ତି ।

Recommendations

ଜୈବିକ ନିୟନ୍ତ୍ରଣ

ଗଛ ଚାରିପଟେ ବ୍ଲିଚିଙ୍ଗ ଗୁଣ୍ଡ ପ୍ରୟୋଗ କାଲେ ରୋଗ ବୃଦ୍ଧିକୁ ରୋକି ହେବ । 1% ବୋର୍ଡୋକ୍ସ , 0.4 % କପର ଅକ୍କ୍ସିକ୍ଲୋରାଇଡ କିମ୍ବା ବୀଜାଣୁନାଶକ ଯଥା ଷ୍ଟ୍ରେପ୍ତୋମାଇସିନ କିମ୍ବା ଷ୍ଟ୍ରେପ୍ତୋସାଇକ୍ଲିନ (5ଗ୍ରାମ ପ୍ରତି ଲିଟର ) ରେ ମାଟି ଓଦା କରାଯାଏ । ଚାରାକୁ 0.4% କପର ଅକ୍କ୍ସିକ୍ଲୋରାଇଡ ( 4 ଗ୍ରାମ ପ୍ରତି ଲିଟର )30 ମିନଟ ପାଇଁ ଉପଚାର କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା , ଜୈବିକ ଉପଚାର ସହ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ମୋକୋ ରୋଗ ପାଇଁ ସିଧାସଳଖ ରାସାଯନିକ ନିୟନ୍ତ୍ରଣ ନାହି ।

ଏହାର କାରଣ କଣ

ରାଳସ୍ତୋନିଆ ସୋଲାନାସେରମ ନାମକ ବୀଜାଣୁ ଯୋଗୁଁ କଦଳୀର ମୋକୋ ରୋଗ ହୁଏ । ଏହି ବୀଜାଣୁ ସଂକ୍ରମିତ ଗଛ ଟିସୁରେ ବର୍ଷ ସାରା ଏବଂ ମାଟିରେ 18 ମାସ ପର୍ଯ୍ୟନ୍ତ ତିଷ୍ଠି ରହେ । ଉଚ୍ଚ ତାପମାତ୍ରା ଓ ମାଟିର ଉଚ୍ଚ ଆର୍ଦ୍ରତା ରୋଗ ପାଇଁ ଅନୁକୂଳ ଅଟେ । ରୋଗକାରୀ ବୀଜାଣୁ ଗଛକୁ ଗଛ ବିଭିନ୍ନ ଉପାୟରେ ବିସ୍ତାର ଲାଭ କରେ । ଗଛର ସବୁ ଅଂଶ ( ଚେର ରୁ ଫଳ ଚୋପା ) ସଂକ୍ରମଣର ପ୍ରଚ୍ଛନ୍ନ ଉତ୍ସ ଅଟେ । ଏହି କାରଣରୁ କାଟାଛାଣ୍ଟ କିମ୍ବା ଗଛର କ୍ଷତ କରାଯିବା ଉଚିତ ନାହି । ସଂକ୍ରମିତ ମାଟି ,ଯେତେବେଳେ ଗାଡିର ଟାଇର ,ଯନ୍ତ୍ରପାତି ଚପଲ ,ପଶୁ ଦ୍ଵାରା ପରିବାହିତ ହୁଏ ,ସଂକ୍ରମଣ ବିସ୍ତାର କରେ । କୀଟ ଓ ପକ୍ଷୀ ଯିଏ ଫୁଲ ଖାଏ (ମହୁମାଛି ବିରୁଡି ଓ ଫଳ ମାଛି )ମଧ୍ୟ ଏହି ରୋଗ ବିସ୍ତାର କରିବାରେ ଅନ୍ୟାନ ବିକଳ୍ପ ପୋଷକ ରୂପେ କାମ କରେ । ଏହି ରୋଗ ମଧ୍ୟ ଜଳ ପ୍ରବାହ ଓ ଜଳ ସେଚନରେ ବିସ୍ତାର କରେ ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ସୁସ୍ଥ ଗଛ ଅଂଶ ଲଗାନ୍ତୁ । ରୋଗ ଲକ୍ଷଣ ଜାଣିବା ପାଇଁ ନିୟମିତ କ୍ଷେତ୍ର ନିରୀକ୍ଷଣ କରନ୍ତୁ । ଗଛ ଅବଶେଷ କାଢନ୍ତୁ ଓ ଜଳାନ୍ତୁ ନାଳି ଜଳସେଚନ ଦିଅନ୍ତୁ ନାହି ଓ ଯଦି ସମ୍ଭବ ବିଶୋଧିତ ପଣି ଦିଅନ୍ତୁ । ପୁନର୍ବାର ବିସ୍ତାର ନ ହେବା ପାଇଁ ଯନ୍ତ୍ରପାତି , ଚପଲ ଓ ଗାଡି ଟାଇର ବିଶୋଧନ କରନ୍ତୁ । ଗଛ ମୂଳେ 10 % ତାଜା ଗୋବର ମଣ୍ଡ ଦିଅନ୍ତୁ । କ୍ଷେତ୍ରରୁ ଘାସ ଓ ହେଲିକନିଆ ଜାତି କାଢନ୍ତୁ । ଉତ୍ତମ ନିଷ୍କାସନ କରନ୍ତୁ । ଅତି କମରେ ଜମି 6 ମାସ ପଡିଆ ପକାନ୍ତୁ । 12 ମାସ ପାଇଁ ଫସଲ ପର୍ଯ୍ୟାୟ ଅବଲମ୍ବନ କରନ୍ତୁ ।ରୋଗ ବିସ୍ତାର ନିବାରଣ କରିବା ପାଇଁ ଫରାସୀ ଗେଣ୍ଡୁ ଗଛ ଛାଦି ଭାବେ ବ୍ୟବହାର କରନ୍ତୁ । କ୍ଷେତ୍ର କାମ ବେଳେ ଗଛକୁ ଆଘାତ ଦିଅନ୍ତୁ ନାହି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ