କଦଳୀ

କଦଳୀର ମଞ୍ଜ କଳା ରୋଗ

Fusarium oxysporum

ଫିମ୍ପି

5 mins to read

ସଂକ୍ଷେପରେ

  • ପୁରୁଣା ପତ୍ର ଝାଉଂଳି ଯାଏ ଓ ହଳଦିଆ ପଡିଯାଏ । ପତ୍ର ଗୁଡିକ ବାଦାମୀ ହୋଇଯାଏ ଓ ଛିନ୍ନ ବିଚ୍ଛିନ୍ନ ହୋଇଯାଏ । କାଣ୍ଡ ଖଣ୍ଡ ବିଖଣ୍ଡିତ ହୋଇଯାଏ । କାଣ୍ଡରେ ହଳଦିଆ ଓ ବାଦାମୀ କିମ୍ବା ମିଶ୍ରିତ ଚିହ୍ନ ଦେଖାଯାଏ । କାଣ୍ଡ ଭିତରେ ଟିସୂ ବର୍ଣ ହୀନ ହୋଇଯାଏ । ଗଛର ସବୁ ଅଂଶ ପଚିଯାଏ ଓ ମରିଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

କଦଳୀ କିସମ ,ରୋଗକାରୀ ଜୀବାଣୁର ଶକ୍ତି ଓ ପରିବେଶ ପରିସ୍ଥିତି ଅନୁସାରେ ଏହି ଲକ୍ଷଣ ବଦଳିପାରେ । ଏହି ରୋଗ ପ୍ରଥମେ ପୁରୁଣା ପତ୍ରରେ ଦେଖାଯାଏ ଓ ପରେ ପରେ ଉପରକୁ ନୂଆ ପତ୍ରକୁ ଯାଏ । ଏହି ରୋଗ ହେଲେ ପତ୍ର ଓ ବୃନ୍ତ ବା ଡେମ୍ଫ ହଳଦିଆ ହୋଇ ଝାଊଂଳି ଯାଏ ଏବଂ କାଣ୍ଡର ନିମ୍ନ ଅଂଶରେ ଫାଟ ଦେଖାଯାଏ । ରୋଗଗ୍ରସ୍ତ ପତ୍ରଗୁଡ଼ିକ ବାଦାମୀ ହୋଇ ଶୁଖିଯାଏ ଓ ଡେମ୍ଫରୁ ଭାଙ୍ଗିଯାଏ ଏବଂ କାଣ୍ଡ ଚାରିପଟେ ବଳୟ ପରି ହୁଏ । କାଣ୍ଡ ଉପରେ ହଳଦିଆରୁ ଲାଲ ରଙ୍ଗର ଚିହ୍ନ ଦେଖାଯାଏ । ଏହା କାଣ୍ଡର ନିମ୍ନ ଅଂଶରେ ଅଧିକ ମାତ୍ରାରେ ଦେଖାଯାଏ । ଅନ୍ତଃ ଟିସୂ ଲାଲ ରୁ ଘନ ବାଦାମୀ ବର୍ଣହୀନ ଦେଖାଯାଏ । ଏହା କବକ ବୃଦ୍ଧିର ଲକ୍ଷଣ ଅଟେ । ଘଟଣାକ୍ରମରେ ଭୂମିର ଉପର ଓ ତଳର ସବୁ ଅଂଶର ପାଚିଜାଏ ଓ ମରିଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ରୋଗର ଆବିର୍ଭାବ ଓ ମାତ୍ରା କମାଇବା ପାଇଁ ଟ୍ରାଇକୋଡେର୍ମା ଭିରିଡେ କବକ କିମ୍ବା ସୁଡ଼ୋମୋନାସ ଫ୍ଲୋରେସେନ୍ସ ବାକ୍ଟେରିଆ ଭଳି ଜୈବ-ନିୟନ୍ତ୍ରକ ମାଟିରେ ପ୍ରୟୋଗ କଲେ ଅଧିକ ଫଳପ୍ରସୂ ହୋଇଥାଏ ।

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ,ସର୍ବଦା ସମନ୍ଵିତ ନିରାକରଣ ପଦ୍ଧତି ଓ ଜୈବିକ ପଦ୍ଧତି ମିଶାଇ ନିୟନ୍ତ୍ରଣ କରିବା ବାଞ୍ଛନୀୟ ଅଟେ । କଦଳୀର ଅନ୍ୟ କବକ ଜନିତ ରୋଗ ଭଳି ଏହି ରୋଗ ଲକ୍ଷଣ ଜଣାପଡିଲା ପରେ ଆଉ ନିୟନ୍ତ୍ରିତ ହୋଇପାରେ ନାହି । ନିର୍ଦିଷ୍ଟ କବକ ମରା ଦ୍ରବନରେ ( 10 ଲିଟର ପାଣିରେ 10 ଗ୍ରାମ କବକ ମରା ) କଦଳୀ ଚାରା ବୁଡାଇ ଏବଂ 6 ମାସ ପରେ ପରେ ମାଟିକୁ ଏହି ଦ୍ରବଣରେ ପ୍ରତି ଦୁଇ ମାସରେ ଥରେ ଭିଜାଇଲେ ଏହି ରୋଗ କମେ ।

ଏହାର କାରଣ କଣ

ମଞ୍ଜ କଳା ରୋଗକୁ ଫୂଜାରିଉମ ଝାଉଂଳା ମଧ୍ୟ କୁହାଯାଏ । ଏହା ଫୂଜାରିଉମ ଅକ୍ସିପୋରୁମ ନାମକ କବକ ଯୋଗୁଁ ହୋଇଥାଏ । ଏହା ମାଟିରେ ପ୍ରାୟ ଏକ ଦଶନ୍ଧି ପର୍ଯନ୍ତ ରହିପାରେ । ଜଳ ଭଲଭାବରେ ନିଷ୍କାସିତ ହେଉନଥିବା ଜମିରେ ଏହି ଜୀବାଣୁ ବା କବକ ମୂଳ କେଶ ମଧ୍ୟ ଦେଇ ଗଛ ଭିତରକୁ ପ୍ରବେଶ କରେ । ଜମିର ପାଣି ,ଗାଡି ଓ ଚପଲ ମାଧ୍ୟମରେ ଏହା କିଛି ଦୂର ବିସ୍ତାର କରିପାରେ । ସଂକ୍ରମିତ ବିହନ ସାମଗ୍ରୀ ଦ୍ଵାରା ଦୂର ଜାଗାକୁ ଏହା ବିସ୍ତାର କରିପାରେ । ତାପମାତ୍ରା ଅଧିକ ହେଲେ ଏହା ବୃଦ୍ଧି ହୁଏ । ପରିବହନ ଟିସୂ ନଷ୍ଟି ଯୋଗୁଁ ସବୁଜ ରଙ୍ଗରେ ଓ ବୃଦ୍ଧିରେ ହ୍ରାସ ହୁଏ ଯାହାକି ଜଳ ଓ ପୋଷଣ ପରିବହନରେ ବାଧା ସୃଷ୍ଟି କରେ । ଯଦି ସବୁ ପରିସ୍ଥିତି ଆସେ ତାହା ହେଲେ ଏହା କଦଳୀର ଅତି ମାରାତ୍ମକ ରୋଗ ହୋଇପାରେ ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ସୁସ୍ଥ ବିହନ ସାମଗ୍ରୀ ବ୍ୟବହାର କରନ୍ତୁ । ରୋଗ ପ୍ରତିରୋଧୀ କିସମ ଲଗାନ୍ତୁ । ଉତ୍ତମ ଜଳ ନିଷ୍କାସନ ସୁନିଶ୍ଚିତ କରାନ୍ତୁ ।ପ୍ରତି ଦ୍ଵିତୀୟ ସପ୍ତାହରେ ଗଛ ନିରୀକ୍ଷଣ କରନ୍ତୁ । ରୋଗଗ୍ରସ୍ତ ଗଛ ମାରିବା ପାଇଁ ଗଛମରା ରାସାଯନିକ ବ୍ୟବହାର କରନ୍ତୁ । ଅତି ପ୍ରଭାବିତ ଗଛକୁ ଉପାଡନ୍ତୁ ଏବଂ ଜାଳି ଦିଅନ୍ତୁ । ଅସାବଧାନତାବଶତଃ ସଂକ୍ରମିତ ମାଟି ଅନ୍ୟସ୍ଥାନକୁ ଯେପରି ନ ଯାଏ ସଜ୍ଜାଗ ରୁହନ୍ତୁ । ସୋଡିୟମ ହ୍ୟାପୋକ୍ଲୋରାଇଡ ବ୍ୟବହାର କରି କୃଷି ଯନ୍ତ୍ରପାତିଗୁଡିକୁ ବିଶୋଧିତ କରନ୍ତୁ । ପରବର୍ତୀ 3ରୁ 4 ବର୍ଷ ପର୍ଯ୍ୟନ୍ତ ଅତିମାତ୍ରାରେ ସଂକ୍ରମିତ ଜାଗାରେ କଦଳୀ ଗଛ ଲଗାନ୍ତୁ ନାହି । ଆଖୁ ,ଧାନ କିମ୍ବା ସୂର୍ଯାମୁଖୀ ସହ ଫସଲ ପର୍ୟାୟ କରନ୍ତୁ । ପିଆଜ ଜାତୀୟ ଗଛ ସହ ଅନ୍ତଃ ଫସଲ କରନ୍ତୁ । କବକ ବୃଦ୍ଧିକୁ ପ୍ରତିହତ କରୁଥିବା ଅଣୁଜୀବର ଉପସ୍ଥିତିକୁ ପ୍ରାଧାନ୍ୟ ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ