କଦଳୀ

କଦଳୀର ଝାଲର ଡେଣା ଶୋଷକ କୀଟ

Stephanitis typica

ପୋକ

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଛୋଟ ଧଳା ପାଣ୍ଡୁର ଚିହ୍ନ ଦେଖାଯାଏ । ପତ୍ର ତଳ ପାର୍ଶ୍ଵରେ କଳା ନିର୍ଯ୍ୟାସ ଥାଏ । ପତ୍ର ହଳଦିଆ ହୋଇଯାଏ ଓ ଝାଉଂଳି ଯାଏ । ବଯସ୍କମାନେ ହଳଦିଆ ଠୁ ଧଳା ସ୍ଵଛ ଝାଲର ଭଳି ଡେଣା ଥାଏ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
କଦଳୀ
ହଳଦୀ

କଦଳୀ

ଲକ୍ଷଣ

ଏପରିକି କିଛି ଦୂରରୁ ପତ୍ର ଉପରେ ଏହାର ସଂକ୍ରମଣ ଦେଖିହୁଏ । ବୟସ୍କ ଏବଂ ଛୋଟ ମାନେ ପତ୍ରର ତଳପଟେ ଦେଖାଯାନ୍ତି । ସେଠାରେ ଏକତ୍ର ବହୁ ସଂଖ୍ୟାରେ ବାସ କରନ୍ତି ଓ ପତ୍ର ଖାଆନ୍ତି । ସାଧାରଣଭାବରେ ,ଏମାନେ ମଧ୍ୟ ଶିରାର ଚାରିପଟେ ପତ୍ର ରସ ଶୋଷି ଖାଆନ୍ତି ।ଏହି ଖାଇବା ଯୋଗୁଁ ହୋଇଥିବା କ୍ଷତ ଛୋଟ ଧଳା ,ପାଣ୍ଡୁର ଚିହ୍ନ ପତ୍ରର ଉପର ପଟେ ଦେଖାଯାଏ । ପୋକର କଳା ସ୍ରାବ ପତ୍ରର ତଳ ପଟେ ଦେଖାଯାଏ ।ସମୟ କ୍ରମେ ସେମାନେ ରହୁଥିବା କ୍ଷେତ୍ର ହଳଦିଆ ଠୁ ବାଦାମୀ ରଙ୍ଗ ହୋଇଯାଏ ଓ ଶୁଖିଯାଏ । ଗଛଗୁଡିକର ରୁଗୁଡା (stunted) ବୃଦ୍ଧି ହୁଏ ଏବଂ ଅସୁସ୍ଥ ଦେଖାଯାଆନ୍ତି ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ସଂକ୍ରମଣକୁ ପରାଭକ୍ଷୀ ଷ୍ଟେଟେଥୋକୋନସ ପ୍ରେଫେକ୍ଟସଭଳି ପ୍ରଜାତି କମାଇ ପାରନ୍ତି , ଯଦି ଏହା ସମନ୍ଵିତ ପଦ୍ଧତିରେ ଦିଆଯାଏ । ନିମ୍ବ ତେଲ ଓ ରସୁଣର( 2 %)ମିଶ୍ରଣ ପତ୍ର ସିଞ୍ଚନ କଲେ ଏହାକୁ ନିୟନ୍ତ୍ରଣ କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା , ଜୈବିକ ଉପଚାର ସହିତ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରିବା ଭଲ । ରୋଗ ଦମନ କରିବା ପାଇଁ କୀଟନାଶକର ବ୍ୟବହାର ସାଧାରଣ କାର୍ଯ୍ୟ । ଡାଇମେଥୋଏଟ ଥିବା କୀଟନାଶକର ପତ୍ର ଉପରେ ସିଞ୍ଚନ ପ୍ରୟୋଗ କରାଯାଏ । ଏହି କୀଟନାଶକ ପତ୍ରର ତଳେ ସିଞ୍ଚନ କରାଯାଏ ।

ଏହାର କାରଣ କଣ

ବୟସ୍କମାନେ ହଳଦିଆ ଠୁ ଧଳା ଏବଂ 4 ମି ॰ମି ଆକାରର ସ୍ଵଛ ,ଝାଲର ଭଳି ଡେଣା ଥାଏ । ଏହି ମାଈ ବିଟଲେ ପତ୍ର ତଳେ ପ୍ରାୟ 30ଟି ଅଣ୍ଡା ଦିଏ । ପ୍ରାୟ 12 ଦିନ ପରେ ହଳଦିଆ ଶୂକ ବାହାରେ । ଏହି ବିକାଶ ଅବସ୍ଥା ପ୍ରାୟ 13 ଦିନ ଧରି ଚାଲୁ ରହେ ।ଏ ପର୍ଯ୍ୟନ୍ତ ଏହି ପୋକ ଯୋଗୁଁ ଅମଳ ହ୍ରାସ ସୂଚନା ମିଳି ନାହି ।


ସୁରକ୍ଷାତ୍ମକ ଉପାୟ

  • ସହନୀୟ କିମ୍ବା ପ୍ରତିରୋଧି କିସମ ଗଛ ଲଗାନ୍ତୁ ।ପୋକର ଲକ୍ଷଣ ଦେଖିବା ପାଇଁ ନିୟମିତ ଗଛ କିମ୍ବା କ୍ଷେତ୍ର ନିରୀକ୍ଷଣ କରନ୍ତୁ ।ସଂକ୍ରମଣକୁ ରୋକିବା ପାଇଁ ହାତରେ ତୋଳି ସଂକ୍ରମିତ ବାହ୍ୟ ପତ୍ରକୁ ନଷ୍ଟ କରନ୍ତୁ । ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ