କଦଳୀ

ସିଗାର ବା ଗଭା ପତ୍ର ପଚା ରୋଗ

Trachysphaera fructigena

ଫିମ୍ପି

5 mins to read

ସଂକ୍ଷେପରେ

  • ଫଳ ଅଗରେ ଶୁଷ୍କ ,ଧୂସର କିମ୍ବା କଳାପଚା ଚିହ୍ନ। କବକ ବୃଦ୍ଧି ପୁରା ଫଳକୁ ଆବୃତ କରେ ,ଅସାମାନ୍ୟ ଆକୃତି ହୁଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

ଏହି ରୋଗ ହେଲେ ଶୁଖିଲା ,ଧୂସର ଠୁ କଳା ରଙ୍ଗର ପଚା ଅଂସ ଫୁଲ ଅଗରେ ଦେଖାଯାଏ । ଫୁଲ ଫୁଟିବା ସମୟରେ କବକ ବୃଦ୍ଧି ଆରମ୍ଭ ହୁଏ ଏବଂ ଫଳ ପାଚିବା ପ୍ରକ୍ରିୟାକୁ ପ୍ରଭାବିତ କରେ । ପ୍ରଭାବିତ ଅଂସ ଧୂସର କବକ ବୃଦ୍ଧିରେ ଘୋଡେଇ ହୋଇ ରହେ ଯାହାକି ଗଭା ପତ୍ର ( cigar leaf )ଅଗରେ ପୋଡାହୋଇ ପାଉଁଶ ଥି ବା ଭଳି ଦେଖାଯାଏ ତେଣୁ ଏହାର ନାମ ଏମିତି ରଖାହେଇଛି । ସାଇତିବା ବା ପରିବହନ ସମୟରେ ଏହି ରୋଗ ପୁରା ଫଳକୁ ସଂକ୍ରମଣ କରେ ଓ ପରିକୁଞ୍ଚନ ପ୍ରକ୍ରିୟା କରେ । ଏହି ଫଳ ଅସାମାନ୍ୟ ଆକାର ଧରନ୍ତି । ଏହା ଉପରେ ଫିମ୍ପି ଓ କ୍ଷତ ଚିହ୍ନ ଥାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଏହାକୁ ନୀନ୍ତରଣ କରିବାକୁ ବେକିଂ ସୋଡା ସିଞ୍ଚନ ବ୍ୟବହାର କରାଯାଇପାରେ । ଏଥିପାଇଁ 100ଗ୍ରାମ ବେକିଙ୍ଗ ସୋଡା ,50 ଗ୍ରାମ ସାବୁନ ଓ 2 ଲିଟର ପାଣି ନିଆଯାଏ । ଏହି ମିଶ୍ରଣକୁ ସଂକ୍ରମିତ ଓ ଆଖ ପାଖ ଶାଖାରେ ସିଞ୍ଚନ କରାଯାଏ । ଏହା ଫଳ ଉପର ଅମ୍ଳତା କମାଏ ଓ କବକ ବୃଦ୍ଧି କମାଏ । ତମ୍ବା ଥିବା କବକନାଶୀ ମଧ୍ୟ ବ୍ୟବହାର କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା , ଜୈବିକ ଉପଚାର ସହ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସାଧାରଣତଃ ଏହି ରୋଗ ସ୍ୱଳ୍ପ ତପ୍ତର୍ଜ୍ୟପୂର୍ଣ ଅଟେ ଏବଂ କ୍ଵଚିତ ରାସାଯନିକ ନିୟନ୍ତ୍ରଣ ଆବଶ୍ୟକ କରେ । ମାଙ୍କୋଜେବ ଟ୍ରାଇୟଫେନେଟ ମିଥାଇଲ ବା ମେଟାଲାକ୍ସିଲ ସଂକ୍ରମିତ କାନ୍ଧିକୁ ସିଞ୍ଚନ କରାଯାଇପାରେ ଏବଂ ପ୍ଲାଷ୍ଟିକ ଘୋଡାଣିରେ ଘୋଡାଇ ଦିଆଯାଏ ।

ଏହାର କାରଣ କଣ

ସିଗାର ବା ଗଭା ପତ୍ର ପଚା ରୋଗ ଟ୍ରାଚିଫେରା ଫ୍ରୁକ୍ତିଗେନା ନାମକ କବକ ଯୋଗୁଁ ହୋଇଥାଏ । ବେଳେବେଳେ ଭର୍ତିସିଲମ ଥିୟବ୍ରୋମେ ନାମକ କବକ ଯୋଗୁଁ ହୋଇଥାଏ । ଏହା ପବନ ଓ ବର୍ଷା ଜଳରେ ସୁସ୍ଥ ଟିସୁକୁ ପରିବାହିତ ହୁଏ । ବର୍ଷା ଦିନେ ଏହା ଫୁଲ ଅବସ୍ଥାକୁ ଆକ୍ରମଣ କରେ ଓ ଫଳକୁ ଫୁଲ ମାଧ୍ୟମରେ ସଂକ୍ରମଣ କରେ । ପରେ ଏହା ଫଳ ଅଗକୁ ଯାଏ ଓ ଗଭା ପତ୍ରରେ ହେଲା ଭଳି ଶୁଷ୍କ ପଚା କରେ ଯାହାକି ଏହାର ନାମ ଅଟେ । ଫଳ ବାହାରିବା ପରେ ,ଗରମ ଆର୍ଦ୍ର ପାଗ ,ଏବଂ ମୁଖ୍ୟତଃ ଉଚ୍ଚ ଜାଗା ଓ ବଗିଚାର ଛାଇରେ ଏହି ରୋଗ ଦେଖାଯାଏ ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ , ସହନୀଯ କିସମ ବ୍ୟବହାର କରନ୍ତୁ । ଭଲଭାବରେ ପବନ ଚଳାଚଳ ହେଉଥିବା ପତ୍ର ସମୂହ ରଖନ୍ତୁ । କାର୍ଯ୍ୟ କରିବା ସମୟରେ ଗଛକୁ ଆଘାତ ଦିଅନ୍ତୁ ନାହି । ରୋଗ କମାଇବା ପାଇଁ ଯନ୍ତ୍ରପାତି ଓ ସାଇତିବା ସୁବିଧା ଗୁଡିକୁ ଭଲଭାବେ ସଫା କରନ୍ତୁ । ବର୍ଷାରୂ ରକ୍ଷା କରିବା ପାଇଁ କଦଳୀ ଫଳକୁ ପ୍ଲାଷ୍ଟିକ ଘୋଡଣି ବ୍ୟବହାର କରନ୍ତୁ । ପତ୍ର ସମୂହ କ୍ଷେତ୍ରରେ ଆରଦ୍ରତା କମାଇବା ପାଇଁ ପତ୍ର କାଟନ୍ତୁ । କାନ୍ଧି ହେବା ପରେ ଫୁଲର ଅବଶିଷ୍ଟ ଅଂଶ କାଢିଦିଅନ୍ତୁ । ସବୁ ଶୁଖିଲା ଏବଂ ମରୁଥିବା ପତ୍ର ମୁଖ୍ୟତଃ ବର୍ଷା ଦିନେ କାଢନ୍ତୁ । ସଂକ୍ରମିତ ଫଳକୁ ଶୀଘ୍ର କାଢନ୍ତୁ । ସଂକ୍ରମିତ ଗଛ ଅଂଶକୁ ଅନ୍ୟ ଜାଗାରେ ପୋତିଦିଅନ୍ତୁ ବା ପୋଡି ଦିଅନ୍ତୁ । ରୋଗ ହେବ କମ କରିବା ପାଇଁ ଥଣ୍ଡା (14 ଡିଗ୍ରୀ C )ଓ ଶୁଷ୍କ ଜାଗାରେ ସାଇତି ରଖନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ