କଦଳୀ

କଦଳୀ ଉପକର୍ଣ(bract ) ଛିଟ ଭୂତାଣୁ

BBrMV

ଭୁତାଣୁ

5 mins to read

ସଂକ୍ଷେପରେ

  • କଦଳୀ ଗଛର କାଣ୍ଡର ପଟୂ ଉପରେ ତୂରୀ ଆକାରର ବର୍ଣହୀନ ଚିହ୍ନ ଦେଖାଯାଏ । ଛିଟ(mosaic ) ଢାଞ୍ଚା ଫୁଲ ଫୁଟିବା ସମୟରେ ଦେଖାଯାଏ । ପତ୍ର ଶିରା ମଧ୍ୟ ସ୍ପଷ୍ଟ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

ଫୁଲର ଉପକର୍ଣରେ ବା bractରେ ଲାଲି ବାଦାମୀ ମୋଜାଇକ ଛିଟ ପ୍ରମୁଖ ଲକ୍ଷଣ ଭାବେ ଦେଖାଯାଏ । ଫୁଲ ଡେମ୍ଫରେ ଥିବା ଫୁଲ ଧାଡିକୁ ଘୋଡାଇ ରଖୁଥିବା ଛୋଟ ପତ୍ରକୁ bract ବା ଉପକର୍ଣ କହନ୍ତି । ନୂଆ ଗଛର ପତ୍ର ଡେମ୍ଫ ବା ମଧ୍ୟ ଶିରା ଉପରେ ତୂରୀ ଆକାରର ପାଣ୍ଡୁର କିମ୍ବା ଲାଲି ବାଦାମୀ କ୍ଷତ ଚିହ୍ନ ଦେଖାଯାଏ । ସାମୟିକ ଭାବରେ ଏହା ପତ୍ର ଶିରାର ସମାନ୍ତରାଳ ଭାବେ ବା ଫଳକାନ୍ଧିର କାଣ୍ଡ ଉପରେ ଦେଖାଯାଏ । ଯେତେବେଳେ ମୃତ ପତ୍ରକୁ ଟଣାଯାଏ ,ଅନ୍ତଃ ଟିସୁରେ ଘନ ବାଦାମୀ ରଙ୍ଗର ଚିହ୍ନ ଦେଖାଯାଏ । ଏହା ଯୋଗୁଁକାନ୍ଧି ବୃଦ୍ଧି ଓ କାନ୍ଧି ସୃଷ୍ଟି ହେବାରେ ଅସମତା ଦେଖାଦିଏ । ଏହି ଭୂତାଣୁ ଅତି ଶୀଘ୍ର ବିସ୍ତାର କରିଥାଏ ଓ ଫଳର ଅମଳ ଓ ମାନର ହ୍ରାସ କରାଇଥାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଜଉ ପୋକ ସଂଖ୍ୟା ହ୍ରାସ କରିବା ପାଇଁ ଜୈବ ନିୟନ୍ତ୍ରଣ କବକ ଏଜେଣ୍ଟ ବା ଅଭିକର୍ତା ଭର୍ଟିସିଲିଆମ ଲେକାନିଲ ବ୍ୟବହାର କରାଯାଇପାରେ । କୀଟନାଶକ ସାବୁନ ମଧ୍ୟ ଅଳ୍ପ ସଂଖ୍ୟାରେ ଥିବା ଜଉ ପୋକକୁ ନିୟନ୍ତ୍ରଣ କରିପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା, ଜୈବିକ ଉପଚାର ସହିତ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରିବା ଉଚିତ । ଭୂତାଣୁ ନିୟନ୍ତ୍ରଣ ପାଇଁ ସିଧାସଳଖ ରାସାଯନିକ ନିୟନ୍ତ୍ରଣ ନାହି । ଯାହାହେଲେବି ,କୀଟନାଶକ ବ୍ୟବହାର ଜଉ ପୋକ ନିୟନ୍ତ୍ରଣ ପାଇଁ କିଛି ମାତ୍ରାରେ କାମ ଦେବ ( ଉଦାହରଣ ସ୍ୱରୂପ ସାଇପେର୍ମେଥ୍ରିନ , ଏସିତାମିଡ , କ୍ଳୋରୋପାଇରିଫାସ )। ତୃଣକନାସୀ ମଧ୍ୟ ପ୍ରଭାବିତ ଗଛକୁ ବା ନୂଆ ପତ୍ରକୁ ମାରିବା ପାଇଁ ବ୍ୟବହାର କରାଯାଇପାରେ ।

ଏହାର କାରଣ କଣ

ରୋଗର ଏହି ଲକ୍ଷଣ ଗଛର ବିଭିନ୍ନ ବୃଦ୍ଧି ଅବସ୍ଥାରେ ଭୂତାଣୁ ଦ୍ଵାରା ହୋଇଥାଏ । ଜଉ ପୋକର କେତେକ ଜାତି ଦ୍ଵାରା ଏହା ଅସ୍ଥାୟୀ ଭାବରେ ପରିବାହିତ ହୁଏ । ସଂକ୍ରମିତ ଗଛକୁ ଖାଉଥିବା ବାହକ ଜଉ ପୋକ ଦେହରେ ଏହି ଭୂତାଣୁ ଅଳ୍ପ ସମୟ ପାଇଁ ବଞ୍ଚି ରହେ । ବିଭିନ୍ନ ଜମିକୁ ପରିବହନ କରାହେଉଥିବା ସଂକ୍ରମିତ ବିହନ ସାମଗ୍ରୀ ହେଉଛି ରୋଗ ପରିବହନର ଅନ୍ୟ ଏକ ମାଧ୍ୟମ । ଫୁଲ ଉପରେ ଥିବା ଉପକର୍ଣର ମୋଜାଇକ ଛିଟ ଲକ୍ଷଣରୁ ଏହାର ନାମକରଣ କରାଯାଇଛି ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ରୋଗମୁକ୍ତ ବିହନ ବା ଚାରା ଆଣନ୍ତୁ । ରୋଗ ଲକ୍ଷଣ ଜାଣିବା ପାଇଁ ନିୟମିତ ଭାବରେ ନିରୀକ୍ଷଣ କରନ୍ତୁ । ବିଭିନ୍ନ ଜମିରେ କାମ କଲା ବେଳେ ଯନ୍ତ୍ରପାତି ଭଲଭାବେ ସଫା କରନ୍ତୁ । ଲକ୍ଷଣ ସନ୍ଦେହ ହେଲେ ଗଛ କାଢିନିଅନ୍ତୁ ଓ ନଷ୍ଟ କରିଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ