କଦଳୀ

କଦଳୀ ମଥ (prajaapati )

Opogona sacchari

ପୋକ

5 mins to read

ସଂକ୍ଷେପରେ

  • ଚେର, କାଣ୍ଡ , ଡେମ୍ଫ ଓ ଫଳରେ ଖାଇବା ଜନିତ କ୍ଷତ ସୁଡଙ୍ଗ ଭଳି ଦେଖାଯାଏ । ଗଛ ସାରା ସୁଡଙ୍ଗ ପୂର୍ଣ ହୋଇପାରେ । ପତ୍ର ଝାଉଂଳି ଯାଏ ଓ ପଡିଯାଏ । ଅକାଳ ପତ୍ର ଝଡା ଦିଏ । ଉଜ୍ଜଳ ବାଦାମୀ ରଙ୍ଗର 11ମିମି ବିଶିଷ୍ଟ ମଥ ଅଟେ ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

କଦଳୀ

ଲକ୍ଷଣ

ଗଛର ବୃଦ୍ଧି ଅବସ୍ଥାରେ, ଫୁଲ ଅବସ୍ଥା ଏବଂ ଅମଳ ପରେ ବି ପୋକ ଆକ୍ରମଣ ହୋଇପାରେ । ବୟସ୍କ ମଥ ଆଘାତପ୍ରାପ୍ତ ଓ ଦୁର୍ବଳ ଗଛ ପ୍ରତି ଆକର୍ଷିତ ହୁଅନ୍ତି । ଖାଇବା ଜନିତ କ୍ଷତି କେବଳ ଶୂକ ଯୋଗୁଁ ହୋଇଥାଏ ଯିଏ ସାଧାରଣତଃ ପଚୁଥିବା ଗଛ ଅଂଶକୁ ଖାଏ । ଅବଶେଷକୁ ଖାଇସାରି ସେମାନେ ସୁସ୍ଥ ଅଂଶକୁ (ଚେର ,କାଣ୍ଡ, କଦଳୀ ପଟୁ ଡେମ୍ଫ ଓ ଫଳ ) ଖାଇବା ଆରମ୍ଭ କରନ୍ତି । ବିହନ ମଧ୍ୟ ଆକ୍ରାନ୍ତ ହୋଇପାରେ । ପ୍ରାରମ୍ଭିକ ଲକ୍ଷଣ ସୁଡଙ୍ଗ ଭଳି ଦେଖାଯାଏ , କିନ୍ତୁ ସେମାନଙ୍କୁ ସହଳ ଅବସ୍ଥାରେ ଧରିବା କଷ୍ଟକର ହୁଏ । ସାଧାରଣ ଭାବରେ ,ବିଳମ୍ବ ଅବସ୍ଥାରେ ପୋକ ଜଣାପଡେ । ଗଛର ମାଂସଳ ଅଂସ ପୂରାପୂରି ସୁଡଙ୍ଗ ପୂର୍ଣ ହୋଇପାରେ ଏବଂ ପତ୍ର ଝାଉଂଲା ଦେଖାଯାଏ । ପ୍ରତିକୂଳ ପରିସ୍ଥିତିରେ ,ଏହା ପତ୍ର ଝଡା ଦେଇପାରେ ଓ ଗଛକୁ ସମ୍ପୂର୍ଣ ମାରିଦେଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ସବୁଜଘର ପରୀକ୍ଷଣରେ ଷ୍ଟିନେର୍ନେମା ଫେଲଟିଏ ,ହେଟେରୋହେବ୍ଦିତିସ ବାକ୍ଟେରୋଫୋରା , ଓ ହେଟେରୋହେବ୍ଦିତିସ ହେଲିୟଥିଡିସ ନାମକ ସୂତ୍ରଜୀବର ବ୍ୟବହାର ଶୂକ ପାଇଁ ସଫଳ ଥିଲା । ବେଶିଲସ ଥୁରିଯିନେଂସିସ ମଧ୍ୟ ବ୍ୟବହାର କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା ,ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।

ଏହାର କାରଣ କଣ

ଓପାଗୋନା ସାଚାରି ଜାତିର ଶୂକ ଯୋଗୁଁ ଏହି ଲକ୍ଷଣ ଦେଖାଯାଏ । ଏହି ପ୍ରଜାପତି ରାତ୍ରିଚର ଅଟେ । ସେମାନକର 11 ମିମି ଆକାରର ଉଜ୍ଜଳ ବାଦାମୀ ଦେହ ଓ ଡେଣାର ଲମ୍ବ 18 -25 ମିମି ଅଟେ । ଆଗ ଡେଣା ସମାନ ଭାବରେ ବାଦାମୀ ଓ ବେଳେବେଳେ ଗାଢ ରଙ୍ଗର ପଟ୍ଟୀ ଥାଏ ଏବଂ ଅଣ୍ଡିରାମାନଙ୍କ ଉପରେ ଗାଢ ବାଦାମୀ ଚିହ୍ନ ଥାଏ । ପଛପଟ ଡେଣା ଗୁଡିକ ଧୂସର ଓ ଉଜ୍ଜଳ ଏବଂ ସୂତା ଗୁଚ୍ଛର ଶୋଭନୀୟ ପ୍ରାନ୍ତ ଭଳି ଥାଏ । ମାଈ ପ୍ରଜାପତି 50 - 200 ପର୍ଯ୍ୟନ୍ତ ଅଣ୍ଡା ଗଛ ଟିସୂର କ୍ଷତ ଓ ଫାଟ ମଧ୍ୟରେ 5 ଟି ବର୍ଗରେ ଦିଏ । ପ୍ରାୟ 12 ଦିନ ପରେ ଧଳା କିମ୍ବା ଫିକା ସବୁଜ ଓ ସାମାନ୍ୟ ସ୍ଵଛ ଶୂକ ବାହାରେ । ଶୂକର ଉଭୟ ପଟରେ ଆଖି ଭଳି ଚିହ୍ନ ସହ ଉଜ୍ଜଳ ଲାଲ ଠୁ ବାଦାମୀ ରଙ୍ଗର ମୁଣ୍ଡ ଥାଏ । 50 ଦିନ ମଧ୍ୟରେ ଶୂକ ପ୍ରାୟ 26 ମିମୀ ହୁଏ । ତାପରେ ସେମାନେ ଖାଇବା ସୁଡଙ୍ଗ ଶେଷରେ ପ୍ୟୁପା ଧାରଣ କରନ୍ତି । ଅତିରିକ୍ତ 20 ଦିନ ପରେ ବୟସ୍କ ପ୍ରଜାପତି ବାହାରେ । ଏହି ବିକାଶ ଥଣ୍ଡା (15 ଡିଗ୍ରୀ C ) ଏବଂ ଶୁଖିଲା ପାଗରେ ରେ ଅନୁକୂଳ ହୁଏ । ଉଷୁମ ପାଗରେ ଏହି ସମୟ କମିପାରେ ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ବିହନ ଏବଂ ରୋପଣ ସାମଗ୍ରୀ ବ୍ୟବହାର କରନ୍ତୁ । ଅନିଷ୍ଟକାରୀ ପୋକର ଲକ୍ଷଣ ଜାଣିବା ପାଇଁ ନିୟମିତ ବଗିଚା ନିରୀକ୍ଷଣ କରନ୍ତୁ । ଆକ୍ରାନ୍ତ ଗଛ ବା ଗଛର ଅଂଶକୁ ନଷ୍ଟକରିଦିଅନ୍ତୁ ଓ ପୋକକୁ ହାତରେ ଧରି ନଷ୍ଟ କରନ୍ତୁ । ଶୁଖିଲା ଗଛ ଅଂଶକୁ କଢନ୍ତୁ ଓ ନଷ୍ଟ କରନ୍ତୁ କାରଣ ଏହା ଆକ୍ରାନ୍ତ ହେବାର ଉତ୍ସ ହୋଇପାରେ । ଚାଷ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ଓ ଗଛକୁ ଯାନ୍ତ୍ରିକ ଆଘାତ ଦିଅନ୍ତୁ ନାହି।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ