କଦଳୀ

ମିଥ୍ୟା କାଣ୍ଡ ବା ପତ୍ର ଛଦ ଘୂଣି ପୋକ ବା ଶୁଣ୍ଢ ପୋକ ଭମା ପୋକ

Odoiporus longicollis

ପୋକ

5 mins to read

ସଂକ୍ଷେପରେ

  • କାଣ୍ଡର ପତ୍ର ଛଦ ଉପରେ ଛୋଟ କଣା ଦେଖାଯାଏ । ଜେଲି ଅଠା ଭଳି ନିର୍ଯ୍ୟାସ ବାହାରେ । ପତ୍ର ହଳଦିଆ ହୁଏ । ରୁଗୁଡା ବୃଦ୍ଧି ହୁଏ ।ବୟସ୍କ ଘୂଣି ପୋକର କଳା ଓ ଗୋଜିଆ ମୁଣ୍ଡ ଏବଂ ଚିକ୍କଣ ଆବରଣ ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ହେଲା ନୂଆ ଗଛର ପତ୍ର ଛଦ ମୂଳରେ କିମ୍ବା ମିଥ୍ୟା କାଣ୍ଡରେ ଛୋଟ କଣା ଏବଂ ଜେଲି ଅଠା ଭଳି ନିର୍ଯ୍ୟାସ ଦେଖାଯିବା । ବାଦାମୀ କୀଟ ଚର୍ବିତ କଟରା ଏହି କଣା ଚାରିପଟେ ମିଳେ । ଶୂକମାନେ କାଣ୍ଡ ମଧ୍ୟକୁ ସୁଡଙ୍ଗ କରନ୍ତି ଓ ବହୁତ କ୍ଷତି କରନ୍ତି ଯାହାଫଳରେ ଜଳ ଓ ପୋଷଣ ପରିବହନରେ ବଧା ଉପୁଜେ । ପାତ୍ର ହଳଦିଆ ହୁଏ ଓ ଗଛର ବୃଦ୍ଧି ରୁଗୁଡା ହୁଏ । ଅତ୍ୟଧିକ ସଂକ୍ରମଣରେ କାଣ୍ଡର ଦୁର୍ବଳତା ଅଧିକ ପବନ ବହିବା ସମୟରେ ଏହାକୁ ପକାଇଦିଏ । କ୍ଷତରେ ସୁବିଧାବାଦୀ ବୀଜାଣୁର ଉପସ୍ଥିତି ଯୋଗୁଁ ଟିସୂ ବର୍ଣହୀନ ହୋଇଯାଏ ଓ ଖରାପ ଗନ୍ଧ କାଢେ । ସଂକ୍ରମିତ ଗଛରେ ଘୂଣି ପୋକର ସବୁ ଅବସ୍ଥା ବର୍ଷସାରା ଦେଖାଦିଏ । କାନ୍ଧି ଓ ଫଳ ଭଲଭାବରେ ବଢିପାରେ ନାହି ।

Recommendations

ଜୈବିକ ନିୟନ୍ତ୍ରଣ

ପୂର୍ବେ , ଷ୍ଟିନେର୍ନେମା କାରପୋକାପସେ ନାମକ ସୂତ୍ରଜୀବର ପ୍ରଜାତି କିମ୍ବା ଅର୍ଥ୍ରୋପଦର ପ୍ରଜାତି ସଫଳତାର ସହ ଏହି ଘୂଣି ପୋକ ବିରୋଧରେ ବ୍ୟବହାର କରାଯାଉଥିଲା । ଅନ୍ୟ ଏକ ରାଣା କୌଶଳ ହେଉଛି ଏହି ପୋକକୁ ରୋଗକାରୀ ଜୀବାଣୁ ଦ୍ଵାରା ସଂକ୍ରମିତ କରିବା ଉଦାହରଣ ସ୍ୱରୂପ କବକ ରୋଗକାରୀ ଜୀବାଣୁ ମେଟାରିଜିଅମ ଆନିସୋପ୍ଳିଏ ।

ରାସାୟନିକ ନିୟନ୍ତ୍ରଣ

ଯଦିମିଳେ , ସର୍ବଦା ଜୈବିକ ଉପଚାର ସହିତ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଅର୍ଗନୋଫସ୍ଫରସ ଥିବା କୀଟନାଶକ କାଣ୍ଡ ମଧ୍ୟକୁ ଇଂଜେକସନ ଦେଲେ ଶୂକ ଗୁଡିକ ମାରି ଯାନ୍ତି । ଅମଳ ପରେ, ସଂକ୍ରମିତ କାଣ୍ଡକୁ କାଢିନିଅନ୍ତୁ ଓ ସେଠାରେ କୀଟନାଶକ (2 ଗ୍ରାମ ପ୍ରତି 1 ଲିଟର ପାଣିରେ )ସହ ଉପଚାର କରନ୍ତୁ ।

ଏହାର କାରଣ କଣ

ବୟସ୍କ ଘୂଣି ପୋକର କଳା ଓ ଗୋଜିଆ ମୁଣ୍ଡ ଏବଂ ଚିକ୍କଣ ଆବରଣ ଥାଏ ଓ ପ୍ରାୟ 30 ମି॰ମି ଲାମ୍ବା ହୁଏ । ଏମମାନେ ପ୍ରାୟ ରାତ୍ରିଚର ହୋଇଥାନ୍ତି କିନ୍ତୁ ଥଣ୍ଡା ମାସରେ ଓ ମେଘୁଆ ଦିନରେ ଦିନବେଳେ ଦେଖାଦେଇପାରନ୍ତି । କଦଳୀ ଗଛ ଦ୍ଵାରା ଛଡ଼ାଯାଉଥିବା ଉଦବାୟୀ ପଦାର୍ଥ ଦ୍ଵାରା ଏମାନେ ଆକୃଷ୍ଟ ହୋଇଥାନ୍ତି । ମାଈପୋକ ପତ୍ରର ଛୋଟ ଅଂଶ କାଟି ସେ ଭିତରେ ଧଳା କ୍ରିମ ରଙ୍ଗର ଦୀର୍ଘବୃତ୍ତକାର ଅଣ୍ଡା ଦିଏ । 5-8 ଦିନ ପରେ ମାଂସଳ,ଗୋଡବିହୀନ ଏବଂ ହଳଦିଆ ଧଳା ଶୂକ ବାହାରନ୍ତି ଓ ପତ୍ରର କଅଂଳ ଟିସୂ ଖାଇବା ଆରମ୍ଭ କରନ୍ତି । ସେମାନେ 8-10 ସେ॰ମି ଲମ୍ବାର ସୁଡଙ୍ଗ ଖୋଲନ୍ତି ଏବଂ କାଣ୍ଡ,ଚେର ଓ କାନ୍ଧି କୁ ପହଞ୍ଚନ୍ତି । ବୟସ୍କ ମାନେ ଭଲ ଉଦନ୍ତୀ ଏବଂ ଗଛରୁ ଗଛକୁ ସୁବିଧାରେ ଯାଇପାରନ୍ତି ଓ ଅନ୍ୟ ଗଛକୁ ଆକ୍ରମଣ କରନ୍ତି ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ସଫା ବିହନ ସାମଗ୍ରୀ ନିଅନ୍ତୁ । ଅଧିକ ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ସବୁ ଗଛ ଅବଶେଷ ଓ ଭଙ୍ଗା କ୍ଷୟପ୍ରାପ୍ତ ଗଛକୁ କାଢନ୍ତୁ ଓ ଜାଳିଦିଅନ୍ତୁ ନଚେତ ଏହା ବୟସ୍କମାନଙ୍କ ପ୍ରଜନନ ସ୍ଥାନ ହୋଇପାରେ । କାଣ୍ଡକୁ ଲାମ୍ବା ଭାବରେ ଫାଳ କରି ଜମିରେ ରଖି ପୋକ ପାଇଁ ଟ୍ରାପ ବା ଜନତା ଭଳି ବ୍ୟବହାର କରାଯାଏ । ଏହି କଟା ଅଂଶ ବୟସ୍କ ମାଈ ଘୂଣି ପୋକକୁ ସେଠି ଖାଇବା ଓ ଅଣ୍ଡା ଦେବା ପାଇଁ ଆକୃଷ୍ଟ କରେ । ଯେତେ ଶୀଘ୍ର ଶୂକ ବାହାରେ ଏହି କଟା ଅଂଶ ଶୁଖିଯାଏ ଓ ଶୂକ ମାନେ ନିର୍ଜଳିକରଣ ଯୋଗୁଁ ମରିଯାନ୍ତି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ