ମିଥ୍ୟା କାଣ୍ଡ ବା ପତ୍ର ଛଦ  ଘୂଣି ପୋକ ବା ଶୁଣ୍ଢ ପୋକ ଭମା ପୋକ

କଦଳୀ

ମିଥ୍ୟା କାଣ୍ଡ ବା ପତ୍ର ଛଦ ଘୂଣି ପୋକ ବା ଶୁଣ୍ଢ ପୋକ ଭମା ପୋକ

Odoiporus longicollis

ପୋକ

ସଂକ୍ଷେପରେ

  • କାଣ୍ଡର ପତ୍ର ଛଦ ଉପରେ ଛୋଟ କଣା ଦେଖାଯାଏ । ଜେଲି ଅଠା ଭଳି ନିର୍ଯ୍ୟାସ ବାହାରେ । ପତ୍ର ହଳଦିଆ ହୁଏ । ରୁଗୁଡା ବୃଦ୍ଧି ହୁଏ ।ବୟସ୍କ ଘୂଣି ପୋକର କଳା ଓ ଗୋଜିଆ ମୁଣ୍ଡ ଏବଂ ଚିକ୍କଣ ଆବରଣ ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ମିଥ୍ୟା କାଣ୍ଡ ବା ପତ୍ର ଛଦ  ଘୂଣି ପୋକ ବା ଶୁଣ୍ଢ ପୋକ ଭମା ପୋକ

କଦଳୀ

ଲକ୍ଷଣ

ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ହେଲା ନୂଆ ଗଛର ପତ୍ର ଛଦ ମୂଳରେ କିମ୍ବା ମିଥ୍ୟା କାଣ୍ଡରେ ଛୋଟ କଣା ଏବଂ ଜେଲି ଅଠା ଭଳି ନିର୍ଯ୍ୟାସ ଦେଖାଯିବା । ବାଦାମୀ କୀଟ ଚର୍ବିତ କଟରା ଏହି କଣା ଚାରିପଟେ ମିଳେ । ଶୂକମାନେ କାଣ୍ଡ ମଧ୍ୟକୁ ସୁଡଙ୍ଗ କରନ୍ତି ଓ ବହୁତ କ୍ଷତି କରନ୍ତି ଯାହାଫଳରେ ଜଳ ଓ ପୋଷଣ ପରିବହନରେ ବଧା ଉପୁଜେ । ପାତ୍ର ହଳଦିଆ ହୁଏ ଓ ଗଛର ବୃଦ୍ଧି ରୁଗୁଡା ହୁଏ । ଅତ୍ୟଧିକ ସଂକ୍ରମଣରେ କାଣ୍ଡର ଦୁର୍ବଳତା ଅଧିକ ପବନ ବହିବା ସମୟରେ ଏହାକୁ ପକାଇଦିଏ । କ୍ଷତରେ ସୁବିଧାବାଦୀ ବୀଜାଣୁର ଉପସ୍ଥିତି ଯୋଗୁଁ ଟିସୂ ବର୍ଣହୀନ ହୋଇଯାଏ ଓ ଖରାପ ଗନ୍ଧ କାଢେ । ସଂକ୍ରମିତ ଗଛରେ ଘୂଣି ପୋକର ସବୁ ଅବସ୍ଥା ବର୍ଷସାରା ଦେଖାଦିଏ । କାନ୍ଧି ଓ ଫଳ ଭଲଭାବରେ ବଢିପାରେ ନାହି ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପୂର୍ବେ , ଷ୍ଟିନେର୍ନେମା କାରପୋକାପସେ ନାମକ ସୂତ୍ରଜୀବର ପ୍ରଜାତି କିମ୍ବା ଅର୍ଥ୍ରୋପଦର ପ୍ରଜାତି ସଫଳତାର ସହ ଏହି ଘୂଣି ପୋକ ବିରୋଧରେ ବ୍ୟବହାର କରାଯାଉଥିଲା । ଅନ୍ୟ ଏକ ରାଣା କୌଶଳ ହେଉଛି ଏହି ପୋକକୁ ରୋଗକାରୀ ଜୀବାଣୁ ଦ୍ଵାରା ସଂକ୍ରମିତ କରିବା ଉଦାହରଣ ସ୍ୱରୂପ କବକ ରୋଗକାରୀ ଜୀବାଣୁ ମେଟାରିଜିଅମ ଆନିସୋପ୍ଳିଏ ।

ରାସାୟନିକ ନିୟନ୍ତ୍ରଣ

ଯଦିମିଳେ , ସର୍ବଦା ଜୈବିକ ଉପଚାର ସହିତ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଅର୍ଗନୋଫସ୍ଫରସ ଥିବା କୀଟନାଶକ କାଣ୍ଡ ମଧ୍ୟକୁ ଇଂଜେକସନ ଦେଲେ ଶୂକ ଗୁଡିକ ମାରି ଯାନ୍ତି । ଅମଳ ପରେ, ସଂକ୍ରମିତ କାଣ୍ଡକୁ କାଢିନିଅନ୍ତୁ ଓ ସେଠାରେ କୀଟନାଶକ (2 ଗ୍ରାମ ପ୍ରତି 1 ଲିଟର ପାଣିରେ )ସହ ଉପଚାର କରନ୍ତୁ ।

ଏହାର କାରଣ କଣ

ବୟସ୍କ ଘୂଣି ପୋକର କଳା ଓ ଗୋଜିଆ ମୁଣ୍ଡ ଏବଂ ଚିକ୍କଣ ଆବରଣ ଥାଏ ଓ ପ୍ରାୟ 30 ମି॰ମି ଲାମ୍ବା ହୁଏ । ଏମମାନେ ପ୍ରାୟ ରାତ୍ରିଚର ହୋଇଥାନ୍ତି କିନ୍ତୁ ଥଣ୍ଡା ମାସରେ ଓ ମେଘୁଆ ଦିନରେ ଦିନବେଳେ ଦେଖାଦେଇପାରନ୍ତି । କଦଳୀ ଗଛ ଦ୍ଵାରା ଛଡ଼ାଯାଉଥିବା ଉଦବାୟୀ ପଦାର୍ଥ ଦ୍ଵାରା ଏମାନେ ଆକୃଷ୍ଟ ହୋଇଥାନ୍ତି । ମାଈପୋକ ପତ୍ରର ଛୋଟ ଅଂଶ କାଟି ସେ ଭିତରେ ଧଳା କ୍ରିମ ରଙ୍ଗର ଦୀର୍ଘବୃତ୍ତକାର ଅଣ୍ଡା ଦିଏ । 5-8 ଦିନ ପରେ ମାଂସଳ,ଗୋଡବିହୀନ ଏବଂ ହଳଦିଆ ଧଳା ଶୂକ ବାହାରନ୍ତି ଓ ପତ୍ରର କଅଂଳ ଟିସୂ ଖାଇବା ଆରମ୍ଭ କରନ୍ତି । ସେମାନେ 8-10 ସେ॰ମି ଲମ୍ବାର ସୁଡଙ୍ଗ ଖୋଲନ୍ତି ଏବଂ କାଣ୍ଡ,ଚେର ଓ କାନ୍ଧି କୁ ପହଞ୍ଚନ୍ତି । ବୟସ୍କ ମାନେ ଭଲ ଉଦନ୍ତୀ ଏବଂ ଗଛରୁ ଗଛକୁ ସୁବିଧାରେ ଯାଇପାରନ୍ତି ଓ ଅନ୍ୟ ଗଛକୁ ଆକ୍ରମଣ କରନ୍ତି ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ସଫା ବିହନ ସାମଗ୍ରୀ ନିଅନ୍ତୁ । ଅଧିକ ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ସବୁ ଗଛ ଅବଶେଷ ଓ ଭଙ୍ଗା କ୍ଷୟପ୍ରାପ୍ତ ଗଛକୁ କାଢନ୍ତୁ ଓ ଜାଳିଦିଅନ୍ତୁ ନଚେତ ଏହା ବୟସ୍କମାନଙ୍କ ପ୍ରଜନନ ସ୍ଥାନ ହୋଇପାରେ । କାଣ୍ଡକୁ ଲାମ୍ବା ଭାବରେ ଫାଳ କରି ଜମିରେ ରଖି ପୋକ ପାଇଁ ଟ୍ରାପ ବା ଜନତା ଭଳି ବ୍ୟବହାର କରାଯାଏ । ଏହି କଟା ଅଂଶ ବୟସ୍କ ମାଈ ଘୂଣି ପୋକକୁ ସେଠି ଖାଇବା ଓ ଅଣ୍ଡା ଦେବା ପାଇଁ ଆକୃଷ୍ଟ କରେ । ଯେତେ ଶୀଘ୍ର ଶୂକ ବାହାରେ ଏହି କଟା ଅଂଶ ଶୁଖିଯାଏ ଓ ଶୂକ ମାନେ ନିର୍ଜଳିକରଣ ଯୋଗୁଁ ମରିଯାନ୍ତି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ