କଦଳୀ

କଦଳୀର ଫଳ କ୍ଷତ ଚିହ୍ନ ବିଟଲ

Colaspis hypochlora

ପୋକ

5 mins to read

ସଂକ୍ଷେପରେ

  • ନୂଆ ପତ୍ର ଓ ଫଳ ଚୋପା ଉପରେ ଚିହ୍ନ ବା ଅତ୍ୟଧିକ କ୍ଷତ ଦାଗ ଥାଏ । ଚିହ୍ନ ଗୁଡିକ ଅଣ୍ଡାକାର ହୋଇଥାଏ । ଶୂକ ଖାଇବା ଯୋଗୁଁ ଚେରରେ କ୍ଷତ ଥାଏ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

କଦଳୀ

ଲକ୍ଷଣ

ବୟସ୍କ ବିଟଲ ମାନେ ବିଭିନ୍ନ ପ୍ରକାର ଘାସ, ନୂଆ ମୁଦି ହୋଇ ରହିଥିବା ପତ୍ର,କାଣ୍ଡ ଓ ଚେର ଖାଆନ୍ତି । ସେମାନେ ମଧ୍ୟ ନୂଆ ଫଳ ଖାଆନ୍ତି ଏବଂ ସେଥିରେ କ୍ଷତ ଓ ଚିହ୍ନ କରନ୍ତି ଓ ବଜାର ଅନୁପୋଯୋଗୀ କରାନ୍ତି । ଅଧିକାଂଶ ଚିହ୍ନ ଫଳର ମୂଳରେ ଥାଏ ଯାହାକି ବିଟଲ ମାନେ ଖାଇବାକୁ ସବୁଠାରୁ ସୁବିଧା ଜାଗା( ଉଦାହରଣ ସ୍ୱରୂପ ଉପକର୍ଣ ତଳେ ) ବାଛନ୍ତି , ଏହା ପ୍ରତିଫଳିତ କରେ । କ୍ଷତ ଚିହ୍ନ ଗୁଡିକ ସାଧାରଣତଃ ଅଣ୍ଡାକାର ଅଟେ ଏବଂ ଫଳ କ୍ଷତ ମହୁମାଛି ମେଳିପୋନା ଆମାଲ୍ଥେ ର କ୍ଷତ ବୋଲି ଭ୍ରମ ସୃଷ୍ଟି କରେ ।ଟିସୁରେ ସୁବିଧାବାଦୀ ରୋଗକାରୀ ଜୀବାଣୁମାନଙ୍କର ଏକତ୍ର ରହିବା ଏହି ଆଘାତକୁ ବଢାଏ । ଶୁକମାନେ ନୂଆ ଚେର, ଏବଂ ପୁରୁଣା ଚେରରେ ସୁଡଙ୍ଗ କରି ତାହାରି ତିଷୁ ଖାଆନ୍ତି । ବର୍ଷା ଋତୁରେ ଏହା ଅଧିକ ହୁଏ ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ କୌଣସି ଜୈବିକ ଉପଚାର ଏହି ପୋକ ପାଇଁ ନାହି । ଘାସ ବଛା କରି ଏହାର ବିସ୍ତାରକୁ କମାଇବା ସବୁଠାରୁ ଭଲ ପଦ୍ଧତି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା, ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ରାସାଯନିକ ନିୟନ୍ତ୍ରଣ ପ୍ରାୟ ସୁପାରିସ କରାଯାଏ ନାହି ,କାରଣ ଉପଯୁକ୍ତ ଘାସ ବଛା , ଉଦାହରଣ ସ୍ୱରୂପ , ଏହି ସଂଖ୍ୟା କମାଇଦେଇପାରେ । ପୋକ ସଂଖ୍ୟାକୁ ଦୃଷ୍ଟିରେ ରଖି କୀଟନାଶକ ପର୍ଯ୍ୟାୟ କ୍ରମେ ପ୍ରୟୋଗ କରାଯାଏ । ଯାହାହେଲେବି,ଯଦି ଏହି ବିଟଲ ଅର୍ଥନୈତିକ କ୍ଷତି ଅଧିକ କରୁନାହାନ୍ତି ,କୀଟନାଶକ ପ୍ରୟୋଗ କରିବା ଅନୁଚିତ ।

ଏହାର କାରଣ କଣ

ଏହି ଲକ୍ଷଣ କଦଳୀ ଫଳ କ୍ଷତ ବିଟଲ କୋଲପ୍ସିସ ହାଇପୋକ୍ଲୋରା ଦ୍ଵାରା ହୋଇଥାଏ। ବଯସ୍କମାନଙ୍କର ବ୍ବାଦାମୀ ଆଗ ଡେଣା ଅଛି ଏହି ଡେଣାରେ ଛୋଟ ସମାନ୍ତରାଳ ବିନ୍ଦୁ ଧାଡି ଅଛି । ସେମାନେ ଭଲ ଉଡନ୍ତି ।ମାଇମାନେ ଗୋଟିଏ କିମ୍ବା ଗୁଚ୍ଛ ଭାବରେ (4-45 ଟି ) ଲେମ୍ବୁ ହଳଦିଆ ଅଣ୍ଡା ଦିଅନ୍ତି । କାଣ୍ଡ ଉପରେ ଥିବା ପତ୍ର ଛଦରେ ପୋକ ଦ୍ଵାରା କରାଯାଇଥିବା କଣାରେ କିମ୍ବା ପ୍ରାକୃତିକ କାରଣରୁ ଦେଖାଯାଉଥିବା ଚେରରେ ଏମାନେ ଅଣ୍ଡା ଦିଅନ୍ତି । ପ୍ରାୟ 7ରୁ 9 ଦିନ ପରେ ନୂଆରେ ବାହାରିଥିବା ଶୂକ ନୂଆ ଚେର ଖାଇବା ଆରମ୍ଭ କରେ କିମ୍ବା ପୁରୁଣା ଚେରର ବାହ୍ୟ କୋମଳ ଟିସୂରେ ସୁଡଙ୍ଗ କରି ଖାଏ। ସୁକର ଶରୀର ଧଳା ଓ କ୍ଷୀଣ , ବାଳୁଆ , ଏବଂ ମୁଣ୍ଡ ହଳଦିଆ ରଙ୍ଗର ହୋଇଥାଏ।ପ୍ୟୁପା ବା କୋଷା ଅପରିଷ୍କାର ହଳଦିଆ ଓ ବୟସ୍କ ବାହାରିବା ସମୟରେ ଏହା ଗାଢ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ବଗିଚାରେ ଅନାବନା ଘାସ ନିୟନ୍ତ୍ରଣ କରନ୍ତୁ , କାରଣ ପୋକ ଏଠାରେ ବାସ କରେ । ନିଷ୍କାସନ ନାଳ ପାଖରେ କଦଳୀ ଗଛ ଲଗାନ୍ତୁ ନାହି । ଜମି ତଳେ ଥିବା କଦଳୀ ପଟୁ କାଢନ୍ତୁ ଓ ଯେଉଁଠାରେ ଶୂକ ବଡ ହୋଇଯାଇଛି କନ୍ଦ କାଟିଦିଅନ୍ତୁ । ବଗିଚାରୁ କ୍ଷତ ଅଂଶ କାଢିଦିଅନ୍ତୁ । ପରାଭକ୍ଷୀ ମାନେ ପ୍ୟୁପା ଖାଇବା ସୁବିଧା କରିବା ପାଇଁ ମାଟି ଓଲଟାନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ