କଦଳୀ

କଦଳୀର କଳା ପତ୍ର ଦାଗ

Deightoniella torulosa

ଫିମ୍ପି

5 mins to read

ସଂକ୍ଷେପରେ

  • ଗୋଲ, ପିନର ଗୋଜିଆ ,କଳା ଚିହ୍ନ ପତ୍ର ଧାରରେ ଦେଖାଯାଏ । ପରେ ପତ୍ର ଦେହକୁ ଆସେ ଓ "V " ଆକାରର ଦେଖାଯାଏ । ଫଳ ଉପରେ କଳା ବିବର୍ଣତା ଦେଖାଦିଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

ଗୋଲ, ପିନର ଗୋଜିଆ ,କଳା ଚିହ୍ନ ପତ୍ରର ଧାର ପାଖରେ ମୁଖ୍ୟ ଶିରାମାନଙ୍କ ଉପରେ ଦେଖାଦିଏ । ଧୀରେ ଧୀରେ , ଏହି ଚିହ୍ନର ଆକାର ବଢେ ଏବଂ ସରୁ ହଳଦିଆ ଧାର ସୃଷ୍ଟି କରେ । ବଡ ଚିହ୍ନର କେନ୍ଦ୍ର ଶୁଖିଯାଏ ଓ ହଳଦିଆ ଧାର ବାହାରେ ପତ୍ର ଧାରକୁ ଫିକା ବାଦାମୀ ରଙ୍ଗ ସମ୍ପ୍ରସାରିତ ହୁଏ। ଏହା ଓଲଟା "V " ଆକାର ଦେଖାଯାଏ । ଫଳ ଅଗରେ କଳା ବିବର୍ନତା ପ୍ରଥମେ ଦେଖାଯାଏ ଓ ତାପରେ ଫଳ ଆଡକୁ ଆସେ ଓ ଅନିୟମିତ ଗାଢ ଚିହ୍ନ ,ବେଳେବେଳେ ହଳଦିଆ ଧାର ସହ ଦେଖାଦିଏ । କେତେକ କିସମରେ ,ପ୍ରାୟ ଗୋଲ ଲାଲ ବାଦାମୀ ଚିହ୍ନ କିମ୍ବା ବେଳେବେଳେ କଳା କେନ୍ଦ୍ର ସହ ଗାଢ ସବୁଜ, ପାଣିଭିଜ ଚିହ୍ନ ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗ ପାଇଁ କୌଣସି ଜୈବିକ ଉପଚାର ଜଣାପଡିନାହି । ଅତ୍ୟଧିକ କ୍ଷେତ୍ରରେ ଜୈବିକ କପର ଦ୍ରବଣ ଉଦାହରଣ ସ୍ୱରୂପ 1% ବୋର୍ଡୋକାଶ ମିଶ୍ରଣ ପ୍ରୟୋଗ କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ ,ସର୍ବଦା, ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଅତ୍ୟଧିକ କ୍ଷେତ୍ରରେ , 0.4% ମଙ୍କୋଜେବ କିମ୍ବା ତେଲ ଥିବା କପର ଅକସ୍କ୍ଲୋରାଇଡ ( 0.2% ରୁ 0.4% ) ପ୍ରୟୋଗ କରନ୍ତୁ । କ୍ଳୋରୋଥାଲୋନୀଳ ଓ ମାଙ୍କୋଜେବ ଭଳି ସଂସ୍ପର୍ଶ ( contact ) କାବକାନଶୀ ଏବଂ ଟେବୁକୋନାଜୋଲ କିମ୍ବା ପ୍ରୋପିକୋନାଜୋଲ ଭଳି ଶରୀର ଚର କାବକାନଶୀ ପ୍ରୟୋଗ କରନ୍ତୁ । ନିଶ୍ଚିତ କରନ୍ତୁ ଯେ ଏହି ପ୍ରୟୋଗ ଅଗ ପତ୍ର ପର୍ଯ୍ୟନ୍ତ ଯାଉଛି ।

ଏହାର କାରଣ କଣ

ଡିଫ୍ଟୋନିଲା ତୋରୁଲୋସା ନାମକ କବକ ଏହାର ରୋଗ ସୃଷ୍ଟିକାରୀ ଜୀବାଣୁ । ଏହା ମରୁତ କଦଳୀ ପତ୍ରରେ ଥାଏ ଏବଂ ବର୍ଷା ଓ କାକର ସମୟରେ ନୂଆ ଜୀବାଣୁ ସୃଷ୍ଟି କରେ । ଯେବେଳେ ଆର୍ଦ୍ରତା କମେ ,ରେଣୁଗୁଡିକ ହଠାତ ବାହାରନ୍ତି ଓ ପବନ ବାହିତ ହୁଅନ୍ତି । ଏହା ରୋଗକୁ ଶିଘ୍ର ବିସ୍ତାର କରେ ଯେଉଁ ପରିସ୍ଥିତିରେ ଉଚ୍ଚ ବାୟୁ ଆର୍ଦ୍ରତା ପରେ ସିଧାସଳଖ ଶୁଖିଲା ପବନ ପାଗ ଆସେ । ଘଞ୍ଚ ଭାବେ ଲଗାଯାଇଥିବା ଜମିରେ ମଧ୍ୟ କବକ ସଂକ୍ରମଣ ଅନୁକୂଳ ହୁଏ । କବକ ଗଛ ଟିସୁକୁ ନାସ୍ତି କରେ ଯାହାକି ଅଧିକ ମାତ୍ରାରେ ଆଲୋକ ସଂଶ୍ଳେଷଣ କ୍ଷେତ୍ର ଏବଂ ଅମଳ କମାଏ ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ ସହନୀୟ କିସମ ଲଗାନ୍ତୁ (ବଜାରରେ ଉପଲବ୍ଧ ଅଟେ ) ।ପରସ୍ପର ଛାଇ କରିବା ଓ ପତ୍ର ସଂସ୍ପର୍ଶରେ ଆସିବା ବନ୍ଦ କରିବା ପାଇଁ ଉପଯୁକ୍ତ ବ୍ଯବଧାନ ରଖନ୍ତୁ । ନିଶ୍ଚିତ ହୁଅନ୍ତୁ ଯେ,ନୂଆ ବଗିଚା ସଂକ୍ରମିତ ବଗିଚା ଠାରୁ ଦୂରରେ ଅଛି । ପବନର ଆପେକ୍ଷିକ ଆର୍ଦ୍ରତା କମାଇବା ପାଇଁ ସିଂଚନ ଜଳସେଚନ ବାରଣ କରନ୍ତୁ । ବୁନ୍ଦା ଜଳସେଚନ ପଦ୍ଧତି ପ୍ରାଧାନ୍ୟ ଦିଆଯାଏ । ସମତୁଲ ପୋଷଣ ପ୍ରୟୋଗ କରନ୍ତୁ । ଅତ୍ୟଧିକ ଯବକ୍ଷରଜାନ ସାର ଦିଅନ୍ତୁ ନାହି । ସଂକ୍ରମିତ ପତ୍ର କଢନ୍ତୁ ଓ ପୋଡନ୍ତୁ । ପୁରୁଣା ଝୁଳୁଥିବା ଶୁଖିଲା ପତ୍ର କାଢି ସଫସୁତୁରା ରଖନ୍ତୁ । ପ୍ରଭାବିତ ପତ୍ର ଓ ଫଳ କାଢି ନଷ୍ଟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ