ଅଙ୍ଗୁର

Vitis vinifera

ଜଳସେଚନ
ମଧ୍ୟମ

ଚାଷ
ରୁଆ ଯାଇଥିବା

ଅମଳ କରିବା
180 - 364 ଦିନ

ପରିଶ୍ରମ
ମଧ୍ୟମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
6.5 - 7.5

ତାପମାନ
21°C - 21°C

ଉର୍ବରୀକରଣ
ମଧ୍ୟମ

ଅଙ୍ଗୁର

ଉପକ୍ରମ

ଅଙ୍ଗୁର ହେଉଛି ଫଳ ଯାହା ଏକ କାଠ ପରି ଟାଣ ଗଛରେ ହୋଇଥାଏ ଏବଂ ଏହା ହେଉଛି ଭିଟିସ ଜିନସ ର ଏକ ସ୍ପେସିସ। ବିଶ୍ବରେ ଅନେକ କିସମର ଅଙ୍ଗୁର ଅଛି ଏବଂ ସେଗୁଡିକୁ ଖାଇ ହେବ କିମ୍ବା ବହୁତ ପ୍ରକାର ପଦାର୍ଥ ଯେମିତିକି ୱାଇନ, ଜେଲ୍ଲୀ, ଜାମ, ରସ, ଭିନେଗାର, ଦ୍ରାକ୍ଷା, ଅଙ୍ଗୁର ମଞ୍ଜି ରସ ଏବଂ ଅଙ୍ଗୁର ମଞ୍ଜି ଅର୍କ ପ୍ରସ୍ତୁତ ହୋଇଥାଏ। ହଜାର ହଜାର ବର୍ଷ ଧରି ଅଙ୍ଗୁର ମନୁଷ୍ୟ ଦ୍ଵାରା ଚାଷ କରାଯାଉଛି ଏବଂ ବର୍ତ୍ତମାନ ସାରା ବିଶ୍ବରେ ଚାଷ ହୁଏ ଏବଂ ଆନନ୍ଦ ନିଆଯାଏ।

ଯତ୍ନ

ଯତ୍ନ

ଅଙ୍ଗୁର ବ୍ୟବହାର ର ଉଦ୍ଦେଶ୍ୟ କୁ ନେଇ କେଉଁ କିସମ ଚୟନ କରିବାକୁ ପଡିବ ତାହା ଗୁରୁତ୍ୱପୂର୍ଣ୍ଣ। ଥରେ, ଆପଣ ଅଙ୍ଗୁର କିସମ ଚୟନ କଲା ପରେ ଅଙ୍ଗୁର ଲତା କୁ ଯଥା ଶୀଘ୍ର ଲଗାନ୍ତୁ ଯାହାଫଳରେ ଶୀତ ଋତୁ ଆରମ୍ଭ ପୂର୍ବରୁ ଗଛକୁ ସ୍ଥାୟୀ ହେବାରେ ସମୟ ମିଳିପାରିବ। ଅଙ୍ଗୁର ଲତା ଲଗାଇବାର 3-4 ଘଣ୍ଟା ପୂର୍ବରୁ ତାକୁ ଭିଜାନ୍ତୁ। ଲତାର ନିମ୍ନତମ ବଡ୍ ଠିକ ଜମି ଉପରକୁ ରହିଲା ପରି ଅଙ୍ଗୁର ଲତା କୁ ଲଗାନ୍ତୁ। ଲଗାଇଲ ପରେ ଅଙ୍ଗୁର ଲତା ଗୁଡିକୁ ଜଳସେଚନ ଦିଅନ୍ତୁ ଏବଂ ଜଳସେଚନ ସାପ୍ତାହିକ ଭାବେ ଜାରି ରଖନ୍ତୁ ଯାହା ଫଳରେ ମାଟି ଓଦା ରହିବ। ଅତିରିକ୍ତ ଭାବେ ଅଙ୍ଗୁର ଲତା ପାଇଁ କିଛି ସହାୟକ ସ୍ତମ୍ଭ ର ଆବଶ୍ୟକ ରହିଥାଏ ଯାହା ଫଳରେ ଲତା ଜମିରେ ନ ମାଳି ଉପରକୁ ମାଳିବ।

ମାଟି

ବ୍ୟାପକ ପ୍ରକାରର ମାଟିକୁ ଅଙ୍ଗୁର ସହ୍ୟ କରିପାରେ, କିନ୍ତୁ ସବୁଠାରୁ ଭଲ ମାଟି ହେଉଛି ବାଲିଆ ଦୋରସା ମାଟି। ଅଙ୍ଗୁର ଫସଲ ମଧ୍ୟମ ପରିମାଣର ଖାଦ୍ୟସାର ଆବଶ୍ୟକ କରିଥାଏ। ଖାଦ୍ୟସାର ପରିମାଣ କମ ଥିବା ଜମିରେ ଫସଲ ଅଭିବୃଦ୍ଧି ସିଜନ ପୂର୍ବରୁ ଯବକ୍ଷାରଜାନ ଏବଂ ପୋଟାସ ମିଶାଇଲେ ତାହା ହିତକାରକ ହୋଇପାରେ। pH ରେଞ୍ଜ 5.5 - 7.0 ଥିବା ଅଳ୍ପ ଅମ୍ଳ ମାଟିରେ ଅଙ୍ଗୁର ଚାଷ ସବୁଠାରୁ ଭଲ ହୋଇଥାଏ। ଉତ୍ତମ ଜଳ ନିଷ୍କାସନ ଥିବା ମାଟି ମଧ୍ୟ ଚେର ସୃଷ୍ଟି ଏବଂ ରୋଗ ନିବାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ।

ଜଳବାୟୁ

ସାମାନ୍ୟ ଶୀତ ଏବଂ ଲମ୍ବା ସମୟ ଧରି ଗରମ ରହୁଥିବା ଜଳବାୟୁରେ ଅଙ୍ଗୁର ସବୁଠାରୁ ଭଲ ଚାଷ କରାଯାଇଥାଏ। ଅଙ୍ଗୁର ବାର୍ଷିକ ପ୍ରାୟ 710 ମିମି ବୃଷ୍ଟିପାତ ଆବଶ୍ୟକ କରେ। ଅତି ଅଧିକ କିମ୍ବା ଅତି କମ୍ ବର୍ଷା ସଫଳ ଫଳ ଉତ୍ପାଦନ ପାଇଁ କ୍ଷତିକାରକ ହୋଇପାରେ। ଭୂମଧ୍ୟ ସାଗରୀୟ ଅଞ୍ଚଳ ଗୁଡିକରେ ଅଙ୍ଗୁର ଉତ୍ପାଦନ ବହୁତ ସଫଳ ହୋଇଥାଏ କାରଣ ସେଠାରେ ଅପେକ୍ଷାକୃତ ସ୍ଥିର ଜଳବାୟୁ ଫସଲ ବୃଦ୍ଧି ର ସିଜନ ରେ ଥାଏ ଯେଉଁଥିରେ ଗରମ ଏବଂ ଶୁଷ୍କ ତାପମାତ୍ରା ରହିଥାଏ। ଶାରୀରିକ ପ୍ରକ୍ରିୟା ଅରମଭ କରିବା ପାଇଁ ଅଙ୍ଗୁର ଲତା ପାଇଁ ଅତି କମ ରେ 10° ସେଲସିଅସ କିମ୍ବା 50° ଫାରେନହିଟ ଆବଶ୍ୟକ ହୋଇଥାଏ। ଉତ୍ପାଦନ ସମୟରେ ତାପମାତ୍ରା, ବୃଷ୍ଟିପାତ ଏବଂ ଅନ୍ୟ ଜଳବାୟୁ ସମ୍ବନ୍ଧୀୟ କାରଣ ଗୁଡିକ ଅଙ୍ଗୁରର ସ୍ଵାଦ ଗୁଣ ରେ ପ୍ରଭାବ ପକାଇପାରେ। ବିଶେଷ କରି ୱାଇନ ଇଣ୍ଡଷ୍ଟ୍ରି ଯେଉଁଥିରେ ଆଞ୍ଚଳିକ ଜଳବାୟୁ ସମ୍ବନ୍ଧୀୟ ବିଭିନ୍ନତା ୱାଇନର ସ୍ଵାଦ ଉପରେ ପ୍ରଭାବ ପକାଇଥାଏ ଏହା ଗୁରୁତ୍ୱପୂର୍ଣ୍ଣ। ଆହୁରି ମଧ୍ୟ, ନିର୍ଦ୍ଧିଷ୍ଟ ଅଙ୍ଗୁର କିସମ ନିର୍ଦ୍ଧିଷ୍ଟ ଅଞ୍ଚଳ ଏବଂ ଜଳବାୟୁ ଅଞ୍ଚଳ ପାଇଁ ଅଧିକ ଉପଯୁକ୍ତ।

ସମ୍ଭାବ୍ୟ ରୋଗ

ଅଙ୍ଗୁର

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ଅଙ୍ଗୁର

Vitis vinifera

ଅଙ୍ଗୁର

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ଅଙ୍ଗୁର ହେଉଛି ଫଳ ଯାହା ଏକ କାଠ ପରି ଟାଣ ଗଛରେ ହୋଇଥାଏ ଏବଂ ଏହା ହେଉଛି ଭିଟିସ ଜିନସ ର ଏକ ସ୍ପେସିସ। ବିଶ୍ବରେ ଅନେକ କିସମର ଅଙ୍ଗୁର ଅଛି ଏବଂ ସେଗୁଡିକୁ ଖାଇ ହେବ କିମ୍ବା ବହୁତ ପ୍ରକାର ପଦାର୍ଥ ଯେମିତିକି ୱାଇନ, ଜେଲ୍ଲୀ, ଜାମ, ରସ, ଭିନେଗାର, ଦ୍ରାକ୍ଷା, ଅଙ୍ଗୁର ମଞ୍ଜି ରସ ଏବଂ ଅଙ୍ଗୁର ମଞ୍ଜି ଅର୍କ ପ୍ରସ୍ତୁତ ହୋଇଥାଏ। ହଜାର ହଜାର ବର୍ଷ ଧରି ଅଙ୍ଗୁର ମନୁଷ୍ୟ ଦ୍ଵାରା ଚାଷ କରାଯାଉଛି ଏବଂ ବର୍ତ୍ତମାନ ସାରା ବିଶ୍ବରେ ଚାଷ ହୁଏ ଏବଂ ଆନନ୍ଦ ନିଆଯାଏ।

ମହତ୍ୱପୂର୍ଣ୍ଣ ତଥ୍ୟ