ଅଙ୍ଗୁର

କଳା ଅଙ୍ଗୁର ପତ୍ର ଉକୁଣି

Retithrips syriacus

ପୋକ

5 mins to read

ସଂକ୍ଷେପରେ

  • ପତ୍ର ଓ ଫଳ ଉପରେ ରୁପେଲି ଦାଗ ଥାଏ। ପତ୍ର ଉପରେ ଧୂସର ଏବଂ ଉଜ୍ଜଳ କଳା ବିନ୍ଦୁ (କୀଟ ମଳ) ଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଅଙ୍ଗୁର

ଲକ୍ଷଣ

ପୋଷକ ଗଛର ପତ୍ରରୁ ଥ୍ରିପ୍ସ ରସ ଶୋଷଣ କରିଥାଏ, ଯାହା ଫଳରେ ଗଛରେ ପତ୍ରହୀନତା ଦେଖାଯାଇ ଥାଏ ଓ ଗଛ ଶୁକୁଟି ଯାଇଥାଏ। କୀଟ ତାହାର ଷ୍ଟାଇଲେଟ ପତ୍ର ମଧ୍ୟରେ ପ୍ରବେଶ କରାଇବା ଯୋଗୁଁ ରୁପେଲି ଦାଗ ଦେଖାଯାଏ। ଖାଇବା ସ୍ଥାନରେ, ଫଳ ଧୂସର ହୋଇଯାଏ। ଯେଉଁଠି ଆକ୍ରମଣ ମାତ୍ରା ଅଧିକ ହୋଇଥାଏ, ଫଳ ଠିକ ଦେଖାଯାଏ ନାହିଁ ଏବଂ ସାଧାରଣ ଭାବରେ ବିକଶିତ ହେବାରେ ଅସଫଳ ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ପ୍ରାକୃତିକ ଶତ୍ରୁ ଯଥା ଗେକୋରିସ ଓକ୍ରୋପ୍ଟେରସ ଏବଂ ମେଟାସିଉଲସ ଅକ୍ସିଡେଣ୍ଟାଲିସ (ପରଭକ୍ଷୀ) ପ୍ରୟୋଗ କରନ୍ତୁ। ପରଭକ୍ଷୀ ଥ୍ରିପ, ସବୁଜ ଝାଲର ଡେଣା ପୋକ, ସୂକ୍ଷ୍ମ ପାଇରେଟ ଭୃଙ୍ଗ ଏବଂ ଫାଇଟୋସିଡ ମାଇଟ ଗଛ ଖାଉଥିବା ଥ୍ରିପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କିଛି ପରିମାଣରେ ସେମାନଙ୍କ ଚଳନ, ଖାଇବା ଅଭ୍ୟାସ ଏବଂ ସୁରକ୍ଷିତ ଅଣ୍ଡା ଏବଂ ପ୍ୟୁପା ଅବସ୍ଥା (ଲାର୍ଭା ଓ ବୟସ୍କ ଅବସ୍ଥା ମଧ୍ୟରେ ରୂପାନ୍ତରିକରଣ ଦେଖାଉ ଥିବା ପୋକର ଜୀବନ ଅବସ୍ଥା) ଯୋଗୁଁ କୀଟନାଶକ ଦ୍ଵାରା ଫଳପ୍ରସୂ ଭାବରେ ଥ୍ରିପ ନିୟନ୍ତ୍ରଣ କରିବା କଷ୍ଟକର ଅଟେ। ବିଶ୍ଵର ଏକ କିମ୍ବା ଅଧିକ ଅଂଶରେ ବ୍ୟବହାର ହେଉଥିବା କୀଟନାଶକ ହେଲା: ଡାଇମେଥୋଏଟ ଏବଂ ବାଇଫେନଥ୍ରିନ। ସ୍ପିନୋସାଦ ଭିତ୍ତିକ ପଦାର୍ଥ ଜୈବିକ ନିୟନ୍ତ୍ରଣ ଭାବରେ ବିବେଚିତ ହୋଇଥାଏ। ସର୍ବଦା, ସ୍ଥାନୀୟ କୀଟ ପରିଚାଳାନାର ନିୟମ ପାଳନ କରନ୍ତୁ।

ଏହାର କାରଣ କଣ

ଗଛରୁ ରସ ଶୋଷଣ କରୁଥିବା ଉଭୟ ବୟସ୍କ ଓ ଲାର୍ଭା(ଶୁକ) ଯୋଗୁଁ କ୍ଷତି ହୋଇଥାଏ। ଥ୍ରିପ(ପତ୍ର ଉକୁଣି) ଅଣ୍ଡାରୁ ଫୁଟି ବାହାରେ ଏବଂ ଦୁଇଟି ସକ୍ରିୟ ଲାର୍ଭା ଅବସ୍ଥା ଦ୍ଵାରା ବିକାଶ ଲାଭ କରିଥାଏ। ବୟସ୍କ ମାଈ ଥ୍ରିପ ପ୍ରାୟ 1.4 ରୁ 1.5 ମିମି ଲମ୍ବ ଏବଂ ଅଣ୍ଡିରା ପୋକ 1.3 ମିମିର ହୋଇଥାଏ। ଏହା ଏହା ଗାଢରୁ କଳା ବାଦାମୀ ଜାତିର ହୋଇଥାଏ। ଫୁଟି ବାହାରି ଥିବା ଲାର୍ଭା ତୁରନ୍ତ ଏକ ଗୋଷ୍ଠୀ ହୋଇ ଖାଇବା ଆରମ୍ଭ କରନ୍ତି। ନୂଆ ବୟସ୍କ ପୋକ ହାଲୁକା ଏବଂ ଈଷତ ଲାଲ ଅଟନ୍ତି। ଏହି ପୋକ ପତ୍ରର ତଳ ପାର୍ଶ୍ଵ ଖାଇଥାଏ, କିନ୍ତୁ ଯେତେବେଳେ ଆକ୍ରାନ୍ତ ମାତ୍ରା ଅତ୍ୟଧିକ ହୋଇଥାଏ, ମୁଖ୍ୟତଃ ଥଣ୍ଡା ମାସରେ ଉପର ପାର୍ଶ୍ଵ ମଧ୍ୟ ଆକ୍ରାନ୍ତ ହୋଇଥାଏ। ଗରମ ପରିସ୍ଥିତିରେ, ଅତି ସ୍ୱଳ୍ପ ସମୟ ଯଥା 2 ସପ୍ତାହ ମଧ୍ୟରେ ଅଣ୍ଡାରୁ ବୟସ୍କ ଜୀବନ ଚକ୍ର ସଂପୂର୍ଣ୍ଣ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • କୀଟ ପ୍ରବଣ ଗଛ ଲଗାଇବା ଏଡାନ୍ତୁ। ଥ୍ରିପସ ବା ପତ୍ର ଉକୁଣିର ସଂଖ୍ୟା ନିୟମିତ ଓ ପର୍ଯ୍ୟାୟକ୍ରମେ ତଦାରଖ କରନ୍ତୁ ଏବଂ ଏହାର ବିକଳ୍ପ ପୋଷକ ଥିବା ନିକଟ ବାଳୁଙ୍ଗା ନିୟନ୍ତ୍ରଣ କରନ୍ତୁ। ସେହି ସ୍ଥାନର ପରିସ୍ଥିତି ସହିତ ଉତ୍ତମ ଭାବରେ ଖାପ ଖାଉଥିବା ଗଛ ଲଗାନ୍ତୁ। ଗଛକୁ ହୃଷ୍ଟପୁଷ୍ଟ ରଖିବା ଏବଂ ଥ୍ରିପ୍ସ ଜନିତ କ୍ଷତି ପ୍ରତି ସହନ ଶକ୍ତି ବୃଦ୍ଧି କରାଇବା ପାଇଁ ଉପଯୁକ୍ତ କୃଷି ଭିତ୍ତିକ ଯତ୍ନ ପ୍ରଦାନ କରନ୍ତୁ। ଗଛକୁ ଆବଶ୍ୟକ ଭାବରେ ଜଳସେଚନ ଦିଅନ୍ତୁ ଏବଂ ଥ୍ରିପ୍ସ ସଂଖ୍ୟାକୁ ଉତ୍ସାହିତ କରୁଥିବା ଯବକ୍ଷରଜାନ ଜାତୀୟ ସାରର ଅତ୍ୟଧିକ ପ୍ରୟୋଗ ଏଡାନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ