ଟମାଟ

ଫିଉଜାରିଅମ ଝାଉଁଳା ରୋଗ

Fusarium oxysporum

ଫିମ୍ପି

5 mins to read

ସଂକ୍ଷେପରେ

  • ଦିନ ବେଳା ଗଛ ଝାଉଁଳି ଯାଏ.
  • ପତ୍ର ହଳଦିଆ ହୋଇଯାଏ.
  • କାଣ୍ଡ ଭିତରର ଶିରା ପ୍ରଶିରା ବାଦାମୀରୁ ଲାଲ ରଂଗ ପଡ଼ିଯାଏ.

ମଧ୍ୟ ଦେଖା ଯାଇପାରେ

24 ଫସଲ ଗୁଡିକ
ବିନ
କଲରା
ବନ୍ଧାକୋବି
କାନୋଲା
More

ଟମାଟ

ଲକ୍ଷଣ

ଏହି କବକ ର ଲକ୍ଷଣ ବିଭିନ୍ନ ଫସଲରେ ଭିନ୍ନ ଭିନ୍ନ ହେଇଥାଏ. କେତେକ କ୍ଷେତ୍ରରେ ଗଛରେ ବହୁତ ଛୋଟ ସମୟରୁ ପତ୍ର ହଳଦିଆ ହେବାର ଓ ଝାଉଁଲିବାର ଲକ୍ଷଣ ଦେଖାଯାଏ. ବଡ ହେଇ ଯାଇଥିବା ଗଛର ବିଭିନ୍ନ ଅଂଶରେ ଅଳ୍ପ ଝାଉଁଳା ଦେଖାଯାଏ. ଏହା ଦିନର ସବୁଠାରୁ ଗରମ ସମୟରେ ଦେଖା ଦେଇଥାଏ. ବହୁତ ସମୟରେ ପତ୍ରସବୁ ଗୋଟିଏ ପାର୍ଶ୍ବରେ ରଙ୍ଗହୀନ ମଳିନ ଦେଖାଯାଏ. କାଣ୍ଡରେ ଲମ୍ବା ଶିର ପ୍ରଶିରାର ଭିତର କୋଷ ବାଦାମୀ-ଲାଲ ରଙ୍ଗ ହେଇଯାଏ. ଏହା ଗଛର ତଳ ଅଂଶରୁ କାଣ୍ଡ ଉପରକୁ ମାଡ଼ିଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ବହୁତ ବ୍ୟାକଟେରିଆ ଏବଂ ଅନ୍ୟ ଅନିଷ୍ଟ କରୁନଥିବା ଫିଉଜାରିଅମ କବକ କୁ ଏହାର ପ୍ରତିକାର ପାଇଁ ବ୍ୟବହାର କରାଯାଇପାରେ. କାରଣ ଏଫ୍.ଅକ୍ସିସ୍ପୋରମ୍ ପରି କବକ ଏମାନେ ରୋଗ କରୁଥିବା ସାଙ୍ଗରେ ପ୍ରତିଯୋଗିତା କରନ୍ତି. ଟ୍ରାଇକୋଡରମା ଭିରିଡେ (Trichoderma viride) ଦ୍ୱାରା ବିହନ ଉପଚାର କଲେ (10ଗ୍ରାମ ପ୍ରତି 1 କିଗ୍ରା ବିହନ) ରୋଗ କମିଥାଏ. କେତେ ପ୍ରକାରର ମାଟି ଏହି ରୋଗ କୁ ଦବାଇ ରଖିଥାନ୍ତି. ମାଟିର ଅମ୍ଳତା 6.5-7.0 ମଧ୍ୟରେ ନିୟନ୍ତ୍ରିତ କରି ରଖିଲେ ଏବଂ ଆମୋନିଅମ ବଦଳରେ ନାଇଟ୍ରେଟ ସାର ବ୍ୟବହାର କଲେ ରୋଗର ମାତ୍ର କମିପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ଅନ୍ୟ କୌଣସି ବୈକଳ୍ପିକ ପ୍ରତିକାର କାମ ନକଲେ ସଂକ୍ରମିତ ଜାଗାରେ କବକ ନାଶକ ବ୍ୟବହାର କରନ୍ତୁ. ବିହନ ବୁଣିବା କିମ୍ବା ଚାରା ଲଗେଇବା ସମୟରେ ମାଟିରେ କପର ଅକ୍ସୀ କ୍ଲୋରାଇଡ 3ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ବ୍ୟବହାର କରନ୍ତୁ.

ଏହାର କାରଣ କଣ

ଫିଉଜାରିଅମ ଝାଉଁଳା ରୋଗ ଗଛର ଶିରାପ୍ରଶିରାରେ ବଢିଥାଏ ଯାହାକି ପରିବହନ କୋଷ,ପାଣି ଓ ଖାଦ୍ୟସାରର ପରିବହନକୁ ବ୍ୟାଧିତ କରିଥାଏ. ଗଛ ମୂଳର ଅଗରେ କିଛି ମହତ ଥିଲେ ତାହା ମଧ୍ୟରେ ଏହି କବକ ସିଧାସଳଖ ସଂକ୍ରମଣ ଆରମ୍ଭ କରିପାରେ. ଥରେ ଏହା ଗଛ ମଧ୍ୟରେ ରହିଗଲା ପରେ, ଏହା ବହୁତ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିପାରେ.


ସୁରକ୍ଷାତ୍ମକ ଉପାୟ

  • ମାଟିର ଅମ୍ଳତା 6.5-7.0 ମଧ୍ୟରେ ନିୟନ୍ତ୍ରିତ ରଖନ୍ତୁ ଏବଂ ନାଇଟ୍ରେଟ ପ୍ରକାର ର ସାର ବ୍ୟବହାର କରନ୍ତୁ.
  • ଯଦି ଆପଣଙ୍କ ଜାଗାରେ ପ୍ରତିରୋଧି କିସମ ଉପଲବ୍ଧ ଅଛି ତାହା ଲଗାନ୍ତୁ.
  • ଜମିକୁ ନିୟମିତ ଭାବେ ରୋଗର ଲକ୍ଷଣ ନିରୀକ୍ଷଣ କରନ୍ତୁ.
  • ଗୋଟି ଗୋଟି କରି ସଂକ୍ରମିତ ଗଛକୁ ଉପାଡି ଦିଅନ୍ତୁ.
  • ନିଜର କୃଷି ଉପକରଣ ସବୁ ସଫା ରଖନ୍ତୁ.
  • ଜମିରେ କାମ କଲା ବେଳେ ଗଛକୁ ଆଘାତ ଦିଅନ୍ତୁ ନାହିଁ.
  • ସନ୍ତୁଳିତ ଖାଦ୍ୟସାର ପ୍ରୟୋଗ କରନ୍ତୁ, ବିଶେଷ କରି ଦରକାର ପୋଟାଶ ନିଶ୍ଚୟ ପ୍ରୟୋଗ କରନ୍ତୁ.
  • ସଂକ୍ରମିତ ଜାଗାକୁ କବକ ମୁକ୍ତ କରିବା ପାଇଁ କଳା ରଙ୍ଗର ପଲିଥିନ ରେ ଏକ ମାସ ଘୋଡାଇ ରଖନ୍ତୁ.
  • 5-7 ବର୍ଷର ଫସଲ ଚକ୍ର ର ବ୍ୟବସ୍ଥା କରନ୍ତୁ ଯଦ୍ୱାରା ଜମିରେ କବକ କମ ହେଇପାରେ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ