ଅଙ୍ଗୁର

ଅଙ୍ଗୁର ଡ଼ାଆଁଶ ଭୃଙ୍ଗ

Altica ampelophaga

ପୋକ

5 mins to read

ସଂକ୍ଷେପରେ

  • କଳା, ମାଟିଆ କିମ୍ବା ଗାର ଗାରୁଆ ପ୍ରାୟତଃ 4 ରୁ 5 ମିମିର ଉଜ୍ଜଳ ଅଣ୍ଡାକାର ଭୃଙ୍ଗ ଦେଖାଯାଏ। ସେମାନେ ମୁଖ୍ୟତଃ ଛୋଟ ଚାରାରେ, ପତ୍ରରେ କେତେକ ଗୁଳି ବିଦ୍ଧ ହେବା ଭଳି କଣା ଉତ୍ପନ୍ନ କରିଥାନ୍ତି ଏବଂ ବିଗଳିତ ଟିସୂର ପ୍ୟାଚ ସୃଷ୍ଟି କରିଥାନ୍ତି। ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଅଙ୍ଗୁର

ଲକ୍ଷଣ

ବୟସ୍କ ଏବଂ ଲାର୍ଭା ଦ୍ଵାରା ସୃଷ୍ଟି ହେଉଥିବା ଲକ୍ଷଣ ଭିନ୍ନ ଭିନ୍ନ ଅଟେ। ବୟସ୍କ ଭୃଙ୍ଗ ଗୋଡ ଦ୍ଵାରା କେତେକ କଣା କରି ଖାଇଥାଏ ଯାହାକି ସାଧାରଣତଃ ଛୋଟ ଥାଏ। ଲାର୍ଭା ହାଲୁକା ଭାବରେ ଖାଇଥାଏ, ଯାହାଦ୍ୱାରା ଅପର ପାର୍ଶ୍ଵରେ ବିଗଳିତ ଉପର ସ୍ତର ଦେଖାଯାଏ। ଶୀତସୁପ୍ତିରେ ଥିବା ବୟସ୍କର ସହଳ ଆବିର୍ଭାବ ପାଇଁ ଅନୁକୂଳ ପାଗ ଦେଖାଦେଲେ ଅଧିକ କ୍ଷତି ହୋଇଥାଏ। ଯଦି ସେମାନେ ସହଳ ବସନ୍ତ ଋତୁରେ ସକ୍ରିୟ ହୁଅନ୍ତି, ସେମାନେ କେବଳ ପତ୍ର ନୁହେଁ ସଦ୍ୟ ଖୋଲା ଯାଇଥିବା ଅଙ୍ଗୁର କଢକୁ ଗ୍ରାସ କରି ଦିଅନ୍ତି। ଅଧିକ ମାତ୍ରାରେ ଆକ୍ରାନ୍ତ ହେଲେ, ପତ୍ରର କଙ୍କାଳିକାରଣ ହୋଇଥାଏ ଏବଂ ନୂଆ ଫୁଲ ପେନ୍ଥା ନଷ୍ଟ ହୋଇଥାଏ।ଅଧିକ ଶକ୍ତ ଥିବା ପତ୍ର ଏହି ଆକ୍ରମଣକୁ ପ୍ରତିରୋଧ କରିଥାଏ ଏବଂ କ୍ଷତ ଗୌଣ ହୋଇଥାଏ। କଢ ବଡ ହୋଇଗଲେ ଏହି ଭୃଙ୍ଗ ଅଙ୍ଗୁରକୁ ଅଧିକ କ୍ଷତି କରିପାରେ ନାହିଁ।

Recommendations

ଜୈବିକ ନିୟନ୍ତ୍ରଣ

ପରଭକ୍ଷୀ ଭୃଙ୍ଗ ଜିକ୍ରୋନା କୋରୁଲିଆ (ନୀଳ ଭୃଙ୍ଗ) ହେଉଛି ଅଙ୍ଗୁର ଡ଼ାଆଁଶ ଭୃଙ୍ଗର ମୁଖ୍ୟ ଜୈବିକ ନିୟନ୍ତ୍ରଣ ଭେକ୍ଟର। କୀଟନାଶକ ନିୟନ୍ତ୍ରଣରେ ଅନ୍ୟ ପରଭକ୍ଷୀ ଏବଂ ପଲିଫାଗସ୍ ପରଜୀବୀ ମଧ୍ୟ ବ୍ୟବହାର କରାଯାଇପାରେ। ମାଟିରେ ପ୍ରୟୋଗ କରାଯାଉଥିବା ଉପକାରୀ ନେମାଟୋଡ୍ ଏହି ଲାର୍ଭାକୁ ନଷ୍ଟ କରିଦିଏ ଏବଂ ପରବର୍ତ୍ତୀ ପିଢୀର ବୟସ୍କମାନଙ୍କ ଆବିର୍ଭାବ ରୋକିବାରେ ସାହାଯ୍ୟ କରିଥାଏ। ପ୍ରଥମ ବୟସ୍କମାନଙ୍କୁ ଦେଖିବା ପରେ ସ୍ପ୍ରେ କରି ପ୍ରୟୋଗ କରାଯାଉଥିବା ସ୍ପିନୋସାଡ୍ କିମ୍ବା ନିମ ତେଲ ସୂତ୍ର ମଧ୍ୟ ଏହାର ସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଅଙ୍ଗୁର ଡ଼ାଆଁଶ ଭୃଙ୍ଗ ପାଇଁ ସୁପାରିଶ କରାଯାଉଥିବା ସକ୍ରିୟ ପଦାର୍ଥରେ କ୍ଲୋରପିରିଫୋସ୍, ଲମ୍ବଡା ସାଇହୋଲୋଥ୍ରିନ୍ ଥିବା ପଦାର୍ଥ ଅନ୍ତର୍ଭୁକ୍ତ, ଯାହାକି ପ୍ରଥମ ବୟସ୍କମାନଙ୍କୁ ଦେଖିବା ପରେ ସ୍ପ୍ରେ କିମ୍ବା ଗୁଣ୍ଡ ମାଧ୍ୟମରେ ପ୍ରୟୋଗ କରାଯିବା ଉଚିତ।

ଏହାର କାରଣ କଣ

ଏହି କ୍ଷତି ଆଲଟିକା ଆମ୍ପେଲୋଫାଗା ନାମକ ଅଙ୍ଗୁର ଡ଼ାଆଁଶ ଭୃଙ୍ଗ ଦ୍ଵାରା ହୋଇଥାଏ। ଏହି ଉଜ୍ଜଳ ଧାତବିକ ଭୃଙ୍ଗ ବସନ୍ତ ଋତୁରେ ସକ୍ରିୟ ହୋଇଥାଏ ଏବଂ ସେତେବେଳେ ସେମାନେ ନୂଆ ପତ୍ର କିମ୍ବା ଅଙ୍ଗୁର କଢକୁ ଆକ୍ରମଣ କରିଥାନ୍ତି। ପରିବେଶୀୟ କାରକ ଅନୁସାରେ ଏହାର ବିଭିନ୍ନ ଅବସ୍ଥାର ଅବଧି ବଦଳି ଥାଏ। ପତ୍ରର ତଳପଟେ ମାଈ ପୋକ ଗୁଚ୍ଛ ଆକାରେ ଅଣ୍ଡା ଦେଇଥାଏ ଯାହାକି ଏକ ଜୀବନ ଅବଧି ମଧ୍ୟରେ କିଛି ଶହ ହୋଇପାରେ। ନିର୍ଦ୍ଦିଷ୍ଟ ଭାବରେ 1 - 2 ସପ୍ତାହ ମଧ୍ୟରେ ଅଣ୍ଡା ଫୁଟେ। ତା'ପରେ ଲାର୍ଭା ପତ୍ରରେ ବୁଲୁଥାଏ ଏବଂ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ପତ୍ର ଖାଇଥାଏ ଯାହା ମଧ୍ୟରେ ତିନୋଟି ବୃଦ୍ଧି ଅବସ୍ଥା ଅତିକ୍ରମ କରିଥାଏ। ତା'ପରେ ସେମାନେ ମାଟିର 5 ସେମି ଗଭୀରତାରେ ପ୍ୟୁପା କରିଥାଏ ଏବଂ ପରବର୍ତ୍ତୀ ପିଢୀର ବୟସ୍କ ଭୃଙ୍ଗ 1 - 3 ସପ୍ତାହ ପରେ ଆବିର୍ଭାବ ହୋଇଥାଏ। ସାଧାରଣତଃ ପ୍ରତି ବର୍ଷ 2 ଏବଂ ବେଳେ 3 ଟି ପିଢୀ ହୋଇଥାଏ। ତଳେ ପଡିଥିବା ଶୁଖିଲା ପତ୍ର ମଧ୍ୟରେ କିମ୍ବା ଅନ୍ୟ ଆଶ୍ରୟ ମଧ୍ୟରେ ଶେଷ ପିଢୀ ଶୀତସୁପ୍ତି କରିଥାଏ।


ସୁରକ୍ଷାତ୍ମକ ଉପାୟ

  • ବୟସ୍କ ଓ ଲାର୍ଭା ଦ୍ଵାରା ଉତ୍ପନ୍ନ ହେଉଥିବା ଲକ୍ଷଣ ପାଇଁ ନିୟମିତ ଅଙ୍ଗୁର ବଗିଚା ତଦାରଖ କରନ୍ତୁ। ଜଙ୍ଗଲ କିମ୍ବା ଅବ୍ୟବହୃତ ଅଞ୍ଚଳ ନିକଟରେ ଅଙ୍ଗୁର ବଗିଚା ବାରଣ କରନ୍ତୁ। ଡ଼ାଆଁଶ ଭୃଙ୍ଗ ପ୍ୟୁପା ନିୟନ୍ତ୍ରଣ କରିବାକୁ ଦୁଇ ଧାଡି ମଧ୍ୟରେ ହଳ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ