ଅନ୍ୟ

ମୃତ ଶାଖା

Eutypa lata

ଫିମ୍ପି

5 mins to read

ସଂକ୍ଷେପରେ

  • ଏହି ରୋଗ ଦ୍ୱାରା ଗଣ୍ଡିର ଭିତର ଅଂଶ ପଚି ଯାଏ.
  • ଗଣ୍ଡି ର ଭୂସମାଂତର କାଟ ରେ କୀଳା ଆକୃତିର ଏକ ଘା ଭିତର ଟିସୁ ରେ ଦେଖାଯାଏ.
  • ପତ୍ରରେ ସମ୍ଭାବ୍ୟ ଲକ୍ଷଣ ଗୁଡିକ ମଧ୍ୟରେ ରଙ୍ଗହୀନ ଚକଡା ସୃଷ୍ଟିହେବା, ଧାର ଗୁଡିକ ଶୁଖିଯିବା ଏବଂ ପତ୍ର ବଙ୍କା ହୋଇ କପ ଆକାର ଧାରଣା କରିବା ଅନ୍ୟତମ.

ମଧ୍ୟ ଦେଖା ଯାଇପାରେ

10 ଫସଲ ଗୁଡିକ
ବାଦାମ
ଆପେଲ
ଆପ୍ରିକଟ
ଚେରୀ
More

ଅନ୍ୟ

ଲକ୍ଷଣ

ଏହି ରୋଗ ଦ୍ୱାରା ଗଣ୍ଡିର ଭିତର ଅଂଶ ପଚି ଯାଏ. ବର୍ଷ ବର୍ଷ ଧରି ରୋଗ ବଢି ବଢି ଚାଲିଲେ ଏକ କିମ୍ବା ଏକାଧିକ ଶାଖା ମରିଯାଏ ଏବଂ ସେଥିପାଇଁ ଏହାକୁ ''ମୃତ ଶାଖା'' (deadarm) ରୋଗ କୁହାଯାଏ. ଗଣ୍ଡି ର ଭୂସମାଂତର କାଟ ରେ କୀଳା ଆକୃତିର ଏକ ଘା ଭିତର ଟିସୁ ରେ ଦେଖାଯାଏ. କେବେକେବେ କଳା ଫିମ୍ପିର ଚକଡା ମୃତ କାଠର ବକଳାରେ ଦେଖାଯାଏ. ଏହି ରୋଗ ଦ୍ୱାରା ପତ୍ରରେ ମଧ୍ୟ ଲକ୍ଷଣ ଦେଖାଯାଇପାରେ. ପତ୍ରରେ ଦାଗ ଦେଖାଯାଏ ଓ ପରେ ଏହା ରଙ୍ଗହୀନ ଚକଡାରେ ପରିଣତ ହୁଏ ଯାହାର ଧାର ଶୁଖିଯାଇଥାଏ. ପରେ ପତ୍ର ବିକୃତ ହୋଇଯାଏ ଓ ପତ୍ର ବଙ୍କା ହୋଇ କପ ଆକାର ଧାରଣ କରିଥାଏ. ଗଣ୍ଠିରୁ ଗଣ୍ଠି ମଧ୍ୟରେ ବ୍ୟବଧାନ କମ ହୋଇଯାଏ ଏବଂ ଦଳ ସବୁ ରଙ୍ଗହୀନ ଓ ବାଙ୍ଗରା ହୋଇଯାଏ. ଫଳ ଧରିବା ଆରମ୍ଭ ହୋଇନଥାଏ କିମ୍ବା ହୋଇଥିଲେ ଝଡ଼ିଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ବାସିଲସ ସବଟିଲିସର ବ୍ୟବସାୟିକ ଫର୍ମୁଲା କାଣ୍ଟଛାଣ୍ଟ ହୋଇଥିବା କ୍ଷତରେ ସୁରକ୍ଷା ପାଇଁ ପ୍ରୟୋଗ କରାଯାଇପାରେ. କପର ଥିବା ଫର୍ମୁଲା କାଣ୍ଟଛାଣ୍ଟ ପରେ ପ୍ରୟୋଗ କଲେ ଖୋଲା କ୍ଷତ ରେ ଫିମ୍ପି ସଂକ୍ରମଣରୁ ରକ୍ଷା ମିଳିଥାଏ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ୟୁଟିପା ଡାଇବ୍ୟାକ ସହିତ ଗଣ୍ଡିର ଘା ରୋଗକୁ ନିୟନ୍ତ୍ରଣ କରିବା ପାଇଁ ମାଇକ୍ଲୋବ୍ୟୁଟାନିଲ (Myclobutanil), ଥାୟୋଫାନେଟ-ମିଥାଇଲ (thiophanate-methyl) ଏବଂ ଟେଟ୍ରାକୋନାଜୋଲ (tetraconazole) ବ୍ୟବହାର କରାଯାଉଛି. ସୁରକ୍ଷାତ୍ମକ ଭାବେ କାଣ୍ଟଛାଣ୍ଟ କରିବା ପରେ ତୁରନ୍ତ ଏସବୁ ବ୍ୟବହାର କରାଯାଇପାରେ. କ୍ଷତ କୁ ବନ୍ଦ କରୁଥିବା ପଦାର୍ଥ ଆକ୍ରିଲିକ ରଙ୍ଗ ସହ 5% ବୋରିକ ଏସିଡ କିମ୍ବା ଔଷଧୀୟ ତେଲ ମଧ୍ୟ କାମ କରିଥାଏ.

ଏହାର କାରଣ କଣ

ୟୁଟିପା ଲତା (Eutypa lata) ନାମକ ଏକ ଫିମ୍ପି ଯୋଗୁଁ ଏହି ରୋଗ ହୋଇଥାଏ ଏବଂ ସାଧାରଣତଃ ପୁରୁଣା ଅଙ୍ଗୁର ବଗିଚା କିମ୍ବା ତୋଟା ରେ ଦେଖାଯାଏ. ସଂକ୍ରମିତ ଗଣ୍ଡିରେ ଶୀତଋତୁରେ ନିଷ୍କ୍ରିୟ ଭାବେ ରହିଥିବା ଫିମ୍ପିର ଅଣୁ ହେଉଛି ଏହି ରୋଗର ପ୍ରାଥମିକ ଉତ୍ସ. ବସନ୍ତ ଋତୁରେ ଏହି ଅଣୁ ବର୍ଷା ଛାଟର ସାହାଯ୍ୟରେ ବାହାରିଥାଏ ଓ ପବନ ଦ୍ୱାରା ଖୋଲି ନଥିବା କଢ କୁ ସଂକ୍ରମିତ ହୋଇଥାଏ. ସେଇ ଜାଗାରେ ଫିମ୍ପିର ଅଣୁ ଗଛ ଭିତରକୁ କୌଣସି କ୍ଷତ ଦେଇ କିମ୍ବା ସିଧା ସଳଖ ପତ୍ର ରନ୍ଧ୍ର ଦେଇ ପ୍ରବେଶ କରିଥାଏ. ଥରେ କାଠ ଭିତରେ ରହିଲା ପରେ ଏହା ଧୀରେ ଧୀରେ ବ୍ୟାପିଥାଏ ଓ କିଛି ବର୍ଷ ପରେ ଅନ୍ତର୍ବାହୀ ଟିସୁ ଉପରେ ପ୍ରଭାବ ପକାଇପାରେ. ଉନ୍ନତ ଅବସ୍ଥାରେ ଏହା ଶାଖା କିମ୍ବା ଡାଳ କୁ ପୁରାପୁରି ଗୁଡେଇ ପାରେ ଯଦ୍ୱାରା ଗଛର ଉପର ଆଡକୁ ପାଣି ଓ ଖାଦ୍ୟସାରର ପ୍ରବାହ ବନ୍ଦ ହୋଇଯାଇପାରେ. ଏହି ଫିମ୍ପିର ଅଣୁ ଗଜା ହେବା ପାଇଁ ଉପଯୁକ୍ତ ତାପମାନ ହେଲା 20 °C to 25 °C. ୟୁଟିପା ଲତା (Eutypa lata) ମଧ୍ୟ ଆପେଲ, ନାସପାତି, ଚେରୀ ଏବଂ ୱାଲନଟ ଫସଲକୁ ସଂକ୍ରମିତ ହୋଇପାରେ. ବହୁତ ପ୍ରକାର ଗଛ ଯଥା ପାର୍ବତୀୟ ଆଶ, କର୍କ ଓକ ଓ ବ୍ଲାକ ଥର୍ନ ଏହି ଫିମ୍ପିର ପୋଷକ ଅଟେ ଓ ଏହି ରୋଗର ଭଣ୍ଡାର ଭାବେ କାମ କରେ.


ସୁରକ୍ଷାତ୍ମକ ଉପାୟ

  • ଫସଲ ନିରୀକ୍ଷଣ କରି ରୋଗର ଲକ୍ଷଣ ଦେଖନ୍ତୁ ଏବଂ ସଂକ୍ରମିତ ଡାଳ କୁ ବାହାର କରିବା ପାଇଁ ଚିହ୍ନଟ କରନ୍ତୁ.
  • ପୁରୁଣା ଡାଳ ର ଅବଶେଷ ସବୁ ଜମିରୁ ବାହାର କରି ନଷ୍ଟ କରିବା ସୁନିଶ୍ଚିତ କରନ୍ତୁ.
  • ଓଦା ପାଗ ସମୟରେ କିମ୍ବା ପରେ କାଣ୍ଟଛାଣ୍ଟ କରନ୍ତୁ ନାହିଁ.
  • ଘା ତଳେ ସଂକ୍ରମିତ ଶାଖା କୁ କାଟି ନୁଆଁ ସୁସ୍ଥ ଶାଖା ବାହାରିବା ପାଇଁ ସୁଯୋଗ ଦିଅନ୍ତୁ.
  • ବିଳମ୍ବିତ କାଣ୍ଟଛାଣ୍ଟ କିମ୍ବା ଦୁଇଥର କାଣ୍ଟଛାଣ୍ଟ ପ୍ରକ୍ରିୟା ମଧ୍ୟ ଏହି ରୋଗର ପ୍ରଭାବିରୂପେ ସଂକ୍ରମଣ କମ କରିଥାଏ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ