ଅନ୍ୟ

ଆମ୍ବ କାଣ୍ଡ ଆବୁ

Agrobacterium

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • କାଠୁଆ ଏବଂ ଶାକୀୟ ଗଛର କାଣ୍ଡ ଓ ଚେରକୁ ଏହି ରୋଗ ପ୍ରଭାବ ପକାଏ । ପ୍ରାରମ୍ଭିକ ଲକ୍ଷଣରେ ଗ୍ରୀଷ୍ମ ଋତୁର ଆରମ୍ଭରେ ଛୋଟ ,ଚର୍ମ ଭଳି ଆବୁ ଦେଖାଯାଏ । ଏହା କାଣ୍ଡ , ଚେର ,ଗଣ୍ଡି ଏବଂ ଶାଖାରେ ଛୋଟ ଛୋଟ ଫୁଲା ସୃଷ୍ଟି କରେ ।.

ମଧ୍ୟ ଦେଖା ଯାଇପାରେ

4 ଫସଲ ଗୁଡିକ
ବାଦାମ
ଅଙ୍ଗୁର
ଅଲିଭ
ପିଚ

ଅନ୍ୟ

ଲକ୍ଷଣ

ଲତାର ଗଣ୍ଡିର ନିମ୍ନ ଭାଗରେ ଆବୁ ସୃଷ୍ଟି ହେବା ଏହି ରୋଗର ଏକ ନମୂନା ଲକ୍ଷଣ ଅଟେ । ଗଣ୍ଡି ଓ କାଣ୍ଡ ବ୍ୟତୀତ ( ତାହା ଦ୍ଵାରା ରୋଗର ସାଧାରଣ ନାମ ହୋଇଛି ) ଏହି ଫୁଲା କଲମୀ ଯୁଗ୍ମ ଚାରିପଟେ କିମ୍ବା ଚେରରେ ମଧ୍ୟ ଦେଖାଯାଏ । ପ୍ରାରମ୍ଭରେ , ଗ୍ରୀଷ୍ମ ଋତୁର ଆରମ୍ଭରେ ଛୋଟ ,ଚର୍ମ ଭଳି ଆବୁ ଦେଖାଯାଏ , ଯେତେବେଳେ ତାପମାତ୍ରା 20 ଡିଗ୍ରୀ C ରୁ ଅଧିକ ଥାଏ । ଏହି ଚର୍ମ ଆବୁ ଦ୍ରୁତ ଗତିରେ ବିକାଶ କରେ ଓ ନରମ ସ୍ପଞ୍ଜ ଭଳି ପ୍ରାୟ ଗୋଲାକାର ଆବୁ( ଯାହାକି ଆଖିଦୃଶିଆ ହୁଏ,) ସୃଷ୍ଟି କରେ ।ପରିପକ୍ଵ ହେବା ସମୟରେ ସେମାନେ ଶୁଷ୍କ ଓ ବିଗଳିତ ହୁଅନ୍ତି ଓ ଗାଢ ରଙ୍ଗରେ ପରିଣତ ହୁଅନ୍ତି । ଥରେ ଆବୁ ବଢିବା ଆରମ୍ଭ କଲେ , ସେମାନେ ଲତା କିମ୍ବା ଗଛର ଶାଖାକୁ ଘେରି ରହିଥାନ୍ତି , ଫଳସ୍ୱରୂପ ଜଳ ଏବଂ ପୋଷଣ ପରିବାହନରେ ବାଧା ସୃଷ୍ଟି କରନ୍ତି । ଏହା ବୃଦ୍ଧି ସୀମିତ କରେ ଓ ଲତାର କିମ୍ବା ଗଛର ଅଙ୍ଗମାରୀ ସୃଷ୍ଟି କରାଏ ।

Recommendations

ଜୈବିକ ନିୟନ୍ତ୍ରଣ

ପ୍ରତିଦ୍ଵନ୍ଦୀ ବୀଜାଣୁ ଆଗ୍ରୋବାକ୍ଟେରିଅମ ରେଡିୟବାକ୍ଟର କିସମ କେ-84 ଫଳପ୍ରସୂ ଭାବରେ ଅନେକ ଫସଲରେ କାଣ୍ଡ ଆବୁ ପାଇଁ ବ୍ୟବହୃତ ହୋଇଛି ।ଦୁର୍ଭାଗ୍ୟର କଥା , ଏହି ପଦ୍ଧତି ଅଙ୍ଗୁରରେ କାମ କରେ ନାହିଁ । କିସମ ଏଫ2/5 ଏ॰ ଭିଟିସ ବ୍ୟବହାର କରି ଏକ ବିକଳ୍ପ ପ୍ରଣାଳୀ ଭଲ ଫଳ ଦେଖାଇ ଅଛି , କିନ୍ତୁ ଏହା ବ୍ୟବସାୟିକ ରୂପରେ ଏ ପର୍ଯ୍ୟନ୍ତ ମିଳି ନାହିଁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ ,ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । କାଣ୍ଡ ଆବୁ ରୋଗ ପାଇଁ , ବର୍ତ୍ତମାନ ମିଳୁଥିବା ( ଆଣ୍ଟିବାୟୋଟିକ ) ଫଳପ୍ରସୂ ନୁହେଁ , ଯେହେତୁ ଏହା କେବଳ ଲକ୍ଷଣ ପାଇଁ କାମ କରେ ଏବଂ ବୀଜାଣୁ ସଂକ୍ରମଣ ଦୂର କରେ ନାହିଁ । ରୋଗ ନିୟନ୍ତ୍ରଣ ଲତାର ଆଘାତ ହେବାରେ ବାଧା ଦେବା ଏବଂ ଚାଷ ସ୍ଥାନ ଉପରେ ଗୁରୁତ୍ଵ ଦିଏ ।

ଏହାର କାରଣ କଣ

କାଣ୍ଡ ଆବୁ ରୋଗ ଅଙ୍ଗୁର ଲତା ଓ ଅର୍ଥନୈତିକ ଗୁରୁତ୍ଵ ଥିବା ପୋଷକ ଗଛ ଓ ଅନ୍ୟ ଗଛ ଯଥା ପିଚ ଗଛକୁ ପ୍ରଭାବିତ କରେ । ଆଗ୍ରୋବାକ୍ଟେରିଅମ ଭିଟିସ ବୀଜାଣୁ ଦ୍ଵାରା ଏହି ରୋଗ ହୁଏ ଯାହାକି ଭୁଇଁ ଉପରେ ଥିବା କିମ୍ବା ମାଟିରେ ପୋତି ହୋଇ ରହିଥିବା ମୃତ ଗଛ ଅବଶେଷରେ କିଛି ବର୍ଷ ବଞ୍ଚିରହିପାରେ । ଏମାନେ ନୂଆ ସଂକ୍ରମଣ ପାଇଁ ରୋଗର ଏକ ଉତ୍ସ ହୋଇଯାନ୍ତି । ଯେ କୌଣସି ଘା' ଏହି ବୀଜାଣୁ ପାଇଁ ଏକ ସମ୍ଭାବ୍ୟ ପ୍ରବେଶ ପଥ ହୁଅନ୍ତି ଓ ଆବୁ ସୃଷ୍ଟି କରିପାରନ୍ତି । ପ୍ରତିକୂଳ ପାଣିପାଗ ( ହିମ, କରକା ପାତ ), ଚେରର ଘର୍ଷଣ କିମ୍ବା ଜମିରେ କାମ କରୁଥିବା ସମୟରେ ଆଘାତ ( କାଟଛାଣ୍ଟ , କଲମୀ ସଂଯୋଗ , ପିଲ ବା ପୁଆ କାଢିବା ) ଯୋଗୁଁ ଏହି ଘା' ହୋଇଥାଏ । ଏହି ବୀଜାଣୁ ଜୀବନ୍ତ କାଠରେ ଓ ଗଛ ଟିସୁରେ ଲକ୍ଷଣ ନଦେଖାଇ କିଛି ବର୍ଷ ରହିପାରେ । ତେଣୁ ବିଭିନ୍ନ ଅଞ୍ଚଳରେ ରୋଗ ବିସ୍ତାର ସୁସ୍ଥ ଦେଖାଯାଉଥିବା ଡାଳ ଖଣ୍ଡ ବା ଅନ୍ୟ ଅଂଶ ପରିବହନରେ ହୋଇଥାଏ । ଏହି ଖରାପ ପ୍ରଭାବକୁ ଦୂରେଇବାକୁ ଉପଯୁକ୍ତ ସ୍ଥାନ ବାଛିବା ସଂକଟମୟ ଅଟେ । ଉଦାହରଣ ସ୍ୱରୂପ , ଯେଉଁ ଅଞ୍ଚଳରେ ଶୀତଦିନେ ହିମ ଜନିତ ଆଘାତ ସାଧାରଣ ଅଟେ ,କାଣ୍ଡ ଆବୁ ରୋଗ ଅଧିକ ହୋଇପାରେ ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ସୁସ୍ଥ ରୋପଣ ସାମଗ୍ରୀ ଆଣନ୍ତୁ । ହିମ ଜନିତ ଆଘାତ ପ୍ରତିରୋଧି କିସମ ବାଛନ୍ତୁ । ତାପମାତ୍ରା ହିମାଙ୍କରେ ପହଞ୍ଚୁଥିବା ଜାଗା ବାଛନ୍ତୁ ନାହିଁ । କାଣ୍ଡ ଆବୁର ପୂର୍ବ ଇତିହାସ ନଥିବା ଲତା ଲଗାନ୍ତୁ । ଉପଯୁକ୍ତ କାଟଛାଣ୍ଟ ଦ୍ଵାରା ଉପଯୁକ୍ତ ବାୟୁ ଚଳାଚଳ ସୁବିଧା କରନ୍ତୁ । ଜମିରେ ଉତ୍ତମ ନିଷ୍କାସନ ବ୍ୟବସ୍ଥା କରନ୍ତୁ । ଜମିରେ କାମ କରିବା ସମୟରେ ଗଛକୁ ଆଘାତ ଦିଅନ୍ତୁ ନାହିଁ । ଅନ୍ୟ ଅଙ୍ଗୁର ବଗିଚାକୁ ସନ୍ଦେହ ଥିବା ରୋପଣ ସାମଗ୍ରୀ ନିଅନ୍ତୁ ନାହିଁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ