ଆମ୍ବ

ଲୋମଶ ସମ୍ବାଳୁଆ

Euproctis sp.

ପୋକ

5 mins to read

ସଂକ୍ଷେପରେ

  • ପତ୍ରରେ ଖାଇବା ଜନିତ କ୍ଷତ । ଘଟଣାକ୍ରମେ ପୋଷକ ଗଛକୁ ପତ୍ରହୀନତା କରାଏ । ଉଭୟ ପ୍ରାନ୍ତରେ ଗୋଟିଏ ଲେଖାଏଁ ଗୁଚ୍ଛ ସହିତ ଲାଲ ବାଦାମୀ , ଧଳା ଲୋମଶ ଶୂକ । ଆଗ ଡେଣାରେ କଳା ଚିହ୍ନ ଏବଂ କଳା ଗାର ସହିତ ଉଜ୍ଜଳ ହଳଦିଆ ପ୍ରଜାପତି ।.

ମଧ୍ୟ ଦେଖା ଯାଇପାରେ

13 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ଲୋମଶ ସମ୍ବାଳୁଆର ଶୂକର ସହଳ ଅବସ୍ଥାରେ ଶରୀରର ଉଭୟ ପାର୍ଶ୍ଵରେ ଲମ୍ବା ଧଳାଳିଆ ବାଳ ଥାଏ । ସେମାନେ ଆମ୍ବ ଗଛର ଓ ଅନ୍ୟ ନ୍କିଛି ପ୍ରଜାତିର ପତ୍ର ଉପରେ ଦଳବଦ୍ଧ ହୋଇ ଖାଆନ୍ତି ଏବଂ ଘଟଣାକ୍ରମେ ସେମାନଙ୍କୁ ପତ୍ରହୀନତା କରିଦିଅନ୍ତି । ପରିପକ୍ଵ ଶୂକର ଧଳା ଲୋମ ଦ୍ଵାରା ଘେରି ହୋଇ ରହିଥିବା ଲାଲ ମୁଣ୍ଡ ଓ ଲାଲ ବାଦାମୀ ଶରୀର ଥାଏ । ସେମାନଙ୍କର ମୁଣ୍ଡରେ ଗୋଟିଏ ଗୁଚ୍ଛ ଥାଏ ଏବଂ ଆଉ ଗୋଟିଏ ଗୁହ୍ୟ ପ୍ରାନ୍ତରେ ଥାଏ । ଶାଖା କିମ୍ବା ପତ୍ର ଉପରେ ଶୂକ ଲୋମଶ ଖୋସାରେ କୋଷା କରେ । ଆଗ ଡେଣାରେ ଧାର ପାଖରେ କଳା ଚିହ୍ନ ଏବଂତେରେଛା କଳା ଗାର ସହିତ ଉଜ୍ଜଳ ହଳଦିଆ ପ୍ରଜାପତି ଅଟେ ।

Recommendations

ଜୈବିକ ନିୟନ୍ତ୍ରଣ

ଶୂକମାନେ ଦୃଢବଦ୍ଧ ଦଳରେ ଖାଆନ୍ତି , ସେମାନଙ୍କୁ ନଷ୍ଟ କରିବା ପାଇଁ ଜଳନ୍ତା ଟର୍ଚ୍ଚ ବ୍ୟବହାର କରାଯାଇପାରେ । ନିମ୍ବ ( ଅଜାଡିରାଚଟା ଇଣ୍ଡିକା ) ଏବଂ ଦୁଦୁରା ( ଡାତୁରା ଷ୍ଟ୍ରାମୋନିଆମ )ନିର୍ଯ୍ୟାସ ସିଂଚନ କଲେ ସମ୍ବାଳୁଆ ସଂଖ୍ୟା କମେ । ବେଶିଲସ ଥୁରିନଜିନେସିସ ବୀଜାଣୁ ଏକ ଅଣୂଜୀବୀ କୀଟନାଶକ ଯାହାକି ଅନ୍ତ୍ରନାଳୀକୁ ପଙ୍ଗୁ କରି ସମ୍ବାଳୁଆକୁ ମାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସାଇପେର୍ମେଥ୍ରିନ , ଡେଲ୍ଟାମେଥ୍ରିନ , ଫ୍ଲୁଭାଲିନେଟ ଆଦି ଲୋମଶ ସମ୍ବାଳୁଆ ପାଇଁ ଫଳପ୍ରସୂ ଅଟେ ।

ଏହାର କାରଣ କଣ

ସାମଞ୍ଜସ୍ୟ ଥିବା ଦୁଇଟି ଜାତିର ସମ୍ବାଳୁଆ ଯୋଗୁଁ ପତ୍ରର କ୍ଷତ ଓ ପତ୍ର ଝଡା ହୁଏ । ମାଇମାନେ ହଳଦିଆ ,ଚେପଟା ଗୋଲାକାର ଅଣ୍ଡା ପତ୍ରର ତଳ ପଟେ ଗୁଛାକାରରେ ଦିଅନ୍ତି । ହଳଦିଆ ବାଦାମୀ ଲୋମ ଏବଂ କାତି ଦ୍ଵାରା ଆବରିତ ହୋଇଥିବାରୁ ଅଣ୍ଡା ବସାଗୁଡିକ ସ୍ପଷ୍ଟ ଜଣାପଡେ । 4 - 10 ଦିନରେ ଶୂକ ବାହାରେ । ଖୋସା ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ପତ୍ରରେ ସେମାନେ 13 ରୁ 29 ଦିନ ପର୍ଯ୍ୟନ୍ତ ଖାଇଚାଲନ୍ତି । ରେଶମୀ ଖୋସାରେ 9 ରୁ 25 ଦିନ ରହିବା ପରେ ବୟସ୍କ ପ୍ରଜାପତି ବାହାରେ । ଶୀତଦିନେ ଶୂକ ସୁପ୍ତତା ଦେଖାଏ ।


ସୁରକ୍ଷାତ୍ମକ ଉପାୟ

  • ଅଣ୍ଡା, ଶୂକ , ପ୍ରଜାପତି ଏବଂ ଖୋସା ପାଇଁ ବଗିଚା ନିରୀକ୍ଷଣ କରନ୍ତୁ ।ଗୌଣ କ୍ଷେତ୍ରରେ , ସମ୍ବାଳୁଆ , ଖୋସା ଏବଂ ଅଣ୍ଡା ଗୁଚ୍ଛ ସଂଗ୍ରହ କରି ନଷ୍ଟ କରନ୍ତୁ । ଆଲୋକ ଜନ୍ତା ବ୍ୟବହାର କରି ବୟସ୍କ ପ୍ରଜାପତି ସଂଗ୍ରହ କରାଯାଇପାରେ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ