କାକୁଡି

କଖାରୁ ଗନ୍ଧି ପୋକ

Coridius janus

ପୋକ

5 mins to read

ସଂକ୍ଷେପରେ

  • ପତ୍ର ହଳଦିଆ ହୁଏ, ଫଳ ଓ କାଣ୍ଡରେ ଛୋଟ ଖାଲୁଆ ସ୍ଥାନ ଦେଖାଯାଏ। ଗଛର ବୃଦ୍ଧି ପ୍ରଭାବିତ ହୁଏ।.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ
କଲରା
କାକୁଡି
ତରଭୁଜ
ବୋଇତି କଖାରୁ
More

କାକୁଡି

ଲକ୍ଷଣ

ଉଭୟ ଛୋଟ ଏବଂ ବୟସ୍କ ଗନ୍ଧି ପୋକ ଗଛରୁ ରସ ଶୋଷଣ କରି ସମସ୍ୟା ସୃଷ୍ଟି କରି ପାରନ୍ତି। ସେମାନେ ଖାଉଥିବା ସ୍ଥାନ ଅନୁସାରେ ପତ୍ରକୁ ହଳଦିଆ ଏବଂ କାଣ୍ଡ ଓ ଫଳରେ ଖାଲୁଆ ସ୍ଥାନ ସୃଷ୍ଟି କରିଥାନ୍ତି। ଗଛର ସାମଗ୍ରିକ ବୃଦ୍ଧି ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ। ଅମଳ ହ୍ରାସ ହୁଏ। ଗନ୍ଧି ପୋକ ସଂଖ୍ୟା ଅଧିକ ହେଲେ, ଛୋଟ ଗଛର ନୂଆ କୋମଳ ବୃଦ୍ଧି ପ୍ରତି ବିପଦ ସୃଷ୍ଟି କରିପାରେ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ପୋକର ଅନେକ ପ୍ରାକୃତିକ ଶତ୍ରୁ ଅଛନ୍ତି, କିନ୍ତୁ ଏହା ନିର୍ଗତ କରୁଥିବା ଦୁର୍ଗନ୍ଧ ଏହାକୁ ପରଭକ୍ଷୀ ଠାରୁ ରକ୍ଷା କରିଥାଏ। ପ୍ରାକୃତିକ ପାଇରେଥ୍ରିନ ସହିତ ତେଲ ମିଶ୍ରଣ ପଦାର୍ଥ ସିଞ୍ଚନ କରନ୍ତୁ କିମ୍ବା ନିମ୍ବ ତେଲ ସିଞ୍ଚନ କରନ୍ତୁ। ରାସାୟନିକ ନିୟନ୍ତ୍ରଣ ବିଭାଗର ନୀତି ଓ ନିୟମ ମନେ ରଖନ୍ତୁ। ଆପଣଙ୍କ ଫସଲର ଲକ୍ଷଣ ସନ୍ଧାନ କରିବା ଏବଂ ପୋକ ଓ ଅଣ୍ଡା କାଢିବା ସହିତ ସିଞ୍ଚନ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଅଧିକ ପରିବେଶ ଅନୁକୂଳ ଉପଚାର ସହିତ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଆକ୍ରାନ୍ତ ମାତ୍ରା ଅଧିକ ହେଲେ, ଆପଣଙ୍କ ଅଞ୍ଚଳ ପାଇଁ ନିୟନ୍ତ୍ରିତ ସ୍ପର୍ଶକ କୀଟନାଶକ ପ୍ରୟୋଗ କରନ୍ତୁ। ସକାଳ ସମୟରେ ସିଞ୍ଚନ କରନ୍ତୁ, ଯେତେବେଳେ ବୟସ୍କ ପୋକ ସକ୍ରିୟ ଥାଏ, ମୂଳ ଓ ପତ୍ରର ନିମ୍ନ ଭାଗରେ ସିଞ୍ଚନ କରନ୍ତୁ। ଯଦି ଆପଣ ପତ୍ର ଛାଦି ବ୍ୟବହାର କରନ୍ତି, ପତ୍ର ଛାଦି ଉପରେ ଜଳ ସିଞ୍ଚନ କରନ୍ତୁ, ଯେପରି ଏହା ଲୁଚିବା ସ୍ଥାନରୁ ବାହାରକୁ ଆସିବାକୁ ବାଧ୍ୟ ହେବ ଏବଂ ଏହାପରେ ତାହା ଉପରେ କୀଟନାଶକ ସିଞ୍ଚନ କରନ୍ତୁ।

ଏହାର କାରଣ କଣ

କୋରିଡିୟସ୍ ଜାନସ ନାମକ ଗନ୍ଧି ପୋକ ଦ୍ଵାରା କ୍ଷତି ହୋଇଥାଏ। ଏହି ପୋକ ମୁଖ୍ୟତଃ କଖାରୁ ଜାତୀୟ ଗଛରେ ଦେଖିବାକୁ ମିଳିଥାଏ। ଗଛ ଅବଶେଷ ଏବଂ ବାଳୁଙ୍ଗାରେ ଏହି ଭୃଙ୍ଗ ବୟସ୍କ ଭାବରେ ଶୀତସୁପ୍ତି କରିଥାଏ। ପ୍ରତ୍ୟେକ ମାଈ ପୋକ ପତ୍ର ତଳ ଭାଗରେ, ଡାଳ କିମ୍ବା ପୋଷକ ଗଛର ଅନ୍ୟ ଅଂଶରେ ପ୍ରାୟ 100 ଟି ପର୍ଯ୍ୟନ୍ତ ଅଣ୍ଡା ଦେଇପାରେ। ବୟସ୍କ ପୋକ ଉଡେ ନାହିଁ ଏବଂ ତାହର ଏକ କମଳା ରଙ୍ଗର ଶରୀର ଏବଂ କଳା ଡେଣା ସହିତ କଳା ମୁଣ୍ଡ ଥାଏ। ପୋକ ପତ୍ର ଛାଦି ଭିତରେ ଲୁଚିବାକୁ ପସନ୍ଦ କରିଥାଏ। ସେମାନେ ସକାଳେ ଏବଂ ସନ୍ଧ୍ୟାରେ ସକ୍ରିୟ, କିନ୍ତୁ ଦିନରେ ସେମାନେ ପତ୍ର ତଳେ ଆଶ୍ରୟ ନିଅନ୍ତି।


ସୁରକ୍ଷାତ୍ମକ ଉପାୟ

  • ବୃଦ୍ଧି ସମୟରେ କଖାରୁ ଗଛ ଚାରିପଟେ ପତ୍ର ଛାଦି ଏଡାନ୍ତୁ, ଯେହେତୁ ଏହା କଖାରୁ ଭୃଙ୍ଗ ବା ପୋକକୁ ଲୁଚି ରହିବା ପାଇଁ ସ୍ଥାନ ଦେଇଥାଏ। ଜମିରେ ନିରୀକ୍ଷଣ କରନ୍ତୁ, ଯେହେତୁ ଯଦି ଆପଣ ପୋକ ବା ଭୃଙ୍ଗ ଏବଂ ଅଣ୍ଡା ଚିହ୍ନଟ କରି ତାହାକୁ କାଢି ନଷ୍ଟ କରି ଦିଅନ୍ତି ତାହେଲେ ଅଧିକ କ୍ଷତି ଏଡା ଯାଇପାରେ। ଗତ ବର୍ଷ ଜମିର ଯେଉଁ ଯେଉଁ ସ୍ଥାନରେ ଗନ୍ଧି ପୋକ ଆପଣ ଦେଖିଥିଲେ, ସେହି ସ୍ଥାନକୁ ସ୍ଵତନ୍ତ୍ର ଧ୍ୟାନ ଦିଅନ୍ତୁ। ଯଦି ବୟସ୍କ ପୋକ, ଛୋଟ ଅବସ୍ତା କିମ୍ବା ଅଣ୍ଡା ସନ୍ଧାନ କରନ୍ତି, ସେଗୁଡିକୁ ହାତରେ କାଢି ନଷ୍ଟ କରି ଦିଅନ୍ତୁ। ଏହାକୁ ନଷ୍ଟ କରିବା ବେଳେ ସର୍ବଦା ହାତରେ ଗ୍ଲୋବ୍ସ ପିନ୍ଧନ୍ତୁ, କାରଣ ଏହା ଏକ ଦୁର୍ଗନ୍ଧ ଛାଡି ଥାଏ। ଶୀତସୁପ୍ତି ପାଇଁ ଲୁଚିବା ସ୍ଥାନ ଯୋଗାଉ ଥିବା ସବୁ ଗଛ ଅବଶେଷ କାଢି ଜମି ସଫା ରଖନ୍ତୁ। ଅମଳ ପରେ ଜମିକୁ ଭଲ ଭାବରେ ହଳ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ