କପା

ଗୋଲାପୀ ବକରା ପୋକ

Pectinophora gossypiella

ପୋକ

5 mins to read

ସଂକ୍ଷେପରେ

  • ଫୁଲ କଢ ଧରୁଥିବା ଅଂଶ କୁ ଖାଇଥାଏ.
  • ଫୁଲର ପାଖୁଡା ସବୁ ରେଶମ ସୁତା ରେ ବାନ୍ଧି ହୋଇଥାଏ.
  • ଲାର୍ଭା ପରେ ବକରା କୁ କଣା କରି ଭିତରେ ମଞ୍ଜି ଖାଇଥାଏ.
  • ଧୂସରଆ-ମାଟିଆ ରଂଗର ପ୍ରଜାପତି ଦେଖାଯାଏ ଯାହାର ମାଟିଆ, ଅଣ୍ଡାକୃତ ଡେଣା ଥାଏ.
  • ଲାର୍ଭା ଉପରେ ଧଳା ଦେହ ସହ ଲମ୍ବା ତେରଛା ଗୋଲାପି ଗାର ସହ କଳା ମୁଣ୍ଡ ଥାଏ.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

କପା

ଲକ୍ଷଣ

ଗୋଲାପୀ ବକରା ପୋକ ଦ୍ୱାରା କଢ ଖୋଲି ନଥାଏ, ବକରା ଝଡ଼ିଯାଏ, ତୁଳା ଏବଂ ମଞ୍ଜି କ୍ଷତି ହୁଏ. ପ୍ରଥମ ବଂଶର ଲାର୍ଭା ଫୁଲଫଳ ଧରୁଥିବା ଅଂଶ କୁ ଖାଇଥାଏ ଯାହା ବଢୁଥାଏ ଓ ଫୁଲ ଧରୁଥାଏ. ସଂକ୍ରମିତ ଫୁଲର ପାଖୁଡା ସବୁ ଲାର୍ଭା ଦ୍ୱାରା ତିଆରି ରେଶମ ସୁତା ରେ ବାନ୍ଧି ହୋଇଥାଏ. ଦ୍ଵିତୀୟ ବଂଶର ଲାର୍ଭା ପରେ ବକରା କୁ କଣା କରି ଭିତରେ ମଞ୍ଜି ଖାଇଥାଏ. ତୁଳା କାଟି ଯାଏ ଓ ସେଥିରେ ଦାଗ ପଡ଼ିଯାଏ ଯାହା ଫଳରେ ଗୁଣାତ୍ମକ ମୂଲ୍ୟ ବହୁତ ପରିମାଣରେ କମିଯାଇଥାଏ. କପା ବକରା ର ଭିତର ପଟେ ଘା ସବୁ ସୃଷ୍ଟି ହୋଇଥାଏ ଏବଂ ଏହା ମଧ୍ୟ ଏକ କ୍ଷୟକ୍ଷତି ର ସଂକେତ. ଅନ୍ୟ ବକରା ପୋକ ପରି ଏହା ବକରା କଣାର ବାହାରେ ମଳ ଛାଡି ଥାଏ. ଅବସରଵାଦୀ ଜୀବାଣୁ ଯେମିତିକି ପଚା କରୁଥିବା କବକ ବହୁତ ସମୟରେ ଲାର୍ଭାର ଯିବା ଆସିବା କଣା ମଧ୍ୟରେ ଯାଇ ରୋଗ ସୃଷ୍ଟି କରିଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ପେକ୍ଟିନୋଫୋରା ଗୋସିପିଏଲା (Pectinophora Gossypiella) ରୁ ବାହାର କରାଯାଇଥିବା 6 ଟି ଫେରୋମୋନ କୁ ପୁରା ଫସଲରେ ସ୍ପ୍ରେ କରାଯାଇପାରେ. ଏହା ଅଣ୍ଡିରା ପୋକର ମାଇ ପୋକ ଖୋଜି ସଙ୍ଗମ କରିବାର କ୍ଷମତାକୁ ବହୁ ଗୁଣରେ କମ କରିଦେଇଥାଏ. ସ୍ପିନୋସାଡ୍ (Spinosad) କିମ୍ବା ବ୍ୟାସିଲସ୍ ଥ୍ୟୁରିଂଜେନେସିସ୍ (Bacillus Thuringiensis) (BT) ସ୍ପ୍ରେ ଠିକ ସମୟରେ କଲେ ପୋକ ପାଇଁ ପ୍ରଭାବୀ ହୋଇପାରେ. ପ୍ରତି ଏକରରେ 8ଟି କରି ଫେରୋମୋନ ଟ୍ରାପ ଗଛ ଲଗାଇବାର 45 ଦିନ ପରେ କିମ୍ବା ଫୁଲ ଧରିବା ସମୟରେ ଲଗାନ୍ତୁ ଏବଂ ଫସଲ ଶେଷ ପର୍ଯ୍ୟନ୍ତ ରଖନ୍ତୁ. ପ୍ରତି 21 ଦିନରେ ଟ୍ରାପ ର ଚାରା କୁ ବଦଳାଇ ଦିଅନ୍ତୁ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଗୋଲାପୀ ବକରା ପୋକର ପ୍ରଜାପତି କୁ ମାରିବା ପାଇଁ କ୍ଲୋରୋପାଇରିଫୋସ୍ (Chlorpyrifos), ଏସ୍ଫେନଭାଲେରେଟ୍ (Esfenvalerate) କିମ୍ଵା ଇଣ୍ଡୋକ୍ସାକାର୍ବ (Indoxacarb) ଥିବା କୀଟନାଶକ ପତ୍ର ଉପରେ ସ୍ପ୍ରେ କରାଯାଇପାରେ. ଅନ୍ୟ ରାସାୟନିକ ଫର୍ମୁଲା ହେଲା ଗାମା ଓ ଲାମ୍ବଡା-ସାଇହେଲୋଥ୍ରୀନ୍ (Gamma- and Lambda-Cyhalothrin) ଏବଂ ବାଇଫେନ୍ଥୀନ୍ (Bifenthrin). ଯେହେତୁ ଲାର୍ଭା ଗୁଡିକ ପତ୍ର କୋଷ ଭିତରେ ଥାଆନ୍ତି ତେଣୁ କୌଣସି ଉପଚାର ପରାମର୍ଶନୀୟ ନୁହେଁ. ପ୍ରତି ଏକରରେ 8ଟି କରି ଫେରୋମୋନ ଟ୍ରାପ ଗଛ ଲଗାଇବାର 45 ଦିନ ପରେ କିମ୍ବା ଫୁଲ ଧରିବା ସମୟରେ ଲଗାନ୍ତୁ ଏବଂ ଫସଲ ଶେଷ ପର୍ଯ୍ୟନ୍ତ ରଖନ୍ତୁ.

ଏହାର କାରଣ କଣ

ଗୋଲାପି ବକରା ପୋକ ପେକ୍ଟିନୋଫୋରା ଗୋସିପିଏଲା (Pectinophora Gossypiella) ର ଲାର୍ଭା ଦ୍ୱାରା କପା ଫୁଲଫଳ ଏବଂ ବକରା ର କ୍ଷୟକ୍ଷତି ହୋଇଥାଏ. ଏହାର ବୟସ୍କ ପ୍ରଜାପତି ସାଧାରଣତଃ ଦାଗଥିବା ଧୂସର ରଙ୍ଗରୁ ଧୂସରିତ ବାଦାମୀ ରଙ୍ଗର ହୋଇଥାଏ. ଏମାନଙ୍କର ଆକାର ଲମ୍ବା ଓ ପତଳା ହୋଇଥାଏ ଏବଂ ବାଦାମୀ ଅଣ୍ଡାକୃତି ଡେଣା ରେ ବାରି ହେଲା ପରି ଧଡ଼ି ଥାଏ. ମାଇ ପ୍ରଜାପତି ଫୁଲଫଳ ଧରୁଥିବା ଅଂଶର ଡ଼େମ୍ଫରେ କିମ୍ବା ସବୁଜ ବକରା ବାହାରିଥିବା ଜାଗାରେ ଗୋଟେ ଗୋଟେ ଅଣ୍ଡା ଦେଇଥାଏ. ସାଧାରଣତଃ ଅଣ୍ଡା 4-5 ଦିନରେ ଫୁଟିଥାଏ ଏବଂ ସାଙ୍ଗେ ସାଙ୍ଗେ ବକରା ଭିତରେ ପସିଥାଏ. ଯୁବ ଲାର୍ଭାର ଗାଢ଼ ବାଦାମୀ ରଙ୍ଗର ମୁଣ୍ଡ ଏବଂ ଶରୀରର ରଙ୍ଗ ଧଳା ଥାଏ. ଏମାନଙ୍କର ପିଠିରେ ଗୋଲାପୀ ରଙ୍ଗର ଆଡା ପଟ୍ଟୀ ଥାଏ. ବୟସ ବଢିଲେ ଧୀରେ ଧୀରେ ଏମାନଙ୍କର ରଙ୍ଗ ଗୋଲାପୀ ହୋଇଥାଏ. ବକରାକୁ ଭାଙ୍ଗି ଖୋଲିଲେ ଏହି ଲାର୍ଭା ତାରି ଭିତରେ ଖାଉଥିବା ଦେଖାଯାଏ. ଲାର୍ଭା 10-14 ଦିନ ଖାଇଲା ପରେ ପ୍ୟୁପା ହେବା ପାଇଁ ସାଧାରଣତଃ ମାଟିରେ ପଡିଥାଏ. ମଧ୍ୟମରୁ ଅତ୍ୟଧିକ ତାପମାନରେ ଏହି ପୋକ ପାଇଁ ଅନୂକୁଳ ହୋଇଥାଏ. କିନ୍ତୁ 37.5°C ରୁ ଅଧିକ ତାପମାନରେ ଏହାର ମୃତ୍ୟୁ ଦର ବଢିଥାଏ.


ସୁରକ୍ଷାତ୍ମକ ଉପାୟ

  • ଶୀଘ୍ର ପାଚୁଥିବା କିସମର ବିହନ ଲଗାନ୍ତୁ କାରଣ ବକରା ପୋକ ସଂକ୍ରମଣ ସିଜନ ର ଶେଷ ସମୟ ଆଡକୁ ହୋଇଥାଏ.
  • କପା ଫସଲ ଜମିରେ ପୋକର ଲକ୍ଷଣ ପାଇଁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ପୋକ ସଂଖ୍ୟାର ଆକଳନ ପାଇଁ ଫେରୋମନ ଟ୍ରାପ ର ବ୍ୟବହାର କରନ୍ତୁ.
  • ପୋକ ସଂଖ୍ୟା କମ କରିବା ପାଇଁ ଶୀତ ଏବଂ ବସନ୍ତ ଋତୁରେ ସଠିକ ଜଳସେଚନର ବ୍ୟବସ୍ଥା କରନ୍ତୁ.
  • ଉଦାହରଣ ସ୍ୱରୂପ ପୁରା ଜମିରେ ବନ୍ୟା ପରି ପାଣି ଦେବା.
  • କୀଟନାଶକର ଉଚିତ ପ୍ରୟୋଗ କରନ୍ତୁ ଯଦ୍ୱାରା ଶିକାରୀ ପୋକଙ୍କୁ ବାଧା ପହଂଚିବ ନାହିଁ ଏବଂ ଗୋଲାପୀ ବକରା ପୋକର ପ୍ରତିରୋଧକ ଶକ୍ତି ବଢିବ ନାହିଁ.
  • ଗଛ ଅବଶେଷ ସବୁ ଅମ୍ଳ ପରେ ସାଙ୍ଗେ ସାଙ୍ଗେ ନଷ୍ଟ କରି ଦିଅନ୍ତୁ.
  • ସର୍ବାଧିକ ପୋକ ସଂଖ୍ୟାର ସମୟରୁ ବଂଚିବା ପାଇଁ ଶୀଘ୍ର ଅମଳ କରନ୍ତୁ.
  • ଖରା ଦିନରେ ଜମି ଖାଇ ରଖନ୍ତୁ.
  • ଫସଲ ଚକ୍ର ଛୋଟ ଶସ୍ୟ କିମ୍ବା ଆଲଫା ଆଲଫା ଘାସ ସହ କରନ୍ତୁ ଏବଂ କମରେ 7 ମାସ ଜମିରେ କପା ଲଗାନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ