କପା

କପାର ଘୋଡା ପୋକ

Anomis flava

ପୋକ

5 mins to read

ସଂକ୍ଷେପରେ

  • ଯୁବ ଲାର୍ଭା ଏକତ୍ରିତ ହୋଇ ପତ୍ରର ପୃଷ୍ଠ ଖାଇଥାନ୍ତି ଏବଂ ସେଥିରେ ଛୋଟ କଣା କରି ଯାଆନ୍ତି.
  • ପୁରା ବିକଶିତ ହୋଇଥିବା ଲାର୍ଭା ପ୍ରବଳ ଭାବେ ଖାଇଯାଆନ୍ତି, କେବଳ ମଝି ଶିରା ଓ ପ୍ରଶିରା କୁ ଛାଡି ପୁରା ପତ୍ର ଖାଇଥାନ୍ତି.
  • ସେମିଲୁପର ନା ଟି ଯୁବ ଲାର୍ଭାର ଗୁଡେଇ ହୋଇ ଯାଉଥିବା ବ୍ୟବହାର ଯୋଗୁଁ ଦିଆଯାଇଛି.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

କପା

ଲକ୍ଷଣ

ଯୁବ ଲାର୍ଭା ଏକାଠି ହୋଇ କଅଁଳ ପତ୍ର କୁ କୋରି କୋରି ଖାଇଥାନ୍ତି ଏବଂ ଏହାଦ୍ୱାରା ଛୋଟ କଣା ହୋଇଥାଏ. ପରିପକ୍ଵ ଲାର୍ଭା ପୁରା ପତ୍ର କେବଳ ମଝି ଶିରା ଓ ପ୍ରଶିରା ଛାଡି ଖାଇଥାନ୍ତି. ପତ୍ରର ଧରାରୁ ଆରମ୍ଭ କରି ଖାଇ ଖାଇ ଶିର ଆଡକୁ ଖାଇ ଯାଇଥାନ୍ତି(ଏହି ପ୍ରକ୍ରିୟାକୁ କଙ୍କାଳୀକରଣ କୁହାଯାଏ.) ପରେ ପରେ ଏମାନେ କଅଁଳ କାଣ୍ଡ, କଢ ଓ ବକରା ମଧ୍ୟ ଖାଇଥାନ୍ତି. କଳା କଳା ମଳ ପତ୍ର ଉପରେ ଦେଖାଯିବା ସାଧାରଣତଃ ଏହି ପୋକ ଉପସ୍ଥିତିକୁ ଦର୍ଶାଇଥାଏ. ଏହି ପୋକର ଆକ୍ରମଣ କାଁ ଭାଁ ହୋଇଥାଏ ଯାହାକି ପାଣି ପାଗ ଉପରେ ନିର୍ଭର କରିଥାଏ ଏବଂ ଅତ୍ୟଧିକ ସଂକ୍ରମଣରେ ଉତ୍ପାଦନରେ ଅମଳ କ୍ଷତି ହୋଇପାରେ. ଘୋଡା ପୋକ ଯଦି ବହୁତ ସଂଖ୍ୟାରେ ଛୋଟ ଗଛରେ ହୋଇଥାଏ ତେବେ ଗୁରୁତର ପରିସ୍ଥିତି ହୋଇପାରେ. ଗଛ ବଢି ଚାଲିଲେ ଏହି ପୋକ ପ୍ରତି ପ୍ରତିରୋଧି ଶକ୍ତି ମଧ୍ୟ ବଢିଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ନିୟମିତ ଭାବେ ଅଣ୍ଡା ଏବଂ ଛୋଟ ଲାର୍ଭା ଖୋଜିବା ଉପରେ ଘୋଡା ପୋକର ନିୟନ୍ତ୍ରଣ ନିର୍ଭର କରିଥାଏ. ଇକ୍ନିଉମୋନିଡେ, ବ୍ରାକୋନିଡେ, ସ୍କେଲିଓନିଡେ, ଟ୍ରାଇକୋଗ୍ରାମାଟିଡେ ଓ ଟ୍ୟାକିନିଡେ ପରିବାରର କେତେକ ପରଜୀବୀ ବିରୁଡି ପ୍ରୟୋଗ କରି ଏହାର ଜୈବୀକ ନିୟନ୍ତ୍ରଣ କରା ଯାଇ ପାରେ. ନିମ ମଞ୍ଜି ରସ କିମ୍ବା ନିମ ତେଲ ସ୍ପ୍ରେ କରି ଚରମ ଜନସଂଖ୍ୟାକୁ ନିୟନ୍ତ୍ରଣ କରା ଯାଇପାରେ. ଉଦାହରଣ ସ୍ୱରୁପ ନିମ ମଂଜିର ରସ(NSKE 5%) କିମ୍ବା ନିମ ତେଲ(1500ppm) @ 5ml/l କରି ହାରରେ ସ୍ପ୍ରେ କରା ଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ବ୍ୟାପକ କୀଟନାଶକ ପ୍ରୟୋଗ ଦ୍ୱାରା ପୋକର ପ୍ରତିରୋଧ ଶକ୍ତି ବଢି ଯାଇଥାଏ. ଯେହେତୁ ଲାର୍ଭା ବଢ଼ିଲା ସମୟରେ ଅଧିକ ମାତ୍ରାରେ କୀଟନାଶକ ସହି ସହି ଚାଲେ, ଅଣ୍ଡା ଓ ଯୁବ ଲାର୍ଭା ଖୋଜି ବାହାର କରି ନଷ୍ଟ କରିବା ଅତ୍ୟନ୍ତ ଆବଶ୍ୟକ. ଅଣ୍ଡା ସମୟରେ ହିଁ କୀଟନାଶକ ପ୍ରୟୋଗ ର ଉପଦେଶ ଦିଆଯାଇଥାଏ. କ୍ଲୋରାଣ୍ଟ୍ରାନିଲିପ୍ରୋଲ୍, ଏମାମେକ୍ଟିନ୍ ବେନ୍ଜୋଏଟ୍, ଫ୍ଲୁବେନଡାଇଆମାଇଡ୍, ମେଥୋମାଇଲ୍ କିମ୍ବା ଏସ୍ଫେନଭାଲେରେଟ୍ ଥିବା କୀଟନାଷଳ ଫର୍ମୁଲା ପ୍ରୟୋଗ କରାଯାଇପାରେ. ଅଳ୍ପ ମୂଲ୍ୟର ଫସଲରେ ରାସାୟନିକ ପଦ୍ଧତି ଲାଭପ୍ରଦ ନୁହେଁ.

ଏହାର କାରଣ କଣ

ଆନୋମିସ୍ ଫ୍ଲାଭିଆ ଏକ ପ୍ରଜାପତି ଯାହାକି ପୁରା ବିଶ୍ୱରେ ଅଧିକାଂଶ ଜାଗାରେ ଦେଖାଦେଇଥାଏ, ତାହାର ଲାର୍ଭା ଦ୍ୱାରା କ୍ଷୟକ୍ଷତି ହୋଇଥାଏ. ବୟସ୍କ ପ୍ରଜାପତି ର ନାରଙ୍ଗୀ ବାଦାମୀ ରଙ୍ଗର ଆଗ ଡେଣା ଯେଉଁଥିରେ ଦୁଇଟି ଧୂସର ରଙ୍ଗର ଅଙ୍କା ବଙ୍କା ଲାଇନ ଧାରରେ ଥାଏ. ଏକ ସ୍ପଷ୍ଟ ନାରଙ୍ଗୀ ତିନିକୋଣିଆ ଚିହ୍ନ ଡେଣାର ଅଧା ପର୍ଯ୍ୟନ୍ତ ଆବରଣ କରିଥାଏ ଯାହାକି ଶରୀରର ପାଖରେ ଥାଏ. ପଛ ଡେଣା ହାଲକା ବାଦାମୀ ରଙ୍ଗର ଥାଏ ଯାହାର କିଛି ବିଶିଷ୍ଟ ରୂପ ନଥାଏ. ମାଇ ପ୍ରଜାପତି ପ୍ରାୟ 500-600 ଗୋଲାକାର ଅଣ୍ଡା ପତ୍ରରେ ଦେଇଥାଏ. ଯୁବ ଲାର୍ଭା ହାଲକା ସବୁଜ ରଙ୍ଗ ହୋଇଥାଏ ଏବଂ ତାହାର ପାଞ୍ଚଟି ଭାଗକୁ ପତଳା ହଳଦିଆ ଗାର ଅଲଗା କରିଥାଏ. ପରିପକ୍ଵ ଲାର୍ଭା ବାଦାମୀ କିମ୍ବା କଳା ରଙ୍ଗରେ ବଦଳି ଯାଏ ଓ ଏହାର ପିଠିରେ ଦୁଇଟି ହଳଦିଆ ରଙ୍ଗର ଗାର ଦେଖାଯାଏ. ପ୍ୟୁପା ଗୁଡିକ ବାଦାମୀ ରନଗର ଏବଂ ମୋଡି ହୋଇଥିବା ପତ୍ର ରେ ରହିଥାନ୍ତି. ଇଂରାଜୀ ନାମ ସେମିଲୁପର ଏଥିପାଇଁ ଦିଆଯାଇଛି ଯେହେତୁ ଏହା ଆଗକୁ ଗଲା ବେଳେ ଏକ ଅର୍ଧ ବୃତ୍ତ ଆକାର ନିଜ ଶରୀର ଦ୍ୱାରା କରି ଚାଲିଥାଏ.


ସୁରକ୍ଷାତ୍ମକ ଉପାୟ

  • ବଜାରରେ ଉପଲବ୍ଧ ସହନଶୀଳ କିସମର ବିହନ ଲଗାନ୍ତୁ.
  • ଜମିରେ ଭଲ ଜଳ ନିଷ୍କାସନ ର ବ୍ୟବସ୍ଥା କରନ୍ତୁ କାରଣ ଅତ୍ୟଧିକ ବୃଷ୍ଟିପାତ ଏହି ପୋକକୁ ଆକ୍ରମଣ ପାଇଁ ସୁଯୋଗ ଦେଇଥାଏ.
  • ଶୀଘ୍ର ଗଛ ଲଗାଇଲେ ସର୍ବାଧିକ ପୋକସଂଖ୍ୟା ର ସମୟରୁ ବର୍ତି ଯାଇ ହେବ ଯାହା ସାଧାରଣତଃ ଗଛ ଲଗାଇବାର 60 ରୁ 75 ଦିନ ମଧ୍ୟରେ ଦେଖାଦେଇଥାଏ.
  • ଫସଲ ନିରୀକ୍ଷଣ କରି ସଂକ୍ରମିତ ଗଛ ସବୁ ହାତରେ ବାହାର କରି ଦିଅନ୍ତୁ.
  • କୀଟନାଶକ ପ୍ରୟୋଗ କୁ ନିୟନ୍ତ୍ରଣ କରନ୍ତୁ ଯାହା ଉପକାରୀ କୀଟ ଉପରେ ପ୍ରଭାବ ପକାଇପାରେ.
  • ଫସଲ ଚକ୍ର ରେ ସହନଶୀଳ ଫସଲକୁ ସାମିଲ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ