Cercospora canescens
ଫିମ୍ପି
5 mins to read
ଗଛର ପ୍ରକାର ଓ ରୋଗକାରୀ ଜୀବାଣୁର ଶକ୍ତି ଅନୁସାରେ ଲକ୍ଷଣ କିଛି ମାତ୍ରାରେ ବଦଳେ ।ବାଦାମୀ କେନ୍ଦ୍ର ଓ ହଳଦିଆ ବଳୟର ଛୋଟ ପାଣି ଭିଜା ଦାଗ ଫସଲ ଲଗାଇବାର 3ରୁ 5 ସପ୍ତାହ ପରେ ପ୍ରଥମେ ପତ୍ରରେ ଦେଖାଯାଏ । ରୋଗର ପରବର୍ତ୍ତୀ ଅବସ୍ଥାରେ ,ଅଧିକ ସଂଖ୍ୟାରେ ଦାଗ ହୁଏ । ଲାଲ ବାଦାମୀ ଧାର ସହିତ ଗାଢ ବାଦାମୀ ବିଗଳିତ ସାମାନ୍ୟ ଖାଲୁଆ ଦାଗ ହୁଏ ।ସେମାନେ ଗଛର ଅନ୍ୟ ସବୁ ଅଂଶରେ ଦେଖାଯାଏ ,ମୁଖ୍ଯତଃ ସବୁଜ ଛୁଇଁରେ ।ଫୁଲ ଆଉ ଛୁଇଁ ହେବା ଅବସ୍ଥାରେ ଅନୁକୂଳ ପରିପାର୍ଶ୍ଵିକ ପରିସ୍ଥିତିରେ ଅଧିକ ମାତ୍ରାରେ ଦାଗ ଫଳରେ ପତ୍ର ଝଡା ଦିଏ ।କବକ ଛୁଇଁର ଉପରେ ଓ ଭିତରେ ବଢେ , ସମ୍ପୂର୍ଣ ନଷ୍ଟ କରେ , ବେଳେବେଳେ ପ୍ରାୟ 100 % ନଷ୍ଟ ହୁଏ ।
ବିହନର ଗରମ ପାଣି ଉପଚାର ସମ୍ଭବ ହୁଏ । ନିମ୍ବ ତେଲର ପ୍ରୟୋଗରୋଗର ମାତ୍ରା କମାଇବା ପାଇଁ ମଧ୍ୟ ଫଳପ୍ରସୂ ହୁଏ ( ଅଧିକ ଛୁଇଁ ଓ ମଞ୍ଜି ସଂଖ୍ୟା , ସୁସ୍ଥ ଛୁଇଁ ଓ ଅଧିକ ଓଜନ )
ଯଦି ମିଳେ ,ସର୍ବଦା ,ଜୈବିକ ଉପଚାର ସହ ଏକସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯଦି କବକ ନାସୀ ପ୍ରୟୋଗ ଆବଶ୍ୟକ ହୁଏ ,ମାଙ୍କୋଜେବ, କ୍ଳୋରୋଥାଲୋନୀଲ @ 1gm ପ୍ରତି ଲିଟର କିମ୍ବା ଥାଇୟୋଫିନେଟ ମିଥାଇଲ @ 1 ml 10 ଦିନ ବ୍ଯବଧାନରେ 2 ଥର ପ୍ରୟୋଗ କରାଯାଏ ।
ବିରି ଓ ମୁଗରେ ସର୍କୋସ୍ପେରା କେନେସେନ୍ସ କବକ ଦ୍ଵାରା ଏହି ଲକ୍ଷଣ ହୁଏ ।କବକ ବିହନ ବାହିତ ଏବଂ ମାଟିରେ ପ୍ରାୟ 2 ବର୍ଷରୁ ଅଧିକ ସମୟ ମାଟି ଓ ଗଛର ଅବଶେଷରେ ବଞ୍ଚିପାରେ । ମାଟିରେ ଚେର ସମୂହକୁ ଅନୁସରଣ କରି ଏହା ବହୁତ ଦୂର ଯାଇପାରେ । ଜମିରେ ଏହା ବିକଳ୍ପ ପୋଷକ ଗଛରେ ମଧ୍ୟ ବଞ୍ଚିପାରେ । ପାଣି ଓ ପବନରେ ଏହି କବକ ଉପରୁ ଗଛର ତଳ ପଟକୁ ଯାଇଥାଏ । ଦିନ ଓ ରାତି ତାପମାତ୍ରାରେ ବୃଦ୍ଧି ,ଆର୍ଦ୍ର ମାଟି ,ଉଚ୍ଚ ବାୟୁ ଆର୍ଦ୍ରତା ଓ ପ୍ରବଳ ବର୍ଷା ଏହି କବକ ବିସ୍ତାର କରିବା ପାଇଁ ଅନୁକୂଳ ଅଟେ ।