ସୋୟାବିନ

Glycine max

ଜଳସେଚନ
ମଧ୍ୟମ

ଚାଷ
ବିହନ ବୁଣିବା

ଅମଳ କରିବା
80 - 120 ଦିନ

ପରିଶ୍ରମ
କମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5.6 - 7

ତାପମାନ
0°C - 0°C

ଉର୍ବରୀକରଣ
ମଧ୍ୟମ

ସୋୟାବିନ

ଉପକ୍ରମ

ସୋୟାବିନ ଫାବାସି ପରିବାରର ଏକ ପ୍ରକାର ଶିମ୍ବଜାତୀୟ ଫସଲ ଯାହା ପୂର୍ବ ଏସିଆ ରୁ ଉତ୍ପତ୍ତି ହୋଇଛି। ଏହା ମୁଖ୍ଯତଃ ଏହାର ଖାଦ୍ୟ ଉପଯୋଗୀ ଛୁଇଁ ପାଇଁ ଜଣାଶୁଣା ଯାହା ଭଲ ପ୍ରୋଟିନ ଏବଂ ତେଲ ଯୋଗାଇଥାଏ। ସୋୟାବିନ ଚାଷ କରୁଥିବା ମୁଖ୍ୟ ଦେଶ ଗୁଡିକ ହେଲା ଯୁକ୍ତରାଷ୍ଟ୍ର ଆମେରିକା (ବିଶ୍ଵ ଉତ୍ପାଦନର 32%), ବ୍ରାଜିଲ (31%) ଏବଂ ଅର୍ଜେଣ୍ଟିନା (18%)।

ଉପଦେଷ୍ଟା

ଯତ୍ନ

ଯତ୍ନ

ସୋୟାବିନ କିସମ ଚୟନ କଲାବେଳେ ଏହା ମନେ ରଖିବା ଉଚିତ୍ ଯେ କିସମ ଗୁଡ଼ିକ ନିର୍ଦ୍ଧିଷ୍ଟ ସିଜନ୍ ପାଇଁ ହି ଉପଯୁକ୍ତ ଅଟନ୍ତି। ସୋୟାବିନ ଫସଲ ଲଗାଇବା ପୂର୍ବରୁ ଜମିର ରୋଗପୋକ ର ଇତିହାସ କୁ ଧ୍ୟାନ ଦେବା ଆବଶ୍ୟକ। କିଛି କିସମ ରେ ଗୁରୁତ୍ୱପୂର୍ଣ୍ଣ ରୋଗ ପୋକ ପ୍ରତି ଜେନେଟିକ ପ୍ରତିରୋଧକ ଶକ୍ତି ଥାଏ। ଜମିରେ ବିବିଧତା ବଜାୟ ରଖିବା ପାଇଁ ଏକାଧିକ ସୋୟାବିନ କିସମ ଲଗାନ୍ତୁ। ସୋୟାବିନ ଏକ ବ୍ୟାକ୍ଟେରିଆ ଜାପୋନିକମ୍ ସହ ସିମ୍ବାୟୋଟିକ ପ୍ରକ୍ରିୟା କରି ଯବକ୍ଷାରଜାନ ନିବନ୍ଧ କରିପାରି ଥାଏ। ସବୁଠାରୁ ଭଲ ଫଳାଫଳ ପାଇଁ ଫସଲ ଲଗାଇବା ପୂର୍ବରୁ ବ୍ୟାକ୍ଟେରିଆ ର ସଠିକ୍ ଷ୍ଟ୍ରେନ୍ ସହ ସୋୟାବିନ୍ ବିହନ କୁ ମିଶାଇବା ଆବଶ୍ୟକ। ପ୍ରାୟ 4ସେମି ମାଟି ତଳକୁ ଏବଂ 40ସେମି ବ୍ୟବଧାନରେ ସୋୟାବିନ ବିହନ କୁ ଲଗାଇବା ଆବଶ୍ୟକ। ମାଟିରେ ତାପମାନ ଅତି କମରେ 10°C ଏବଂ ଅଧିକ ହେଉଥିବା ସମୟ ରେ ସୋୟାବିନ ବିହନ ଲଗାଇବା ଆବଶ୍ୟକ।

ମାଟି

ସୁସ୍ଥ, ଉର୍ବର ଏବଂ କାର୍ଯ୍ୟକ୍ଷମ ମାଟି ସୋୟାବିନ ଚାଷ ପାଇଁ ହିତକର ଅଟେ। ବିଶେଷ କରି ଦୋରସା ମାଟି ଭଲ କାମ ଦେଇଥାଏ କାରଣ ଏହା ଜଳ ନିଷ୍କାସନ ପରେ ମଧ୍ୟ ମାଟି କୁ ଓଦା ରଖିବାର କ୍ଷମତା ଅଛି। ସୋୟାବିନ ଗଛ ପାଇଁ ଅଳ୍ପ ଅମ୍ଳ ମାଟି ଯାହାର pH ପ୍ରାୟ 6.5 ଥାଏ ସେପରି ମାଟି ଭଲ ଅଟେ। ସମୁଦ୍ର ପତ୍ତନ ଠାରୁ 2000 ମିଟର ଉଚ୍ଚ ଅଞ୍ଚଳ ରେ ସୋୟାବିନ ଚାଷ କରା ଯାଇ ପାରେ।

ଜଳବାୟୁ

ସାଧାରଣତଃ ସୋୟାବିନ ଥଣ୍ଡା, ନାତିଶୀତୋଷ୍ଣ ଆଞ୍ଚଲ ଯଥା ମଧ୍ୟ-ପଶ୍ଚିମ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କାନାଡା କିନ୍ତୁ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ଅଞ୍ଚଳ ଯେମିତିକି ଇଣ୍ଡୋନେସିଆରେ ମଧ୍ୟ ଭଲ ଫଳାଫଳ ମିଳିଥାଏ। ଏହି ଫସଲ ପ୍ରାୟ ସମସ୍ତ ଅଞ୍ଚଳ ଯେଉଁଠାରେ ଗରମ ଚାଷ ସିଜନ, ପର୍ଯ୍ୟାପ୍ତ ପାଣି ଏବଂ ସୂର୍ଯ୍ୟାଲୋକ ଉପଲବ୍ଧ ଥାଏ ସେଠାରେ ଚାଷ କରାଯାଇପାରେ। ହିମିକୃତ ତାପମାନରୁ ଆହୁରି କମ ହେଉଥିବା ଥଣ୍ଡା ଅଞ୍ଚଳରେ ସୋୟାବିନ ନଷ୍ଟ ହୋଇଯାଇପାରେ କିନ୍ତୁ ଏଗୁଡିକ ଅନେକ ଅନ୍ୟ ଫସଲ ଯେମିତି ମକା ଠାରୁ କମ କଅଁଳିଆ ଅଟେ। ସୋୟାବିନ ପାଇଁ 20°C ରୁ 40°C ମଧ୍ୟରେ ତାପମାନ ତଥା ଅତି କମରେ 500 ମିମି ବୃଷ୍ଟିପାତ ଚାଷ ସିଜନରେ ଆବଶ୍ୟକ ହୋଇଥାଏ। ସୋୟାବିନ୍ ଫସଲ ଉତ୍ପାଦନରେ ଦିନର ଦୈର୍ଘ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯେଉଁଠାରେ ଦିନର ଦୈର୍ଘ୍ୟ 14 ଘଣ୍ଟାରୁ କମ୍ ଥାଏ ସେଠାରେ ଭଲ ଅମଳ ହାସଲ ହୁଏ।

ସମ୍ଭାବ୍ୟ ରୋଗ

ସୋୟାବିନ

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ସୋୟାବିନ

Glycine max

ସୋୟାବିନ

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ସୋୟାବିନ ଫାବାସି ପରିବାରର ଏକ ପ୍ରକାର ଶିମ୍ବଜାତୀୟ ଫସଲ ଯାହା ପୂର୍ବ ଏସିଆ ରୁ ଉତ୍ପତ୍ତି ହୋଇଛି। ଏହା ମୁଖ୍ଯତଃ ଏହାର ଖାଦ୍ୟ ଉପଯୋଗୀ ଛୁଇଁ ପାଇଁ ଜଣାଶୁଣା ଯାହା ଭଲ ପ୍ରୋଟିନ ଏବଂ ତେଲ ଯୋଗାଇଥାଏ। ସୋୟାବିନ ଚାଷ କରୁଥିବା ମୁଖ୍ୟ ଦେଶ ଗୁଡିକ ହେଲା ଯୁକ୍ତରାଷ୍ଟ୍ର ଆମେରିକା (ବିଶ୍ଵ ଉତ୍ପାଦନର 32%), ବ୍ରାଜିଲ (31%) ଏବଂ ଅର୍ଜେଣ୍ଟିନା (18%)।

ମହତ୍ୱପୂର୍ଣ୍ଣ ତଥ୍ୟ