ଅନ୍ୟ

ଘୋଡାପୋକ

Autographa nigrisigna

ପୋକ

5 mins to read

ସଂକ୍ଷେପରେ

  • ଖାଇବା ଦ୍ୱାରା ଉପପତ୍ର ଏବଂ ଛୁଇଁ ଉପରେ କ୍ଷତ ଦେଖାଯାଏ.
  • ଗୁଳି ବିନ୍ଧା କଣା ପାତ୍ରରେ ଦେଖାଯାଏ.
  • ସବୁଜ ରଙ୍ଗର ଲାର୍ଭା.
  • ଧୂସର ରଙ୍ଗ ର ପ୍ୟାଟର୍ନ ଥିବା ପ୍ରଜାପତି ଫସଲରେ ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ


ଅନ୍ୟ

ଲକ୍ଷଣ

ଘୋଡାପୋକ ଉପପତ୍ର ଓ ଛୁଇଁ ଖାଇଥାଏ. ଯୁବ ଲାର୍ଭା ଉପପତ୍ର କୁ ରା଼ଞ୍ଚୁଡି ଥାଏ ଯେତେବେଳେ କି ବୟସ୍କ ପୋକ କଢ, ଫୁଲ, ଛୁଇଁ ଖାଇଥାଏ କେବଳ ଛୁଇଁର ମୂଳ ଭାଗ ଡ଼େମ୍ଫରେ ଛାଡି ଦିଏ. ଛୁଇଁ ଖାଇବା ସମୟରେ ଘୋଡାପୋକ ଛୁଇଁର ଚୋପା ଉପରେ ଫଟା ଓ ଅସମ କ୍ଷତ ଦେଖାଯାଏ. ଅତ୍ୟଧିକ ସଂକ୍ରମଣ ଯୋଗୁଁ ପତ୍ରଗୁଡ଼ିକ କଣା ହେଲା ପରି ଦେଖାଯାଏ ଏବଂ ପତ୍ର ଗୁଡିକ ଜାଲି ପରି ହୋଇଯାଏ. ସାଙ୍ଘାତିକ କ୍ଷେତ୍ରରେ ଗଛ ଗୁଡିକ ପୁରାପୁରି ପତ୍ରହୀନ ହୋଇପାରେ. ସାଧାରଣତଃ ଲକ୍ଷଣ ଗୁଡିକ ପକ୍ଷୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି ବୋଲି ସନ୍ଦେହ କରାଯାଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ରାସାୟନିକ କୀଟନାଶକ ବ୍ୟବହାର ନ କରି ଶିକାରୀ ଜୀବ ଯଥା ବୁଢିଆଣି, ଲେସଉଇଙ୍ଗ, ପିମ୍ପୁଡି ଏବଂ ଅନ୍ୟ ପ୍ରାକୃତିକ ଶତ୍ରୁ ଗୁଡିକୁ ପ୍ରୋତ୍ସାହନ ଦିଅନ୍ତୁ. ଏକ ସପ୍ତାହ ଅନ୍ତରରେ ଟ୍ରାଇକୋଗ୍ରାମା (Trichogramma chilonis) ଚିଲୋନିସ 1.5 ଲକ୍ଷ ପ୍ରତି ହେ ହିସାବରେ ଚାରି ସପ୍ତାହ ଛାଡ଼ନ୍ତୁ. NPV (ନିଉକ୍ଲିଓପଲିହେଡ୍ରୋଭାଇରସ - Nucleopolyhedrovirus), ବାସିଲସ ଥୁରିଜିଏନସିସ (Bacillus thuringiensis) କିମ୍ବା ବିଉଭେରିଆ ବସିଆନା (Beauveria bassiana) ଥିବା ଜୈବିକ କୀଟନାଶକ ମଧ୍ୟ ଘୋଡାପୋକ ନିୟନ୍ତ୍ରଣ ରେ ସାହାଯ୍ୟ କରିପାରେ. ନିମ ରସ ଏବଂ ଲଙ୍କା କିମ୍ବା ରସୁଣ ରସ ପରି ବଟାନିକାଲ ପଦାର୍ଥ ମଧ୍ୟ ଏହି ପୋକ ନିୟନ୍ତ୍ରଣ ପାଇଁ ଡାଳପତ୍ରରେ ସ୍ପ୍ରେ କରାଯାଇପାରେ. NPV 250 LE/ha with ଟୀପୋଲ (Teepol) 0.1% ଏବଂ ଗୁଡ 0.5% ସହିତ NPV 250 LE/ହେକ୍ଟର ତିନି ଥର 10-15 ଦିନ ବ୍ୟବଧାନରେ ଫୁଲ ଧରିବା ଆରମ୍ଭ ଠାରୁ ବ୍ୟବହାର କରନ୍ତୁ. ନିମ ତେଲ କିମ୍ବା କରଞ୍ଜ ତେଲ 80EC @ 2ମିଲି /ଲିଟର ପ୍ରୟୋଗ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଯଦି 2 ଟି ଲାର୍ଭାରୁ ଅଧିକ 10 ଟି ଗଛରେ ମିଳେ ତାହେଲେ ନିୟନ୍ତ୍ରଣ ପଦ୍ଧତି ଆରମ୍ଭ କରିବା ଆବଶ୍ୟକ. କ୍ଲୋରୋପାଇରିଫସ (Chlorpyriphos) ଏବଂ କ୍ୱିନାଲଫସ (Quinalphos) ଅନୁମୋଦନ କରାଯାଇଥାଏ ଘୋଡା ପୋକ ସଂଖ୍ୟା ହ୍ରାସ କରିବା ପାଇଁ.

ଏହାର କାରଣ କଣ

ଅଟୋଗ୍ରାଫା ନିଗ୍ରିସିଞା (Autographa nigrisigna) ର ଲାର୍ଭା ଦ୍ୱାରା କ୍ଷୟକ୍ଷତି ହୋଇଥାଏ. ଘୋଡାପୋକ ର ପ୍ରଜାପତିର ଆଗ ଡେଣା ଗୁଡିକ ରେ ନିର୍ଦ୍ଧିଷ୍ଟ ପ୍ୟାଟର୍ନ ଥାଏ. ଅଣ୍ଡା ଗୁଡିକ ଗୋଲାକାର ଏବଂ 40 ଟି ଅଣ୍ଡା ମେଞ୍ଚା ମେଞ୍ଚା କରି ଉପପତ୍ରରେ ଦିଆଯାଇଥାଏ. ଘୋଡା ପୋକର ଲାର୍ଭା ସବୁଜ ରଙ୍ଗର ହୋଇଥାଏ. ଗୋଟିଏ ବଂଶ ବିକାଶ ପାଇଁ ପ୍ରାୟ ଚାରି ସପ୍ତାହ ଲାଗିଥାଏ. ଅଣ୍ଡା ଅବସ୍ଥା ପ୍ରାୟ 3-6 ଦିନ ନେଇଥାଏ ଏବଂ ଲାର୍ଭା ଅବସ୍ଥା 8-30 ଦିନ ହୋଇଥାଏ ଯେତେବେଳେ କି ପ୍ୟୁପା ଅବସ୍ଥା 5-10 ଦିନ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଏକ ସହନଶୀଳ କିସମ ଚୟନ କରନ୍ତୁ.
  • ଗଛରୁ ଗଛ କମ ବ୍ୟବଧାନ ରଖି କିମ୍ବା ବିଳମ୍ବରେ ଗଛ ଲଗାଇବାରୁ ଦୁରେଇ ରୁହନ୍ତୁ.
  • ଉତ୍ତମ ସାର ଓ ଜଳସେଚନ ଦେଇ ବଡ଼ ଓ ସତେଜ ଗଛ ବଢ଼ାଇବା ପାଇଁ ଚେଷ୍ଟା କରନ୍ତୁ.
  • ସାପ୍ତାହିକ ଅନ୍ତରରେ ଫସଲ ନିରୀକ୍ଷଣ କରନ୍ତୁ ଏବଂ ଲାର୍ଭାର ଉପସ୍ଥିତି ଚେକ୍ କରନ୍ତୁ.
  • ଆଲୋକ ଏବଂ ଫେରମୋନ ଟ୍ରାପ୍ ସ୍ଥାପନା କରି ପ୍ରଜାପତି ସଂଖ୍ୟା ଚେକ୍ କରନ୍ତୁ ଏବଂ ମାରି ଦିଅନ୍ତୁ.
  • ଗୋଟିଏ ଆଲୋକ ଟ୍ରାପ୍ 2 ହେକ୍ଟର ଜମିରେ ସ୍ଥାପନା କରିବା ଆବଶ୍ୟକ ଯେତେବେଳେ କି ଫେରମୋନ ଟ୍ରାପ୍ ଗୁଡିକୁ 50 ମିଟର ଦୂରରେ ଗୋଟିଏ ଲେଖାଏଁ @ 5 ଟି ଟ୍ରାପ୍ ଏକ ହେକ୍ଟର ରେ ସ୍ଥାପନା କରନ୍ତୁ.
  • ଲମ୍ବା ଜୋଆର ଫସଲ ଏକ ତୁଳନାତ୍ମକ ଫସଲ ହିସାବରେ ଜୈବିକ ପକ୍ଷୀ ଆଡ୍ଡା ହିସାବରେ ଲଗାନ୍ତୁ.
  • ଯଥା ସମ୍ଭବ ଲାର୍ଭା ଓ ବୟସ୍କ ପୋକ ସଂଗ୍ରହ କରି ନଷ୍ଟ କରି ଦିଅନ୍ତୁ.
  • ଅମଳ ପରେ ଜମି ଚାଷ କରନ୍ତୁ ଯାହା ଫଳରେ ପୋକ ଗୁଡିକ ଶିକାରୀ ଜୀବ ମାନଙ୍କ ପାଇଁ ବାହାରକୁ ବାହାରିଯିବେ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ