ଟମାଟ

ଟମାଟୋର ଚେନ ଭଳି ଦାଗ

Physiological Disorder

ଅନ୍ୟ

5 mins to read

ସଂକ୍ଷେପରେ

  • ଲକ୍ଷଣଗତ ବିଗଳିତ ପତଳା ଭୁଲମ୍ବ ଚେନ ଭଳି ଚିହ୍ନ ଫଳର କାଣ୍ଡ ପାଖରୁ ତଳକୁ ଆସେ । ଏହି ଦାଗ ପୁରା ଫଳରେ ଆସି ଏହାର ପୁଷ୍ପାଗ୍ର ପାଖରେ ପହଞ୍ଚିପାରେ । ଫଳ ଧରିବା ସମୟରେ ନିମ୍ନ ତାପମାତ୍ରା ଓ ଉଚ୍ଚ ଆର୍ଦ୍ରତା ଯୋଗୁଁ ଏହି ଅବ୍ୟବସ୍ଥା ହୁଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଟମାଟ

ଲକ୍ଷଣ

ଚେନ ଚିହ୍ନ ଏକ ଶାରୀରିକ ଅବ୍ୟବସ୍ଥା ଯାହାକି ପତଳା ବାଦାମି ବିଗଳିତ ଦାଗ ଫଳର ପୁରା ଲମ୍ବାରେ ସୃଷ୍ଟି କରେ , ଘଟଣାକ୍ରମେ ସ୍ଥାନୀୟ ଭାଗ ଭାଗ ସୃଷ୍ଟି କରେ । ଏହି ଦାଗ ଫଳର ଲମ୍ବା ଓ ଚଉଡା ପଟେ ଲମ୍ବିଥାଏ ଓ ବେଳେବେଳେ ପୁଷ୍ପାଗ୍ର ଠାରୁ କାଣ୍ଡ ପର୍ଯ୍ୟନ୍ତ ଏକ ଚେନ ଭଳି କ୍ଷତ ଚିହ୍ନ ସୃଷ୍ଟିକରେ ଓ ସେଥିପାଇଁ ଏହାର ନାମ ଏପରି ହୋଇଛି । ଫଳ ମାଂସ ପର୍ଯ୍ୟନ୍ତ ନାଳୀ ଭଳି କଟା ଦାଗ ଓ ଫଳ ପୃଷ୍ଠ ବିକୃତି ଆଦି ସାଧାରଣ ଲକ୍ଷଣ ଅଟେ । କ୍ଷତ ଟିସୂ ଏହାର ସ୍ଥିତିସ୍ଥାପକତା ହରାଏ ଓ ଫଳର ବୃଦ୍ଧି ଭଲ ହୁଏ ନାହି । ଠାରେ କ୍ଷତ ଦେଖାଗଲେ , କିଛି କରିବା ପାଇଁ ବିଳମ୍ବ ହୋଇଯାଇଥାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ଶାରୀରିକ ଅବ୍ୟବସ୍ଥା ପାଇଁ କୌଣସି ଜୈବିକ ଉପଚାର ନାହି । ଏହା କେବଳ ପ୍ରତିଷେଧକ ବ୍ୟବସ୍ଥା ଦ୍ଵାରା ଉପଚାର ହୋଇପାରିବ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା, ଜୈବିକ ପଦ୍ଧତି ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣକରନ୍ତୁ । ଏହି ରୋଗ କେବଳ ନିରାକରଣ ପଦ୍ଧତିରେ ଉପଚାର କରାଯାଏ ।

ଏହାର କାରଣ କଣ

ଚେନ ଚିହ୍ନ ଏକ ଶାରୀରିକ ଅବ୍ୟବସ୍ଥା ଯାହାକି ବିଳମ୍ବିତ ଫୁଲ ଓ ସହଳ ଫଳ ଧରିବା ସମୟରେ , ନିମ୍ନ ତାପମାତ୍ରା ଓ ଉଚ୍ଚ ଆର୍ଦ୍ରତା ଯୋଗୁଁ ହୋଇଥାଏ । ନୂଆ ଫଳ ବୃଦ୍ଧି ସମୟରେ ଏକ କିମ୍ବା ଅଧିକ ପରାଗ କୋଷ ଡିମ୍ବାଶୟ ପ୍ରାଚୀରକୁ ଲାଗି ରହିଥାଏ ଓ ଫଳ ବଢିବା ସମୟରେ ଏହାର ବାହାରେ ସୂକ୍ଷ୍ମ ଦାଗ ସୃଷ୍ଟି କରେ । କିସମ ଅନୁସାରେ ତାପମାତ୍ରା ସମ୍ବେଦନଶୀଳତା ଅଲଗା ହୁଏ । କେତେକ ଟମାଟୋ କିସମ ଅନ୍ୟମାନଙ୍କଠାରୁ ଅଧିକ ସଂବେଦନଶୀଳ ଅଟନ୍ତି । ମାଂସ ଖଣ୍ଡ ଭଳି ଚେକାଳିଆ ଟମାଟୋ ସବୁଠାରୁ ଅଧି ପ୍ରଭାବିତ ଅଟନ୍ତି ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି ଓ ସହନୀୟ କିସମ ଲଗାନ୍ତୁ ।ଫୁଲ ଓ ଫଳ ଧରିବା ସମୟରେ ପାରିପାର୍ଶ୍ଵିକ ପରିସ୍ଥିତି ଅନୁକୂଳତମ କରନ୍ତୁ । ରାତ୍ରିର ଚରମ ନିମ୍ନ ତାପମାତ୍ରା ଏବଂ ଆର୍ଦ୍ରତା ଦୁରାନ୍ତୁ ।ଅଯଥା ଶକ୍ତି ଖର୍ଚ୍ଚରୁ ଗଛକୁ ବାରଣ କରିବାକୁ ଏହି ଚିହ୍ନ ଥିବା ଫଳକୁ ଆଗୁଆ କାଢିଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ