ଟମାଟ

ଟମାଟୋର କାଣ୍ଡ ସଢା ରୋଗ

Didymella lycopersici

ଫିମ୍ପି

5 mins to read

ସଂକ୍ଷେପରେ

  • କାଣ୍ଡର ନିମ୍ନ ଭାଗରେ ଗାଢ , ସ୍ପଷ୍ଟ ଖାଲୁଆ ଚିହ୍ନ ଦେଖାଯାଏ । ପ୍ରଭାବିତ ଟିସୁରେ ଅତି ଛୋଟ କଳା ଚିହ୍ନ ଦେଖାଯାଏ । ଗଛ ଝାଊଂଳେ ଓ ଧୀରେ ଧୀରେ ଶୁଖିଯାଏ । ଫଳ କଳା ପଡି ଶୁକୁଟି ଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଟମାଟ

ଲକ୍ଷଣ

ସଂକ୍ରମଣ ସାଧାରଣତଃ ଭୂମି ସ୍ତର ଠାରୁ ଉପରେ କାଣ୍ଡରେ ଓ ମାଟି ସଂସ୍ପର୍ଶରେ ଆସୁଥିବା ପତ୍ର ମଧ୍ୟ ପ୍ରଭାବିତ ହୋଇପାରେ । କାଣ୍ଡରେ ବାଦାମି, ସ୍ପଷ୍ଟ ଖାଲୁଆ ଚିହ୍ନ ପ୍ରଥମେ ଦେଖାଯାଏ । ଏହା ଅଧିକ ବିକଶିତ ହେବା ବେଳେ ଏହି କ୍ଷତ ଚିହ୍ନ କାଣ୍ଡକୁ ଘେରି ରହେ ଓ ପରେ ଝାଊଂଳି ଶୁଖିଯାଏ । ପ୍ରଭାବିତ ଟିସୁରେ ଅତି ଛୋଟ କଳା ଚିହ୍ନ ଦେଖାଯାଏ । ପରବର୍ତ୍ତୀ କ୍ଷତ ଚିହ୍ନ କିମ୍ବା ଯାଦୁରା ଚିହ୍ନ କାଣ୍ଡର ଉପରି ଭାଗରେ ସୃଷ୍ଟି ହୁଏ । ପାଣି ଛିଟ ରେଣୁକୁ ବିକ୍ଷିପ୍ତ କରେ ଓ ଅନ୍ୟ ଗଛକୁ ସଂକ୍ରମିତ କରେ । ପ୍ରଭାବିତ ଫଳ କଳା ପଡି ଶୁକୁଟିଯାଏ

Recommendations

ଜୈବିକ ନିୟନ୍ତ୍ରଣ

ନିରାକରଣ ଉପାୟ ଏହି ରୋଗ କମାଇବା ବା ଦୂରେଇବା ପାଇଁ ଉତ୍ତମ ବିକଳ୍ପ ଅଟେ । ଟ୍ରାଇକୋଡେର୍ମା ହେରଜନିଆମ କବକର କେତେ ଜାତି ଡି ॰ ଲାଇକୋପେର୍ସିସୀ ନିୟନ୍ତ୍ରଣ ପାଇଁ ଭଲ ଫଳ ଦେଖାଏ ଏବଂ ଅମଳ ମଧ୍ୟ ବଢାଏ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ଜୈବିକ ଉପଚାର ସହିତ , ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ନିରାକରଣ ଉପାୟ ଏହି ରୋଗ କମାଇବା ବା ଦୂରେଇବା ପାଇଁ ଉତ୍ତମ ବିକଳ୍ପ ଅଟେ । ଯଦି ଉପଯୁକ୍ତ ସମୟରେ ପ୍ରୟୋଗ କରାଯାଏ , କବକନାଶୀ ଉପଚାର ଅଧିକ ଫଳପ୍ରସୂ ହୋଇପାରେ । କ୍ଳୋରୋଥାଲୋନୀଲ ଥିବା ପଦାର୍ଥ ନୂଆ ସଂକ୍ରମଣକୁ ନିବାରଣ କରିବା ପାଇଁ ଉପଯୋଗୀ ହୋଇପାରେ ।

ଏହାର କାରଣ କଣ

ଡିଡିମେଲା ଲାଇକୋପେର୍ସିସୀ କବକ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୁଏ । ଏହି କବକ ମାଟିରେ ଓ ସଂକ୍ରମିତ ଗଛ ଅବଶେଷରେ ବଞ୍ଚି ରହିପାରେ । ନିୟମିତ କତି ମାରିବା ଦ୍ଵାରା ଏହି କବକ ସହଜରେ ଘା' ଦେଇ ପ୍ରବେଶ କରିପାରେ । ପୋଷକ ଗଛଗୁଡିକ ରାତ୍ରଛାୟା ପରିବାରର( ଟମାଟୋ ଯାହାର ଅନ୍ତର୍ଭୁକ୍ତ ) ଅନ୍ତର୍ଭୁକ୍ତ ଅଟେ । ପତ୍ରର ଏହି ଚିହ୍ନରେ ଗଦି ଭଳି ପଦାର୍ଥ ଥାଏ ଯାହାକି ରେଣୁ ସୃଷ୍ଟି କରେ । ଏହା ପରବର୍ତ୍ତୀ ସମୟରେ ପବନ ବା ବର୍ଷା ଛିଟ ଦ୍ଵାରା ସୁସ୍ଥ ଗଛକୁ ପରିବାହିତ ହୋଇଥାଏ । ଏହି ରୋଗ ସଂକ୍ରମିତ ବିହନ ଦ୍ଵାରା ପରିବାହିତ ହେଉଥିବା ମଧ୍ୟ ଚିନ୍ତା କରାଯାଏ । ଡିଡିମେଲା କାଣ୍ଡ ସଢା ଅନେକ ଗୁଡିଏ ପରିସ୍ଥିତିରେ ହୁଏ ନାହି । ଯାହାହେଲେବି , ଥଣ୍ଡା ତାପମାତ୍ରା ( 20 ଡିଗ୍ରୀ C ) , ବର୍ଷା ଛିଟ ସହିତ ଓଦା ପାଗ ଓ ଉପର ପାଣି ବ୍ୟବହାର ଅନୁକୂଳ ଅଟେ । ଗଛ ପରିପକ୍ଵ ହେବ ସମୟରେ ଅଧିକ ରୋଗ ପ୍ରବଣ ହୁଅନ୍ତି ଏବଂ ମୃତ୍ତିକା ଯବକ୍ଷରଜାନ ଓ ଫସଫରସ ଅଭାବ ରୋଗ ମାତ୍ରା ବଢାଇପାରେ ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ସୁସ୍ଥ ବିହନ ବ୍ୟବହାର କରନ୍ତୁ । ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ସବୁଜ ଗୃହରେ ଲଗାଇଲେ ପତ୍ର ସମୂହରେ ବାୟୁ ଚଳାଚଳ ଅନୁକୂଳ କରିବାକୁ ଗଛ ଗଛ ମଧ୍ୟରେ ପ୍ରଚୁର ବ୍ୟବଧାନ ଦିଅନ୍ତୁ । ତଳ ପତ୍ରକୁ ମାଟିର ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହି କିମ୍ବା ଏହାକୁ କାଢି ଦିଅନ୍ତୁ । ଗଛକୁ ସକାଳ ସମୟରେ ପାଣି ଦିଅନ୍ତୁ ଏବଂ ଉପର ପାଣି ଦିଅନ୍ତୁ ନାହି । 3 ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଫସଲ ପର୍ଯ୍ୟାୟ ସୁନିଶ୍ଚିତ କରନ୍ତୁ । କିଛି ସପ୍ତାହ ପର୍ଯ୍ୟନ୍ତ ମାଟିର ସୌର ଉପଚାର ପାଇଁ ଯୋଜନା କରନ୍ତୁ । ଜମିରେ କାମ କରିବା ସମୟରେ ଗଛକୁ ଆଘାତ ନଦେବା ସୁନିଶ୍ଚିତ କରନ୍ତୁ । ସଂକ୍ରମିତ ଗଛ ଜଣାପଡିବା ମାତ୍ରେ ଜମିରେ ଓ ଆଖପାଖରେ ସହଯୋଗୀ ଗଛ, ଘାସ , ଓ ବିକଳ୍ପ ପୋଷକ ଗଛ କାଢିନିଅନ୍ତୁ । ଅମଳ ପରେ ସବୁ ଗଛ ଅବଶେଷ କାଢନ୍ତୁ ଓ ଜାଳନ୍ତୁ । ଜମିକାମ ପରେ ଖୁଣ୍ଟ ଓ ଯନ୍ତ୍ରପାତି ବିଶୋଧନ ସୁନିଶ୍ଚିତ କରନ୍ତୁ । ସବୁଜ ଘରେ , ଆର୍ଦ୍ରତା 90 % ରୁ କମ ଓ ତାପମାତ୍ରା 15 ଡିଗ୍ରୀ C ରୁ ଅଧିକରଖନ୍ତୁ ।ଟମାଟୋ ଗଛକୁ ଢିରା ଦେବାପାଇଁ ନଳ ( ଅରୁଣ୍ଡୋ ଡୋନକ୍ସ ) କିମ୍ବା ଇଉକାଲିପ୍ଟସ ବ୍ୟବହାର କରନ୍ତୁ , କାରଣ ଏହା ରୋଗ ହେବା କମାଏ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ