ଆଖୁ

ଆଖୁ ମୂଳି ରୁଗୁଡିଆ ରୋଗ

Leifsonia xyli

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ମୂଳି ଆଖୁ ଫସଲର ରୁଗୁଡିଆ ବୃଦ୍ଧି । ଫିକା ହଳଦିଆ ପତ୍ର ଓ ଛୋଟ ପବ ସହିତ ପତଳା କାଣ୍ଡ ବା ଆଖୁ । ଅନ୍ତଃ ଟିସୂର ବିବର୍ଣତା କିମ୍ବା ନାଲି ବିଗଳନ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ଏହା ପ୍ରାୟତଃ ମୂଳି ଫସଲରେ ଦେଖାଯାଏ । ପ୍ରଥମେ , ରୁଗୁଡିଆ ବ୍ୟତୀତ ଆଉ କିଛି ଲକ୍ଷଣ ଦେଖାଯାଏ ନାହି । ଗଛର ଗଣ୍ଠି ପାଖରେ ନରମ ଅନ୍ତଃ ଟିସୁରେ ପିନ ଅଗ୍ର ଭଳି ଛୋଟ କମଳା ରଙ୍ଗର ବୀଜାଣୁ ବିନ୍ଦୁ ଦେଖାଯାଏ । ପରେ , ଏହି ରୋଗରେ ରୁଗୁଡିଆ ବୃଦ୍ଧି , ଫିକା ହଳଦିଆ ପତ୍ର ଓ ଛୋଟ ପବ ସହିତ ପତଳା କାଣ୍ଡ ବା ଆଖୁ ଓ ଅଗ ଆଡକୁ ସରୁ ହୁଏ । ପାଣିପାଗ ଓ କିସମ ଅନୁସାରେ ଗଣ୍ଠି ହଳଦିଆ ଠାରୁ ନାଲି ବାଦାମୀ ରେ ପରିଣତ ହୁଏ । ଏହି ବିବର୍ଣତା ପବ ଆଡକୁ ଆସେ ନାହି । କେତେକ ଅଧି ରୋଗ ପ୍ରବଣ କିସମ ଜଳ ଅଭାବ ଜନିତ ଚାପରେ ଝାଉଂଳା ଏବଂ ପତ୍ରର ଆଗରେ ଓ ଧାରରେ ବିଗଳନ ଦେଖାନ୍ତି । ଅନ୍ୟ ଏକ ଲକ୍ଷଣ ହେଲା ଅମଳ କମିଯିବା ।

Recommendations

ଜୈବିକ ନିୟନ୍ତ୍ରଣ

ଉପଚାରର 1ରୁ 5 ଦିନ ପୂର୍ବରୁ ବିହନ ଖଣ୍ଡ କାଟନ୍ତୁ ଏବଂ 50 ଡିଗ୍ରୀ C ଗରମ ପାଣିରେ 10 ମିନଟ ପାଇଁ ଉପଚାର କରନ୍ତୁ । ପରଦିନ 50 ଡିଗ୍ରୀ C ଗରମ ପାଣିରେ 2 ରୁ 3 ଘଣ୍ଟା ଉପଚାର କରନ୍ତୁ । ଜାଣି ରଖନ୍ତୁ ଯେ ଏହା ଫଳରେ ଗଜା ହାର କମିଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସାହି ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଅଏମୋନିଅମ ସଲ୍ଫେଟ ଏହି ରୋଗ କମାଏ ଓ ଅମଳ ବଢାଇବା ସହିତ ଧଳା ଚିନି ଉତ୍ପାଦନ ବଢାଏ । ଆଣ୍ଟିବାୟଟିକ ପ୍ରୟୋଗ ସହିତ 30 ମିନଟ ପାଇଁ 52 ଡିଗ୍ରୀ C ଗରମ ପାଣି ଉପଚାର ଏହି ରୋଗ ଦମନ କରେ ଓ ଅମଳ ବଢାଏ ।

ଏହାର କାରଣ କଣ

ଗଛ ଅବଶେଷ ଓ ମାଟିରେ ଏହି ବୀଜାଣୁ କିଛି ମାସ ବଞ୍ଚି ରହିପାରେ ଏବଂ ଗଛ ମଧ୍ୟକୁ ଆଘାତ ବା ଘା' ଦେଇ ପାଶେ । ଆଘାତ ଦେଇ ଏହି ବୀଜାଣୁ ସହଜରେ ପରିବାହିତ ହୋଇପାରେ ।


ସୁରକ୍ଷାତ୍ମକ ଉପାୟ

  • ରୋଗ ବିସ୍ତାରକୁ ବାଧା ଦେବା ପାଇଁ ସୁସ୍ଥ ଆଖୁ ଗଛ ଲଗାନ୍ତୁ । ଗଛକୁ ସତର୍କତାର ସହିତ ପରିଚାଳନା କରନ୍ତୁ ଯେପରି ଏହା ଆଘାତ ନ ପାଏ । ଅମଳ ପରେ ଗଛ ଅବଶେଷ ଜମିରୁ କାଢନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ