ଆଖୁ

ଆଖୁ କାତି ପୋକ

Melanaspis glomerata

ପୋକ

5 mins to read

ସଂକ୍ଷେପରେ

  • ଆଖୁ ଓ ପତ୍ର ଶୁଖିଯାଏ । ରୁଗୁଡିଆ ବୃଦ୍ଧି । ଗୋଲାକାର , ଗାଢ ରଙ୍ଗର କାତି ଦ୍ଵାରା କାଣ୍ଡ ଓ ପତ୍ରର ମଧ୍ୟ ଶିରା ଆବରିତ ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ଗୋଲାକାର , ବାଦାମୀ କିମ୍ବା ଧୂସର- କଳା ରଙ୍ଗର କାତି ଦ୍ଵାରା କାଣ୍ଡ ଓ ପତ୍ରର ମଧ୍ୟ ଶିରା ଆବରିତ ଥାଏ । ଏକ ଅସୁସ୍ଥ ଫିକା ସବୁଜ ରଙ୍ଗ ସହିତ ଆକ୍ରାନ୍ତ ଆଖୁର ପତ୍ର ଅଗ ଶୁଖିଯାଏ । ଅବିଚ୍ଛିନ୍ନ ଆକ୍ରମଣ ସହିତ ପତ୍ର ହଳଦିଆ ହୁଏ । ରସର କ୍ଷୟ ଯୋଗୁଁ ପତ୍ର ଖୋଲିପାରେ ନାହିଁ ,ଯାହାକି ଶେଷରେ ହଳଦିଆ ହୁଏ ଓ ଶୁଖିଯାଏ । ଘଟଣାକ୍ରମେ , ଆଖୁ ଶୁଖିଯାଏ ଏବଂ ବାଦାମୀ - ଲାଲ୍ ଦେଖାଯାଏ ଓ ଫାଟ ହୁଏ । ଆକ୍ରାନ୍ତ ଆଖୁ କୁଞ୍ଚିତ ହୁଏ ଏବଂ ଅତ୍ୟଧିକ ଆକ୍ରମଣ କ୍ଷେତ୍ରରେ , ସଂପୂର୍ଣ୍ଣ ଆଖୁ କାଣ୍ଡରେ ପୋକ ଏକ କଠିନ ଅସରଣ କରିଦିଏ । ଏହାର ସ୍ଵସ୍ଥାନୀ ଅଭ୍ୟାସ ( ଏକ ସ୍ଥାନରେ ବାସ କରିବା ) ଓ ଛୋଟ ଆକାର ଯୋଗୁଁ ଆଖୁ ଚାଷୀର ଆଖିରୁ ଏହା ସହଜରେ ରକ୍ଷା ପାଇଯାଏ । ଅତ୍ୟଧିକ କ୍ଷତି ହେବା ପରେ ଏହାର ଉପସ୍ଥିତି ଜଣାପଡେ ।

Recommendations

ଜୈବିକ ନିୟନ୍ତ୍ରଣ

1% ମାଛ ତେଲ ରୋଜିନ ସାବୁନ ମିଶ୍ରଣରେ ବିହନ ସାମଗ୍ରୀ ବୁଡାନ୍ତୁ । ଧଳା ତେଲ ( white oil ) ସିଞ୍ଚନ କରନ୍ତୁ ( ପତ୍ର ଓ କାଣ୍ଡ ) , ଯାହାକି ଶାବକ କାତି ପାଇଁ ଫଳପ୍ରସୂ ଅଟେ । ଚିଲୋକସ ନିଗ୍ରିଟସ କିମ୍ବା ଫାରାସାଇମ୍ନସ ହର୍ନି ଅଣ୍ଡା କାର୍ଡ @ 5 CC /AC ହିସାବରେ ଛାଡନ୍ତୁ ।ହିମେନୋଟେରା ପରଭକ୍ଷୀ ଯଥା: ଆନାବ୍ରୋଟେପିସ ମେଉରାଇ ,ଚିଲୋନିରସ ପ୍ରଜାତି ଏବଂ ପରଭକ୍ଷୀ ଅଷ୍ଟପଦୀ ଯଥା ସାନିୟସୁଲସ ନୁଡସ ଏବଂ ଟାଇରୋଫାଗସ ପୁତ୍ରେସେଂସୀ ବ୍ୟବହାର କରନ୍ତୁ ଯାହାକି କାତି ପୋକକୁ ଖାଇଦେଇ ପରେ

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ବିହନ ସାମଗ୍ରୀକୁ ଲଗାଇବା ପୂର୍ବରୁ 0.1% ମାଲଥିଆନ ଦ୍ରବଣରେ ବତୁରାନ୍ତୁ । ପତ୍ର କାଢିବା ପରେ ଡାଇମେଥୋଏଟ @2ମିଲି /ଲିଟର କିମ୍ବା ମନୋକ୍ରଟଫସ @ 1.6ମିଲି /ଲିଟର ସିଂଚନ କରନ୍ତୁ । କୀଟର ପ୍ରାରମ୍ଭିକ ଉପସ୍ଥିତିପରେ ଏବଂ ପତ୍ର କାଢିବା ପୂର୍ବରୁ ବିହନ ସାମଗ୍ରୀକୁ ଏସିଫେଟ 75ଏସପି @ 1କେଜି/ଲିଟର 2 ଥର ଉପଚାର କରନ୍ତୁ ।

ଏହାର କାରଣ କଣ

ଗୁରୁଣ୍ଡିବା କାଟିପୋକ ଯୋଗୁଁ କ୍ଷତି ହୁଏ । ମାଇମାନେ ଗର୍ଭାଶୟରେ ଅଣ୍ଡା ରଖନ୍ତି - ଅର୍ଥାତ ଶାବକ ଅଣ୍ଡା ଦ୍ଵାରା ସୃଷ୍ଟି ହୁଏ ଯାହାକି ଗର୍ଭ ଭିତରେ ଫୁଟେ । ଫୁଟିବା ପରେ , ଶାବକ କାତି ପୋକ ଖାଦ୍ୟ ସ୍ଥାନ ସନ୍ଧାନରେ ଘୁରି ବୁଲେ । ସେମାନେ ସେମାନଙ୍କ ଛୁଞ୍ଚି ଭଳି ପାଟି ଅଂଶରେ ଲାଗି ରହନ୍ତି , ଗଛ ରସ ଶୋଷନ୍ତି ଏବଂ ଆଉ ଗତି କରନ୍ତି ନାହିଁ । ପବ ସୃଷ୍ଟି ହେବାଠାରୁ ଆକ୍ରମଣ ଆରମ୍ଭ ହୁଏ ଏବଂ ଅବିଚ୍ଛିନ୍ନ ଭାବରେ ଗଛ ବଢିବା ସମୟରେ ଆକ୍ରମଣ ବଢେ । ଶାବକ ଦ୍ଵାରା ଗଛ ରସ ଶୋଷା ଯାଏ । ଅତ୍ୟଧିକ ଆକ୍ରମଣ କ୍ଷେତ୍ରରେ , ପତ୍ରାଛଦ , ଫଳକ ଓ ମଧ୍ୟଶିରା ଆକ୍ରାନ୍ତ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମ ଯଥା ସିଓ439, ସିଓ443, ସିଓ453 , ସିଓ671 , ସିଓ691 ଇବିଏମ ସିଓ 692 ବ୍ୟବହାର କରନ୍ତୁ । କାତି ପୋକମୁକ୍ତ ବିହନ ବିହନ ସାମଗ୍ରୀ ( ଗଣ୍ଡା ) ଚାଷ କରନ୍ତୁ । କାତି ପୋକ ସଂଖ୍ୟା ବଢିବା ବିଳମ୍ବ କରିବା ପାଇଁ ପରିଷ୍କାର ବିହନ ସାମଗ୍ରୀ ବ୍ୟବହାର କରନ୍ତୁ । ଜମି ଓ ହୁଡା ବାଳୁଙ୍ଗାମୁକ୍ତ ରଖନ୍ତୁ । ଜମିରୁ ଜମିଥିବା ପାଣି ନିଷ୍କାସନ କରନ୍ତୁ । ପୋକ ଆକ୍ରମଣ ବିଷୟରେ ଜାଣିବା ପାଇଁ ନିୟମିତ ଜମି ନିରୀକ୍ଷଣ କରନ୍ତୁ । ଅତ୍ୟଧିକ ଆକ୍ରାନ୍ତ ଆଖୁ ଗଛକୁ ଉପାଡି ଜାଳି ଦିଅନ୍ତୁ । ପୋଷକ ନଥିବା ଫସଲ ( ଉଦାହରଣ ସ୍ୱରୂପ ଗହମ ) ସହ ଫସଲ ପର୍ଯ୍ୟାୟ କରନ୍ତୁ । ଲଗାଇବାର 150 ଓ 210 ଦିନ ପରେ ଶୁଖିଲା ପତ୍ର କାଢନ୍ତୁ । ପୁନର୍ବାର ମୂଳି ବାରଣ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ