ଆଖୁ

ଆଖୁ ମୋଜାଇକ ବା ଛିଟ ଭୂତାଣୁ

SCMV

ଭୁତାଣୁ

5 mins to read

ସଂକ୍ଷେପରେ

  • ନିର୍ଦ୍ଦିଷ୍ଟ ପ୍ରଣାଳୀରେ ମୋଜାଇକ ଚିହ୍ନ ବା ଛିଟ ନୂଆ ପତ୍ର ଉପରେ ଦେଖାଯାଏ । ସରୁ ପାଣ୍ଡୁର ଦାଗ ଶିରାର ସମାନ୍ତରାଳ ଭାବେ ଥାଏ । ପୁରୁଣା ପତ୍ରରେ ବିଗଳନ ହୁଏ । ପୁରୁଣା ପତ୍ରରେ ଲାଲ ଅଂଶ ଦେଖାଯାଏ । ରୁଗୁଡିଆ ବୃଦ୍ଧି ହୁଏ ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

ଆଖୁ

ଲକ୍ଷଣ

ନୂଆ ଗଛରୋଗର ବାହ୍ୟ ଲକ୍ଷଣ ପ୍ରକାଶ କରେ । ସଂକ୍ରମିତ ଗଛ ଫିକା ସବୁଜ ଠାରୁ ହଳଦିଆ ରଙ୍ଗରେ ସାଧାରଣ ସବୁଜ ରଙ୍ଗ ଅନ୍ତଃସ୍ଥାପିତ ହୋଇଥିବା ଏକ ନିର୍ଦ୍ଦିଷ୍ଟ ମୋଜାଇକ ଛିଟ ବିକାଶ କରେ । ବେଳେବେଳେ, ଏହି ମୋଜାଇକ ଛିଟ ପତ୍ର ଶିରା ସମାନ୍ତରାଳ ହୋଇ ସରୁ ପାଣ୍ଡୁର କିମ୍ବା ବିଗଳିତ ଦାଗ ଦ୍ଵାରା ବୃଦ୍ଧି ପାଇଥାଏ । କେତେକ କ୍ଷେତ୍ରରେ , ନୂଆ ଆଖୁରେ ପଟି ମଧ୍ୟ ଦେଖାଯାଏ । ପରବର୍ତ୍ତୀ ସମୟରେ , ପତ୍ରରେ ସାଧାରଣ ପାଣ୍ଡୁରତା ଦେଖାଯାଏ ଓ ଦାଗ ବଡ ଓ ଅଧିକ ସଂଖ୍ୟାରେ ହୁଏ । ଗଛ ପରିପକ୍ଵତା ଆଡକୁ ଯିବାବେଳେ , ପତ୍ରରେ ଆଂଶିକ ନାଲି କିମ୍ବା ବିଗଳନ ଦେଖାଯାଏ । ସଂକ୍ରମଣର ସମୟ ଅନୁସାରେ ଗଛ ଅଧିକ ମାତ୍ରାରେ ରୁଗୁଡିଆ ଓ ସମ୍ପୂର୍ଣ ବନ୍ଧ୍ୟାହୋଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଜମିରେ ଓ ଆଖପାଖରେ ଏହାର ବିକଳ୍ପ ପୋଷକ ଯଥା ଘାସ ଆଦି ନିୟନ୍ତ୍ରଣ କରନ୍ତୁ । ଜଉ ପୋକ ସଂଖ୍ୟା ନିରୀକ୍ଷଣ ଓ ନିୟନ୍ତ୍ରଣ କରନ୍ତୁ କାରଣ ଏହା ଭୂତନୁକୁ ସୁସ୍ଥ ଗଛରେ ସଂକ୍ରମିତ କରିପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଜଉ ପୋକ ନିୟନ୍ତ୍ରଣ ପାଇଁ କୀଟନାଶକ ପ୍ରୟୋଗ କରନ୍ତୁ ନାହି , କକରନ ଏହା ଅସଫଳ ହୋଇଥିବା ଦେଖାଯାଇଛି ।

ଏହାର କାରଣ କଣ

ଖାଇବା ଦ୍ଵାରା ଜଉ ପୋକ ଭୂତାଣୁ ପରିବହନ କରେ ଏବଂ ସୁସ୍ଥ ଗଛକୁ 2 ଦିନରେ ସଂକ୍ରମିତ କରିପାରେ । ଗଛରୁ ଗଛକୁଯାନ୍ତ୍ରିକ ପରିବହନ ମଧ୍ୟ ସମ୍ଭବ ଅଟେ । ଆଘାତ ଦେଇ ଭୂତାଣୁ ପତ୍ର ମଧ୍ୟକୁ ଆସିପାରେ । ଛୁରୀ ବା ଅନ୍ୟ ଯନ୍ତ୍ରପାତି ଦେଇ ଯାନ୍ତ୍ରିକ ପରିବହନ ଦେଇ ସମ୍ଭବ ନୁହେ । ଗଛ ଟିସୂ ବାହାରେ ଭୂତାଣୁ ଅଧିକ ସମୟ ବଞ୍ଚିପାରେ ନାହି ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମ ଲଗାନ୍ତୁ । ପ୍ରାମାଣିକ ସୂତ୍ରରୁ ରୋଗମୁକ୍ତ ବିହନ ସାମଗ୍ରୀ ଆଣନ୍ତୁ । ଜଉ ପୋକ ଖାଉଥିବା ଉପକାରୀ ପୋକର ଉଚିତ ସଂଖ୍ୟା ସୁନିଶ୍ଚିତ କରନ୍ତୁ ।ସଂକ୍ରମିତ ଗଛ ସଂଖ୍ୟା ଆକଳନ କରନ୍ତୁ । ଗଛକୁ ଆଘାତ ଦିଅନ୍ତୁ ନାହି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ