ଆଖୁ

ଆଖୁର ଆଖି ଚିହ୍ନ ରୋଗ

Bipolaris sacchari

ଫିମ୍ପି

5 mins to read

ସଂକ୍ଷେପରେ

  • ପ୍ରଥମରେ ପତ୍ରର ଉଭୟ ପଟେ ଲାଲ ଚିହ୍ନ ଦେଖାଯାଏ । ପରେ , ଲାଲ ଠାରୁ ବାଦାମୀ ଧାର ସହିତ ଆଖି ଭଳି କ୍ଷତ ଚିହ୍ନ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ସଂକ୍ରମଣର 1 ରୁ 3 ଦିନ ମଧ୍ୟରେ , ବି॰ ଶାକାରୀ ଦ୍ଵାରା ସଂକ୍ରମିତ ପତ୍ରର ଉଭୟ ପଟେ ଛୋଟ ଲାଲ କ୍ଷତ ଚିହ୍ନ ଆରମ୍ଭ ହୁଏ । ଏହି ଚିହ୍ନ ଲମ୍ବା ଅକ୍ଷ ମୁଖ୍ୟ ଶିରା ସହ ସମାନ୍ତରାଳ ରହି ବୃହତ ବୃତ୍ତାକାର ( ଆଖି ଚିହ୍ନ ପରି ) ପରି ଦେଖାଯାଏ । ଏହାର ଧାର ଲାଲ ଠାରୁ ବାଦାମୀ ରଙ୍ଗର ଅଟେ । ଏହାର କେନ୍ଦ୍ର ଧୂସର ଠାରୁ ତମ୍ବା ରଙ୍ଗର ଅଟେ । ଏହି ଚିହ୍ନ ଗୁଡିକ ଏକାଠି ହୋଇ ଲମ୍ବା ଦାଗ ପରି ରହିଥାନ୍ତି । ଅତ୍ୟଧିକ ସଂକ୍ରମଣରେ ଆଖୁ ଚାରା ପୋଡା ରୋଗ ଯୋଗୁଁ ଲଗାଇବାର 12 ରୁ 14 ଦିନ ପରେ ଅଗ ପଚାରୁ ମରିଯାଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଦୁର୍ଭାଗ୍ୟବଶତଃ , ବିପୋଲାରିଶ ଶାକାରି ପାଇଁ ବିକଳ୍ପ ଉପଚାର ନାହି । ଏହି ରୋଗ ଦମନ କରିବା ପାଇଁ ଯଦି ଆପଣ କିଛି ଜାଣିଛନ୍ତି , ଆମକୁ ଜଣାଇବାକୁ ଅନୁରୋଧ । ଆପଣଙ୍କଠୁ ଶୁଣିବା ଅପେକ୍ଷାରେ ରହିଲୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । 10 ରୁ 15 ଦିନ ବ୍ୟବଧାନରେ 0.2 % କପର ଅକ୍ସିକ୍କ୍ଲୋରାଇଡ କିମ୍ବା 0.3 % ମାଙ୍କୋଜେବ 2 ରୁ 3 ଥର ସିଞ୍ଚନ କରାଯାଇପାରେ । ରୋଗର ମାତ୍ରା ଅନୁସାରେ ସିଞ୍ଚନ କରିବା ଉଚିତ ।

ଏହାର କାରଣ କଣ

ଆଖି ଚିହ୍ନ ରେଣୁ ଦ୍ଵାରା ପରିବାହିତ ହୁଏ ଯାହାକି ପତ୍ର କ୍ଷତ ଚିହ୍ନ ଉପରେ ପ୍ରଚୁର ପରିମାଣରେ ଉତ୍ପନ୍ନ ହୁଏ ଓ ପବନ ଓ ବର୍ଷା ଦ୍ଵାରା ବିସ୍ତାର ଲାଭ କରେ । ଉଚ୍ଚ ଆର୍ଦ୍ରତା ଓ କାକର ସୃଷ୍ଟି ଦ୍ଵାରା କବକ ରେଣୁ ଅଙ୍କୁରଣ ପ୍ରୋତ୍ସାହିତ ହୁଏ । ପୁରୁଣା ପତ୍ର ଅପେକ୍ଷା ନୂଆ ପତ୍ରରେ ଏହି ଜୀବାଣୁ ଦଳ ଅଧିକ ରହନ୍ତି । ବିହନ ଦ୍ଵାରା ପରିବାହିତ ହୁଏ ନାହି । ଯନ୍ତ୍ରପାତି ଓ ମଣିଷ ଦ୍ଵାରା ମଧ୍ୟ ଏହା ସହଜରେ ପରିବାହିତ ହୁଏ ନାହି ।


ସୁରକ୍ଷାତ୍ମକ ଉପାୟ

  • ବଜାରରେ ମିଳୁଥିବା ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ଏହି ରୋଗ ନିରାକରଣ ପାଇଁ ଏହା ସବୁଠାରୁ ଭଲ ଉପାୟ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ