ଅନ୍ୟ

ଛୁଇଁ ବିନ୍ଧା ପୋକ

Etiella zinckenella

ପୋକ

5 mins to read

ସଂକ୍ଷେପରେ

  • ଫୁଲ ଏବଂ କଅଁଳ ଛୁଇଁର ଭିତର ପଟୁ ଖାଇବା ଜନିତ କ୍ଷତି ଥାଏ ଯାହାକି , ବେଳେବେଳେ , ଛୁଇଁକୁ ଝଡେଇଡିଏ । ପୋକର କଚଡା ନରମ ,ବାଦାମୀ , ପଚା ଚିହ୍ନ ସୃଷ୍ଟି କରେ । ଭାଗ କରାଯାଇଥିବା ଛୁଇଁରେ ଆଂଶିକ ବା ସଂପୂର୍ଣ୍ଣ ଭାବେ ଖିଆଯାଇଥିବା ମଞ୍ଜି ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

8 ଫସଲ ଗୁଡିକ

ଅନ୍ୟ

ଲକ୍ଷଣ

ମଟର ,ହରଡ ବିନ ଓ ସୋୟାବିନ ଭଳି ଡାଲି ଜାତୀୟ ଫସଲକୁ ଶୂକ ଆକ୍ରମଣ କରେ । ଏମାନେ ସୋୟାବିନକୁ ଅଧିକ ପସନ୍ଦ କରନ୍ତି । ଛୋଟ ଶୂକ ନୂଆଁ ଫୁଲ ଓ ଛୁଇଁର ଭିତର ଅଂଶ ଖାଏ , ଫଳରେ ବେଳେବେଳେ ଏମାନେ ପଡିଯାନ୍ତି । ମଞ୍ଜି ଥିବା ଅଂଶକୁ କ୍ଷତି କରିଥିଲେ , ଏଥିରେ ଶୂକର ପ୍ରବେଶ ଓ ପ୍ରସ୍ଥାନ କଣା ଥାଏ । ସାଧାରଣତଃ ଗୋଟିଏ ବା ଦୁଇଟି ଶୂକ ପ୍ରତି ଛୁଇଁରେ ଥାଆନ୍ତି ,ଏହା ଉପରେ କଚଡା ଜମା କରନ୍ତି ଏବଂ ନରମ ,ବାଦାମୀ ପଚା ଦାଗ ସୃଷ୍ଟି କରନ୍ତି । ମଞ୍ଜିଗୁଡିକ ଆଂଶିକ ବା ସଂପୂର୍ଣ୍ଣ ଖିଆ ହୋଇଥାନ୍ତି, ଯଦି ଫୁଲ ବା ଛୁଇଁ ନମିଳନ୍ତି , ଶୂକ ପତ୍ର ଖାଏ ।

Recommendations

ଜୈବିକ ନିୟନ୍ତ୍ରଣ

କେତେକ ମେରୁଦଣ୍ଡୀ , ସନ୍ଧିପଦ ଏବଂ ପକ୍ଷୀ ଏହାର ପରଭକ୍ଷୀ ଅଟନ୍ତି । ବ୍ରାକୋନା ପ୍ଲାଟିନୋଟେ ,ପେରିଶିରୋଲା ସେଲୁଲାରିସ ଏବଂ ଜାଟ୍ରୋପିସ ତୋର୍ଟ୍ରି ସିଡିଶ ଜାତିର ପରଜୀବୀ ବା ପରଭକ୍ଷୀ ବିରୁଡି ସୁନା ପଟ୍ଟୀ ଏଟିଏଲା ପ୍ରଜାପତିର ଶୂକକୁ ଆକ୍ରମଣ କରେ ଓ ଏହାର ସଂଖ୍ୟା ଉପରେ ପ୍ରଭାବ ପକାଏ । କୀଟ ବିସ୍ତାରନିଯନ୍ତ୍ରଣ ପାଇଁ କବକ ଏବଂ ବୀଜାଣୁ ରୋଗ ମଧ୍ୟ ବ୍ୟବହାର କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଏହି ପ୍ରଜାପତି ସାଧାରଣତଃ ଡାଲି ଜାତୀୟ ଫସଲର ଏକ ମୁଖ୍ୟ କୀଟ ନୁହେଁ ଏବଂ ଏଥିପାଇଁ କିଛି ବ୍ୟବସ୍ଥା କରିବା ଆବଶ୍ୟକ ନାହିଁ । ଯାହାହେଲେବି , କେତେକ କୀଟନାଶକ ମିଶ୍ରଣ ପତ୍ର ସିଞ୍ଚନ ରୂପେ ବ୍ୟବହାର କରାଯାଇପାରିବ । କୀଟ ବିସ୍ତାର ନିରାକରଣ ପାଇଁ ବୁଣିବାର 45 ଦିନ ପରେ ମାଲାଥିଆନ 5 D (25 କେଜି/ହେକ୍ଟର ) ପ୍ରୟୋଗ କରନ୍ତୁ ।

ଏହାର କାରଣ କଣ

ପୃଥିବୀ ସାରା ବିସ୍ତାର କରିଥିବାଏଟିଏଲା ଜିଙ୍କେନେଲା ପ୍ରଜାପତିର ଶୂକ ଯୋଗୁଁ ଏହି ଲକ୍ଷଣ ଦେଖାଯାଏ । ବୟସ୍କ ପ୍ରଜାପତିମାନେ ରାତ୍ରିଚର ଅଟନ୍ତି ଏବଂ ଫୁଲିଥିବା ମୁଣ୍ଡ ଏବଂ ଦୁଇଟି ଉଦଗତ ଲମ୍ବା ଶୃଙ୍ଗିକା ସହିତ ଫିକା ବାଦାମୀ ଶରୀର ଥାଏ । ଆଗ ଡେଣା ଧାର ସହିତ ଯାଇଥିବା ଧଳା ପଟ୍ଟୀ ବା ଗାର ଓ ଉଜ୍ଜଳ ଦେଖାଯିବା ସମେତ ଆଗ ଡେଣାଗୁଡିକ ଫିକା ବାଦାମୀ ରଙ୍ଗର ଅଟେ । ଗୋଟିଏ ସୁନେଲି କମଳା ପଟ୍ଟୀ ଡେଣାର ଉଭୟ ପାର୍ଶ୍ଵକୁ ଅତିକ୍ରମ କରେ , ତେଣୁ ଏହାର ନାମ " ସୁନା ପଟ୍ଟୀ ଏଟିଏଲା ପ୍ରଜାପତି " ଅଛି । ଗାଢ ଶିରା ପ୍ରଶିରା ଏବଂ ଲମ୍ବା ଝାଲର ସହିତ ପଛ ଡେଣାଗୁଡିକ ଫିକା ଧୂସର ରଙ୍ଗର ହୋଇଥାନ୍ତି । ଫୁଲ କିମ୍ବା ସବୁଜ ଫଳ ଉପରେ ମାଇମାନେ ଅଣ୍ଡା ଦିଅନ୍ତି ଏବଂ ଶୂକ ଫଳ ଭିତରେ ରହେ , ମଞ୍ଜି ଖାଏ ଏବଂ ସହଜରେ ଗୋଟିଏ ଛୁଇଁରୁ ଅନ୍ୟ ଛୁଇଁକୁ ସହଜରେ ଯାଇପାରେ । ବାଦାମୀ ଆଭା(tinge ) ଏବଂ V ଆକାର ଓ ଚାରୋଟି କଳା ବିନ୍ଦୁ ସହିତ ସେମାନେ ଈଷତ ସବୁଜ ଠାରୁ ସବୁଜ ରଙ୍ଗର ଅଟନ୍ତି । ଶୂକ ମାଟିରେ ପଡେ ଓ 2-5 ସେମି ଗଭୀରତାରେ ଖୋସା କରି ସେଠାରେ ଶୀତ ସୁପ୍ତି କରେ ଓ ବସନ୍ତ ଋତୁରେ ବୟସ୍କ ହୋଇ ବାହାରେ ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ , ସହନୀୟ କିସମ ବ୍ୟବହାର କରନ୍ତୁ । କୀଟର( ଅଣ୍ଡା , ସମ୍ବାଳୁଆ , କ୍ଷତି ) ଲକ୍ଷଣ ଜାଣିବା ପାଇଁ ଜମି ନିରୀକ୍ଷଣ କରନ୍ତୁ । ସଂକ୍ରମିତ ଫୁଲ , ଛୁଇଁ ଗଛ ଅଂଶ ହାତରେ କାଢନ୍ତୁ । ଯବକ୍ଷରଜାନ ସାର ଅନୁକୂଳତମ ସ୍ତରରେ ରଖନ୍ତୁ । ଜମିର ଉତ୍ତମ ନିଷ୍କାସନ କରନ୍ତୁ, ଯେହେତୁ ପ୍ଳାବିତ ଜଳ ପ୍ରପୀଡନର ସମ୍ଭାବନା ସୃଷ୍ଟି କରେ । ପ୍ରଜାପତି ସମୂହକୁ ଧରିବା କିମ୍ବା ନିରୀକ୍ଷଣ କରିବା ପାଇଁ ଜନ୍ତା ବ୍ୟବହାର କରନ୍ତୁ ।ପକ୍ଷୀ ଶୂକ ଖାଇବା ପାଇଁ ପକ୍ଷୀ ଆଶ୍ରୟ ଶାଖା ଏବଂ ଖୋଲା ଜାଗା ସୃଷ୍ଟି କରନ୍ତୁ । ଜମି ଓ ଆଖପାଖରେ ଅନାବନା ଘାସ ନିୟନ୍ତ୍ରଣ କରନ୍ତୁ । ବ୍ୟାପକ କୀଟନାଶକ ବ୍ୟବହାର ନିୟନ୍ତ୍ରଣ କରନ୍ତୁ , କାରଣ ଏହା ଉପକାରୀ କୀଟକୁ ପ୍ରଭାବିତ କରେ ଅମଳ ପରେ ଗଛ ଅବଶେଷ କିମ୍ବା ସହଯୋଗୀ ଗଛ କାଢନ୍ତୁ । ପୋଷକ ନଥିବା ଗଛ ସହ ଫସଲ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ