ଚିନାବାଦାମ

ଚିନାବାଦାମ ପତ୍ର ସୁଡ଼ଙ୍ଗକାରୀ ପୋକ

Aproaerema modicella

ପୋକ

5 mins to read

ସଂକ୍ଷେପରେ

  • ପତ୍ରର ଉପର ପଟେ ସୁଡ଼ଙ୍ଗ ହୋଇଥିବା ଉପପତ୍ର ଦେଖାଯାଏ.
  • ଛୋଟ ବାଦାମୀ ଦାଗ ପାତ୍ରରେ ଦେଖାଯାଏ.
  • ପ୍ରବଳ ଭାବେ ସଂକ୍ରମିତ ଫସଲ କିଛି ଦୂରରୁ ପଡିଗଲା ପରି ଦେଖାଯାଏ.
  • ଉପପତ୍ର ଗୁଡିକ ମୋଚି ହୋଇଯାଇଥାଏ.

ମଧ୍ୟ ଦେଖା ଯାଇପାରେ


ଚିନାବାଦାମ

ଲକ୍ଷଣ

ପତ୍ରର ଉପର ପଟେ ସୁଡ଼ଙ୍ଗ ହୋଇଥିବା ଉପପତ୍ର ଏବଂ ବାଦାମୀ ରଙ୍ଗର ଦାଗ ସବୁ ପୋକ ଦ୍ୱାରା ମେସୋଫିଲ ଖାଇବା ଯୋଗୁଁ ଦେଖାଦେଇଥାଏ. ଉପପତ୍ର ଗୁଡିକୁ ଏହି ପୋକର ଲାର୍ଭା ଉପପତ୍ର ଗୁଡିକୁ ବାନ୍ଧି ଦେଇ ତାହା ଭିତରେ ରହି ଖାଏ. ପ୍ରବଳ ଭାବେ ସଂକ୍ରମିତ ଫସଲ କିଛି ଦୂରରୁ ପଡିଗଲା ପରି ଦେଖାଯାଏ. ସଂକ୍ରମିତ ପତ୍ରଗୁଡ଼ିକ ଶୁଖିଯାଏ ଏବଂ ଗଛ ନଷ୍ଟ ହୋଇଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ପ୍ରାକୃତିକ ଉପାୟରେ ଜୈବ ନିୟନ୍ତ୍ରକ ଜୀବ ଯଥା ବୁଢିଆଣୀ, ଲମ୍ବା ଶିଙ୍ଗ ଝିଣ୍ଟିକା, ପ୍ରେଇଙ୍ଗ ମାଣ୍ଟିସ୍, ପିମ୍ପୁଡି, ଲେଡୀବାର୍ଡ ବିଟିଲ, କ୍ରିକେଟ ଓ ଅନ୍ୟ ପୋକ ମାନଙ୍କ ସଂରକ୍ଷଣ କରନ୍ତୁ. ଚିନାବାଦାମରେ ପେନିସେଟମ୍ ଗ୍ଲାଉକମ (Pennisetum glaucum), ବାଜରା ର ଅନ୍ତଃ ଫସଲ ନେଇ ପରଜୀବୀ ଗୋନିଓଜସ୍ ସ୍ପେସିସ (Goniozus spp.) ସଂଖ୍ୟାକୁ ବଢ଼ା ଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଗଜା ହେବାର (DAE)30 ଦିନ ପରେ ଚାରା ଅବସ୍ଥାରେ ଯଦି ପାର୍ଟି ଗଛରେ ଅତି କମରେ 5ଟି ଲାର୍ଭା ଦେଖାଦେଇଥାଏ କିମ୍ବା ଫୁଲ ଧରିବା ଅବସ୍ଥାରେ (50 DAE) ରେ ଗୋଟିଏ ଗଛରେ 10 ଟି ଲାର୍ଭା ଦେଖାଦେଇଥାଏ କିମ୍ବା ଛୁଇଁ ଭରିବା ସମୟରେ (70 DAE) 15 ଟି ଲାର୍ଭା ଗୋଟିଏ ଗଛ ରେ ଦେଖାଯାଏ ତାହେଲେ ରାସାୟନିକ ସ୍ପ୍ରେ କରିବା ଆବଶ୍ୟକ ହୋଇଥାଏ. ଡାଇମେଥୋଏଟ (dimethoate) 200-250 ମିଲି/ହେ କିମ୍ବା କ୍ଲୋରୋପାଇରିଫସ (chlorpyrifos) @2.5 ମିଲି/ଲି କିମ୍ୱା ଏସିଫେଟ@1.5ଗ୍ରା/ଲି କିମ୍ବା ପ୍ରୋଫେନୋଫସ (profenophos) 20EC @ 2ମିଲି/ଲି ର ସ୍ପ୍ରେ ବୁଣିବାର 30-45 ଦିନ ଭିତରେ, ଯଦି ପୋକ ସଂଖ୍ୟା ଅର୍ଥନୈତିକ ଦେହଳୀ ସଂଖ୍ୟାରୁ ଅଧିକ ଥାଆନ୍ତି.

ଏହାର କାରଣ କଣ

ପତ୍ର ସୁଡ଼ଙ୍ଗକାରୀ ପୋକର ଲାର୍ଭା ଦ୍ୱାରା କ୍ଷୟକ୍ଷତି ହୋଇଥାଏ. ପତ୍ର ସୁଡ଼ଙ୍ଗକାରୀ ପୋକର ଅଣ୍ଡା ଗୁଡିକ ଚମକିଲା ଧଳା ଏବଂ ଉପପତ୍ରର ତଳ ପଟେ ଦିଆଯାଇଥାଏ. ଲାର୍ଭା ଗୁଡିକ ଇସତ ସବୁଜ କିମ୍ବା ବାଦାମୀ ରଙ୍ଗର ହୋଇଥାଏ ଯାହାର ଗାଢ଼ ରଙ୍ଗର ମୁଣ୍ଡ ଓ ତଳୁଆ ଛାତି ଥାଏ. ବୟସ୍କ ପତ୍ର ସୁଡ଼ଙ୍ଗକାରୀ ପୋକ 6 ମିମି ଲମ୍ବା ର ଏକ ଛୋଟିଆ ପ୍ରଜାପତି. ଏହାର ଡେଣା ଗୁଡିକ ବାଦାମୀ ଧୂସର ରଙ୍ଗ ହୋଇଥାଏ. ଆଗ ଡେଣା ରେ ଧଳା ବିନ୍ଦୁ ଥାଏ. ଏହାର ଲାର୍ଭା ଉପପତ୍ର ରେ ସୁଡ଼ଙ୍ଗ କରି ତାହା ଭିତରେ ଖାଇଥାଏ. ସେମାନେ ସୁଡ଼ଙ୍ଗ ଭିତରୁ 5-6 ଦିନ ପରେ ବାହାରି ଆସନ୍ତି ଏବଂ ପାଖରେ ଥିବା ଅନ୍ୟ ପତ୍ରକୁ ଯାଇ ଖାଇଥାନ୍ତି. ଏମାନେ ବାନ୍ଧି ହୋଇ ରହିଥିବା ପତ୍ର ମଧ୍ୟରେ ରହି ପ୍ୟୁପା ଅବସ୍ଥା କାଟିଥାନ୍ତି. ପାତ୍ରରେ ସୁଡ଼ଙ୍ଗ ହୋଇଥିବା ଜାଗା ଶୁଖିଯାଏ. ପତ୍ର ସୁଡ଼ଙ୍ଗକାରୀ ପୋକ ଗୁଡିକ ଉଭୟ ବର୍ଷା ଏବଂ ବର୍ଷା ପରବର୍ତ୍ତୀ ଋତୁରେ ସକ୍ରିୟ ରହିଥାନ୍ତି. ଏହାଦ୍ୱାରା 25% ରୁ 75% ପର୍ଯ୍ୟନ୍ତ ଫସଲ ଉତ୍ପାଦନରେ କ୍ଷତି ହୋଇପାରେ.


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମ ଯେମିତିକି ICGV 87160 ଏବଂ NCAC 17090 ଯାହା ଅତ୍ୟଧିକ ପତ୍ର ସୁଡ଼ଙ୍ଗକାରୀ ସଂକ୍ରମିତ ଅଞ୍ଚଳରେ ଭଲ ଉତ୍ପାଦନ ଦେଇଥାଏ.
  • ଡ଼େରିରେ ସଂକ୍ରମଣରୁ ବଞ୍ଚିବା ପାଇଁ ଶୀଘ୍ର ଗଛ ଲଗାନ୍ତୁ.
  • ଚିନାବାଦାମ ସହିତ ଟ୍ରାପ ଫସଲ ଯଥା ବାଜରା କିମ୍ବା ଝୁଡ଼ଙ୍ଗ ସହିତ ଅନ୍ତଃ ଫସଲ ରୂପେ ନିଅନ୍ତୁ.
  • ଆଲୋକ ଟ୍ରାପ ବ୍ୟବହାର କରି ପ୍ରଜାପତି ମାନଙ୍କୁ ରାତି ରେ ଆକର୍ଷଣ କରନ୍ତୁ ଏବଂ ପୋକ ସଂଖ୍ୟା ନିରୀକ୍ଷଣ କରନ୍ତୁ.
  • ସୋୟାବିନ ପରି ବୈକଳ୍ପିକ ପୋଷକ ଫସଲ ଏବଂ ବାଳୁଙ୍ଗା ଯଥା ଲ୍ୟୁସର୍ନ, ଆମରାନ୍ଥସ, ବରସିମ ଏବଂ ଇଣ୍ଡିଗୋଫେରା ହିରସୁଟା ବାହାର କରି ଏହି ପୋକର ବିକାଶ କୁ ନିୟନ୍ତ୍ରଣ କରନ୍ତୁ.
  • ଧାନ ନଡା ର ମଲଚ ବ୍ୟବହାର କରନ୍ତୁ ଯାହା ପତ୍ର ସୁଡ଼ଙ୍ଗକାରୀ ପୋକ ସଂକ୍ରମଣ କୁ କମ କରିଥାଏ.
  • ପତ୍ର ସୁଡ଼ଙ୍ଗକାରୀ ପୋକ ସଂକ୍ରମଣ କୁ କମ କରିବା ପାଇଁ ମକା, କପା ଏବଂ ଜୋଆର ପରି ଫସଲ ସହିତ ଫସଲ ପର୍ଯ୍ୟାୟ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ