ସୋୟାବିନ

ଆକସ୍ମିକ ମୃତ୍ୟୁ ଲକ୍ଷଣ

Fusarium virguliforme

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଶିରା ମଝିରେ ବିକ୍ଷିପ୍ତ , ପ୍ରସାରିତ , ହଳଦିଆ ଚିହ୍ନ ଦେଖାଯାଏ । ଚିହ୍ନଗୁଡିକ ବଢି ଶୁଖିଯାଏ , ଝଡିଯାଇପାରେ ମଧ୍ୟ । କାଣ୍ଡ ଓ ଚେରର ବାଦାମୀ ବିବର୍ଣ୍ଣତା ଦେଖାଯାଏ । ଫୁଲର ଗର୍ଭପାତ ହୋଇପାରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ଫୁଲ ଅବସ୍ଥାରେ ପତ୍ର ଉପରେ ଛୋଟ ,ଈଷତ ସବୁଜ ଗୋଲାକାର ଚିହ୍ନ ଦେଖାଯାଏ । ଶିରାଗୁଡିକର ମଧ୍ୟବର୍ତ୍ତୀ ଅଂଶ ବର୍ଣ୍ଣହୀନ ହୋଇଯାଏ ଓ ପରେ ପତ୍ର ବିଗଳନ ଦେଖାଏ । ରୋଗ ବଢିବା ସମୟରେ , ଏହି ଶିରା ମଧ୍ୟବର୍ତ୍ତୀ ବର୍ଣ୍ଣହୀନ ଅଂଶ ମରିଯାଇ ପଡିଯାଇପାରେ ଓ ପତ୍ରକୁ ଜୀର୍ଣ୍ଣ ରୂପ ଦିଏ । ଘଟଣାକ୍ରମେ , ପତ୍ର ଶୁଖିଯାଏ , କୁଞ୍ଚିତ ହୁଏ ଓ ଝଡିଯାଏ କିନ୍ତୁ ଡେମ୍ଫ ଗଛରେ ଲାଗିରହେ । ପଚା ଲକ୍ଷଣ ( ବାଦାମୀ ବର୍ଣ୍ଣହୀନତା ) କାଣ୍ଡ ଓ ଚେରର ଭିତର ଅଂଶରେ ଦେଖାଯାଏ । ଫୁଲର ଗର୍ଭପାତ ହୋଇପାରେ ଏବଂ ଛୁଇଁ ବୃଦ୍ଧି କିମ୍ବା ପୂରଣ ହୋଇନପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ କବକ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ନାହି । ଯଦି ଆପଣ କିଛି ଜାଣିଛନ୍ତି ଆମ ସହିତ ସମ୍ପର୍କ ରଖନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ପର୍ଣ୍ଣୀୟ କବକନାଶୀ ଫଳପ୍ରସୂ ହୋଇନପାରେ କାରଣ କବକ ଚେର ମଧ୍ୟରେ ଥାଏ । ଏହା ପରିବର୍ତ୍ତେ , ଫ୍ଲୁପାଇରାମ ଭଳି ନିର୍ଦ୍ଦିଷ୍ଟ କବକନାଶୀ ବିହନରେ ପ୍ରୟୋଗ କରନ୍ତୁ ।

ଏହାର କାରଣ କଣ

ଫ୍ୟୁଜାରିଆମ ଭର୍ଗୁଲିଫୋର୍ମେ କବକ ମାଟି କିମ୍ବା ସଂକ୍ରମିତ ଫସଲ ଅବଶେଷରେ ରେଣୁ ଭାବରେ ବଞ୍ଚେ । ଅଙ୍ଗୀୟ ବୃଦ୍ଧିର ସହଳ ଅବସ୍ଥାରେ ଚେର ଦେଇ ଏହା ଗଛକୁ ସଂକ୍ରମଣ କରେ ଓ ବସାବାନ୍ଧେ , କିନ୍ତୁ ଫୁଲ ଅବସ୍ଥାରେ ହିଁ ଲକ୍ଷଣ ପ୍ରକାଶ ପାଇପାରେ । ଥଣ୍ଡା ଓ ଓଦା ମାଟି , ବର୍ଷା ପାଣିପାଗ , ଘଞ୍ଚ ଭାବରେ ଲଗାଯାଇଥିବା ଜମି , ନିମ୍ନ ମାନର ଜଳ ନିଷ୍କାସନ ଆଦି ସଂକ୍ରମଣକୁ ଅନୁକୂଳ କରାନ୍ତି । ସୋୟାବିନର ସିଷ୍ଟ ସୂତ୍ରଜୀବ ଜନିତ ଘା' , କୀଟ ବା ଅସତର୍କତାମୂଳକ କାର୍ଯ୍ୟ ଯୋଗୁଁ ଆଘାତ ଆଦି ସଂକ୍ରମଣ ଶଙ୍କାକୁ ଅନୁକୂଳ କରାନ୍ତି ।


ସୁରକ୍ଷାତ୍ମକ ଉପାୟ

  • ଉତ୍ତମ ଜଳ ନିଷ୍କାସନ ଯୋଗାନ୍ତୁ । ଉଚ୍ଚ ମାନର ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ । ସହନୀୟ କିମ୍ବା ପ୍ରତିରୋଧି କିସମ ଲଗାନ୍ତୁ । ପ୍ରତିକୂଳ ପରିସ୍ଥିତି ଦୂରେଇବା ପାଇଁ ଋତୁରେ ସହଳ ଲଗାନ୍ତୁ । ଉତ୍ତମ ବାୟୁ ଚଳାଚଳ ସୁନିଶ୍ଚିତ କରିବା ପାଇଁ ଗଛ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖନ୍ତୁ । ପ୍ରଥମ ଲକ୍ଷଣ ପାଇବା ପାଇଁ ଜମି ନିରୀକ୍ଷଣ କରନ୍ତୁ । ମାଟିର ଦୃଢତା ଦୂରେଇବା ପାଇଁ ଜମି ଚାଷ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ