ସୋୟାବିନ

ଦକ୍ଷିଣ ଆର୍ମି କୀଟ

Spodoptera eridania

ପୋକ

5 mins to read

ସଂକ୍ଷେପରେ

  • ପତ୍ରର କଙ୍କାଳିକରଣ , ଛୁଇଁରେ କଣା , ପତ୍ରଉପରେ ଧଳା କାତି ଦ୍ଵାରା ଆବୃତ ହୋଇଥିବା ଗୁଚ୍ଛ ଭାବରେ ସବୁଜ ଅଣ୍ଡା , ଲାଲ ମୁଣ୍ଡ ଓ ଧଳା ଚିହ୍ନ ସହିତ କଳା ଶରୀର ଥିବା ଶୂକ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ନୂଆଁ ଶୂକ ରାତ୍ରିଚର ଅଟେ ଏବଂ ପତ୍ରର ତଳ ପଟୁ ଦଳବଦ୍ଧ ଭାବେ ଖାଆନ୍ତି , ବେଳେବେଳେ ପତ୍ରକୁ କଙ୍କାଳ କରି ଦିଅନ୍ତି । ସେମାନେ ପରିପକ୍ଵ ହେବା ସମୟରେ ଏକାକୀ ହୋଇଯାନ୍ତି ଓ ଛୁଇଁରେ ବିନ୍ଧା କରନ୍ତି । ଖାଦ୍ୟ ଅଭାବ ଜନିତ ଚାପ ହେଲେ ସେମାନେ ଗଛ ଶାଖାର ଅଗ୍ର ଭାଗ ଖାଆନ୍ତି ଓ କାଣ୍ଡରେ ବିନ୍ଧ କରନ୍ତି । ବାରମ୍ବାର ଲଗାତର ସୋୟାବିନ ଚାଷ ହେଉଥିବା ଅଞ୍ଚଳରେ , ସେମାନେ ଦ୍ରୁତ ଗତିରେ ବୃଦ୍ଧି ପାଆନ୍ତି ଓ ଉଚ୍ଚ ପତ୍ରହୀନତା କ୍ଷମତା ହାସଲ କରନ୍ତି । ସେଠାରେ , ସେମାନେ ସୋୟାବିନର ଏକ ଗୁରୁତ୍ୱପୂର୍ଣ୍ଣ କୀଟ ହୁଅନ୍ତି ଏବଂ ନଷ୍ଟି ଓ ଅର୍ଥନୈତିକ କ୍ଷତି କରନ୍ତି ।

Recommendations

ଜୈବିକ ନିୟନ୍ତ୍ରଣ

ପରପୀଡନ କମାଇବା ପାଇଁ ପ୍ରାକୃତିକ ଶତ୍ରୁକୁ ଉତ୍ସାହିତ କରନ୍ତୁ । ଉଦାହରଣ ସ୍ୱରୂପ , କୋଟେସିଆ ମାର୍ଜିନିଭେଣ୍ଟ୍ରିସ , ଚେଲୋନସ ଇନସୁଲାରିସ , ମେଟିୟରସ ଅଟୋଗ୍ରାଫେ , ଏମ ॰ ଲାଫିଗମେ କିମ୍ବା କେମ୍ପୋଲେଟିସ ଫ୍ଲାଭିସୀଙ୍କଟା ଭଳି ପରଭକ୍ଷୀ ବିରୁଡି । ଅନ୍ୟ ଉପକାରୀ ପୋକ ହେଲେ ଝାଲର ଡେଣା ପୋକ ଓ ଇନ୍ଦ୍ରକୋପୀ ପୋକ । କେତେକ ପକ୍ଷୀ ବୟସ୍କ ପ୍ରଜାପଟିକୁ ଖାଆନ୍ତି । ଆପଣ ବିଉଭେରିଆ ବାସିଆନା କବକ ଦ୍ଵାରା ଏହି ଶୂକକୁ ସଂକ୍ରମିତ କରିପାରିବେ । ଏହି ଶୂକକୁ ବିକର୍ଷିତ କରିବା ପାଇଁ ନିମ୍ବ ତେଲ ବ୍ୟବହାର କରାଯାଉଛି । ଯାହାହେଲେବି , ଉଦ୍ଭିଦଜାତ କୀଟନାଶକ ଦ୍ଵାରା ଶୂକ ନିୟନ୍ତ୍ରଣ କଷ୍ଟକର ଅଟେ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଅଛି , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯେତେବେଳେ ଦକ୍ଷିଣ ଆର୍ମି କୀଟ ସହଳ ଅବସ୍ଥାରେ ଥାଏ , ଏହାକୁ ନିୟନ୍ତ୍ରଣ କରିବା ପାଇଁ ପର୍ଣ୍ଣୀୟ କୀଟନାଶକ ବ୍ୟବହାର କରନ୍ତୁ । ଶୂକ ପ୍ରତି ବିଷାକ୍ତତା କୀଟନାଶକ ଅନୁସାରେ ବଦଳେ । କୃତ୍ରିମ ପାଇରେଥ୍ରୋଏଡ ବର୍ଗର ରାସାୟନିକ ଏହି କୀଟ ପାଇଁ ବ୍ୟବହାର କରାଯାଏ ।

ଏହାର କାରଣ କଣ

ସ୍ପୋଡୋପ୍ଟୋରା ଏରିଡାନିଆ , ଦକ୍ଷିଣ ଆର୍ମି କୀଟର ଶୂକ ଦ୍ଵାରା ଏହି ନଷ୍ଟି ହୁଏ । ବୟସ୍କ ପ୍ରଜାପତିଗୁଡିକ ଧୂସର ଆଗ ଡେଣା ଏବଂ ମୋତି ପରି ଧଳା ଅସ୍ବଚ୍ଛ ପଛ ଡେଣା ସହିତ ଧୂସର ବାଦାମୀ ଅଟନ୍ତି । ଡେଣାର କେନ୍ଦ୍ର ପାଖରେ ବିନ ଆକୃତିର ଚିହ୍ନ ଥାଇପାରେ ।ମାଇ ପ୍ରଜାପତି ପତ୍ର ତଳ ପଟେ ଧଳା କାତି ଦ୍ଵାରା ଆବୃତ ହୋଇଥିବା ଗୁଚ୍ଛ ଭାବରେ ଅଣ୍ଡା ଦିଅନ୍ତି ।ଶୂକର ଲାଲ ବାଦାମୀ ମୁଣ୍ଡ ଓ ବିକ୍ଷିପ୍ତ ଧଳା ଚିହ୍ନ ସହିତ କଳା ଶରୀର ଥାଏ ।ପୃଷ୍ଠ ଭାଗରେ ଏକ ଫିକା ଧଳା ଯାଇଥାଏ ଏବଂ ଦୁଇ ପାର୍ଶ୍ଵରେ ହଳଦିଆ ଗାର ଥାଏ । ବିଳମ୍ବ ଶୂକ ଅବସ୍ଥାରେ , ସେମାନଙ୍କ ଚର୍ମ ଫିକା ହୁଏ , କଳା ତ୍ରିଭୁଜର ଦୁଇ ଧାଡି ସେମାନଙ୍କ ପିଠି ଓ ପ୍ରଥମ ଖଣ୍ଡ ( segment )ରେ ଗାଢ ବଳୟ ଥାଏ । ସେମାନଙ୍କ ବିକାଶ ପାଇଁ 20 ରୁ 25 ଡିଗ୍ରୀ C ହେଉଛି ଅନୁକୂଳତମ ତାପମାତ୍ରା , 30 ଡିଗ୍ରୀ C ପରେ ସେମାନଙ୍କ ଜୀବନ ଚକ୍ର ହ୍ରାସ ହୁଏ ।


ସୁରକ୍ଷାତ୍ମକ ଉପାୟ

  • 3 ମାସ ପୂର୍ବ ପର୍ଯ୍ୟନ୍ତ କୀଟ ମୁକ୍ତ ଥିବା ଅଞ୍ଚଳରୁ ଗଛ ବ୍ୟବହାର କରନ୍ତୁ । ରୋଗ ମୁକ୍ତ ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ । ଜମି ନିରୀକ୍ଷଣ କରିବା ଓ ପ୍ରଜାପତି ଧରିବା ପାଇଁ ଫେରୋମୋନ ଜନ୍ତା ବ୍ୟବହାର କରନ୍ତୁ । ଅଣ୍ଡା କିମ୍ବା ସମ୍ବାଳୁଆ ଦ୍ଵାରା ସଂକ୍ରମିତ ଯେ କୌଣସି ଗଛ ଅଂଶ କାଢି ଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ