ଆଖୁ

ଆଖୁ ବିନ୍ଧା ପୋକ

Diatraea saccharalis

ପୋକ

5 mins to read

ସଂକ୍ଷେପରେ

  • ଆଖୁ ଉପରେ ଛୁଞ୍ଚି ଅଗ ଭଳି ଖାଇବା ଜନିତ କ୍ଷତ ଥାଏ । କାଣ୍ଡର ଅନ୍ତଃ ଟିସୂ ଖିଆଯାଇଥାଏ , ମଞ୍ଜ କିଳା ଲକ୍ଷଣ ଦେଖାଯାଏ । ଦୁର୍ବଳ ଓ ରୁଗୁଡିଆ ଗଛ । ପରିପକ୍ଵ ଗଛ ଭାଙ୍ଗିବା ବା ପଡିଯିବା ଅବସ୍ଥାରେ ଥାନ୍ତି ।.

ମଧ୍ୟ ଦେଖା ଯାଇପାରେ


ଆଖୁ

ଲକ୍ଷଣ

ଛୁଞ୍ଚି ଅଗ ଭଳି ଖାଇବା ଜନିତ କ୍ଷତ ଓ ଆଖୁର ପାର୍ଶ୍ଵ ଡାଳ ବାହାରିବ ଏହି ଶୂକ ଦ୍ଵାରା ହୁଏ । ନୂଆ ଗଛରେ କାଣ୍ଡର ଅନ୍ତଃ ଟିସୂ ଖିଆଯାଇଥାଏ , ଏହା ମଞ୍ଜ କିଳା ଅଟେ । ବଡ ଗଛରେ ଯୁବ ଶୂକ ପତ୍ର ଛାଦରେ କଣା କରେ । ଶୂକ ବଡହେବା ସମୟରେ , ଆଖୁ ଭିତରେ ସୁଡଙ୍ଗ କରେ । , ଅତ୍ୟଧିକ ସଂକ୍ରମିତ ଗଛ ଦୁର୍ବଳ , ରୁଗୁଡିଆ ହୁଏ ଓ ସମୟ କ୍ରମେ ଭାଙ୍ଗିଇଯାଏ କିମ୍ବା ପଡିଯାଏ , ଯେତେବେଳେ , ପାଣିପାଗ ପ୍ରତିକୂଳ ଥାଏ । କଣା ଗଛର ପ୍ରାୟ ଚାରିଆଡେ ଦେଖାଯାଏ , ଏହା ଅମଳ ଓ ଶିରାର ମାନ ହ୍ରାସ କରେ ।

Recommendations

ଜୈବିକ ନିୟନ୍ତ୍ରଣ

ଅତି କମରେ 27 -100 % ବିନ୍ଧା ପୋକ ଅଣ୍ଡା ମାରିବା ପାଇଁ 25.6 ଦେଗରେ ବିଶିଷ୍ଟ ଜଳରେ ଆଖୁ ବିହନକୁ 72 ଘଣ୍ଟା ବୁଡାଇ ରଖନ୍ତୁ । ଏହି ଉପଚାର ଦ୍ଵାରା ବିହନ ଗଜା ହେବାରେ ଅସୁବିଧା ନାହି , ବରଂ ବତୁରା ବିହନ ଭଲ ଗଜା ହୁଏ । କେତେକ ପରଭକ୍ଷୀ ଦ୍ଵାରା ଡି ॰ ଶାକାରିଲିସ ସଂଖ୍ୟା ନିୟନ୍ତ୍ରିତ ହୋଇପାରିବ । ଲାଲ ନିଆଁ ପିମ୍ପୁଡି ( ସୋଲେନୋପ୍ସିସ ଇନଭିକଟା ) ବ୍ୟବହାର କରନ୍ତୁ । କିମ୍ବା, ଟ୍ରାଇକୋଗ୍ରାମ୍ମା ପରଜୀବୀ ବିରୁଡି ପ୍ରଜାତି ବ୍ୟବହାର କରି ଅଣ୍ଡା ସଂଖ୍ୟା ହ୍ରାସ କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଅର୍ଥନୈତିକ କ୍ଷତି ହେବା ଭଳି ସଂଖ୍ୟା ଜାଣିବା ପାଇଁ ଜମି ନିରୀକ୍ଷଣ କରନ୍ତୁ । କ୍ଲୋରନ୍ତ୍ରାନୀଳିପ୍ରୋଲେ , ଫ୍ଲୁବେନ୍ଦିଏମାଇଡ କିମ୍ବା ପୋକ ବୃଦ୍ଧି ନିୟାମକ ପ୍ରୟୋଗ କଲେ ଏହା ବଡ ସୁକକୁ ଆଖୁରେ ସୁଡଙ୍ଗ କରିବା ବାରଣ କରେ ।

ଏହାର କାରଣ କଣ

ତାପମାତ୍ରା ଜୀବନ ଚକ୍ରର ଅବଧି ନିର୍ଣୟ କରେ । ସୁକର ବିକାଶ ସାଧାରଣତଃ ଖରାଦିନେ 25 ରୁ 30 ଦିନ ଓ ଥଣ୍ଡା ଦିନେ ଆଉ 5 ଦିନ ଅଧିକ ଆବଶ୍ୟକ କରେ । ଶୀତଦିନେ ପ୍ରଚୁର ବର୍ଷା ଓ ନିମ୍ନ ତାପମାତ୍ରା ବିନ୍ଧା ପୋକର ସଂଖ୍ୟା ହ୍ରାସ କରେ । ଉଷ୍ମ ତାପମାତ୍ରା ଓ ହାଲୁକା ବର୍ଷା ପୋକର ଜୀବନ ଓ ବିକାଶରେ ଅନୁକୂଳ ହୁଏ । ଅଳ୍ପ ବବା କମ ଚାଷ ସଂକ୍ରମିତ ଅବଶେଷରେ ଏହି ପୋକକୁ ଫସଲ ଅମଳ ପରେ ରହିବାରେ ସାହାଜ୍ୟ କରେ ।ପ୍ରକୃତିକ ପରଭକ୍ଷୀର ଅଭାବ ଏହାର ସଂଖ୍ୟା ବଢେ । ଯବକ୍ଷରଜାନ ସାରର ଅତ୍ୟଧିକ ପ୍ରୟୋଗ ଏହା ବଞ୍ଚିବା ପାଇଁ ଅନୁକୂଳ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ସହନୀୟ କିମ୍ବା ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ବିନ୍ଧା ପୋକ ଦ୍ଵାରା ଆକ୍ରାନ୍ତ ହୋଇଥିବା ବିହନ ସାମଗ୍ରୀ ବ୍ୟବହାର କରନ୍ତୁ । ବିନ୍ଧା ପୋକର ଆଘାତ ଓ ଜୀବନ ହ୍ରାସ କରିବା ପାଇଁ ସିଲିକନ ପ୍ରୟୋଗ କରନ୍ତୁ । ସଂଖ୍ୟା ହ୍ରାସ ପାଇଁ ଅମଳ ପରେ ଆଖୁ ଜମିକୁ ଜଳାନ୍ତୁ । ଅମଳ ପରେ ଗଛ ଅବଶେଷକୁ ଜାଳି , ଡିସ୍କ ଦ୍ଵାରା ,ବନ୍ୟା ଦ୍ଵାରା ଶୀଘ୍ର ନଷ୍ଟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ