ଆଖୁ

ଆଖୁର କଳା ଗୁଣ୍ଡ ରୋଗ

Sporisorium scitamineum

ଫିମ୍ପି

5 mins to read

ସଂକ୍ଷେପରେ

  • ଗଛରେ କଳା , ଚାବୁକ ଭଳି ଗଠନ ବଢେ । ଗଛ ରୁଗୁଡିଆ ହୁଏ । ପତ୍ର ପତଳା ଓ କଠିନ ହୁଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ଗଛର ବଢୁଥିବା ଅଗରୁ କଳା ଚାବୁକ ବା ଘୋଡା ଛାଟ ଭଳି ଗଠନ ବାହାରେ ଓ ଅଧିକାଂଶ କ୍ଷେତ୍ରରେ ସଂକ୍ରମିତ ଗଛର ଅଗରେ ବିସ୍ତାର କରେ । ଏହି ବିକଶିତ ଚାବୁକ ଉଭୟ ଗଛର ଓ କବକର ଟିସୂ ସମ୍ମିଶ୍ରଣରେ ହୁଏ ।କବକର ରେଣୁ ଚାବୁକ ଦେହରେ ଗଚ୍ଛିତ ହୋଇ ରହିଥାଏ । ରେଣୁଗୁଡିକ ମୁକ୍ତ ହୋଇ ଅନ୍ୟ ସ୍ଥାନକୁ ଯିବା ପରେ କେବଳ ଚାବୁକର ଅନ୍ତଃ ଟିସୂ ରହେ । ଅତିରିକ୍ତ ଭାବରେ , ଗଛର ବୃଦ୍ଧି ରୁଗୁଡିଆ ହୁଏ ଓ ପତ୍ରଗୁଡ଼ିକ ପତଳା ଓ କଠିନ ହୁଏ ।

Recommendations

ଜୈବିକ ନିୟନ୍ତ୍ରଣ

ସଂକ୍ରମିତ କାଣ୍ଡ କାଢନ୍ତୁ ଓ ସଂକ୍ରମିତ ଗଛର ଅବଶେଷକୁ ନଷ୍ଟ କରିଦିଅନ୍ତୁ । ରୋଗମୁକ୍ତ ବିହନ ସାମଗ୍ରୀ ସୁନିଶ୍ଚିତ କରିବା ପାଇଁ , 52 ଡିଗ୍ରୀC ରେ 30 ମିନଟ ପାଇଁ ବିହନ ସାମଗ୍ରୀ ବୁଡାଇ ବ୍ୟବହାର କରନ୍ତୁ କିମ୍ବା 50 ଡିଗ୍ରୀ C ରେ 2 ଘଣ୍ଟା ବୁଡନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ,ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଆଖୁ ଖଣ୍ଡ ( ବିହନ ସାମଗ୍ରୀ )କୁ ବେଞ୍ଜିମିଦେଜଳ ଭଳି କବକନାଶୀ ସହିତ ଉପଚାର କଲେ ଜମିରେ ଏହି ରୋଗ ହେବା କମିପାରେ

ଏହାର କାରଣ କଣ

ନିର୍ଦ୍ଦିଷ୍ଟ ଚାବୁକ ଭଳି ଗଠନରେ ସୃଷ୍ଟି ହୋଇଥିବା ରେଣୁ ପବନ ବାକେତେକ ପୋକ ଦ୍ଵାରା ବିସ୍ତାର ଲାଭ କରେ । ବିସ୍ତାର ବା ପରିବପନର ଅନ୍ୟ ଏକ ମାଧ୍ୟମ ହେଉଛି ସଂକ୍ରମିତ ବିହନ ସାମଗ୍ରୀ ବ୍ୟବହାର କରିବା । ଉଷ୍ମ ଓ ଆର୍ଦ୍ର ପରିସ୍ଥିତି ସଙ୍କରମାନକୁ ଅନୁକୂଳ କରାଏ । ସଂକ୍ରମିତ ଆଖୁ କିଛି ମାସ ପର୍ଯ୍ୟନ୍ତ ବିନା ଲକ୍ଷଣରେ ବଢିପାରେ । 2 କିମ୍ବା 4 ମାସ ପରେ ( ବେଳେବେଳେ 1 ବର୍ଷ ) ଆଖୁର ବଢୁଥିବା ଅଗ ଚାବୁକ ସୃଷ୍ଟି କରେ ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମ ଲଗାନ୍ତୁ । ରୋଗମୁକ୍ତ ରୋପଣ ସାମଗ୍ରୀ ବ୍ୟବହାର କରନ୍ତୁ । ବ୍ୟାପକ ଫସଲ ପର୍ଯ୍ୟାୟ କାର୍ଯ୍ୟକାରୀ କରନ୍ତୁ। ପ୍ରଜନନ ଉଦ୍ଦେଶ୍ୟରେ ବିହନ ( breeder seed ) ଉତ୍ପାଦନ କରିବାକୁ ହେଲେ ଗରମ ଉପଚାର ( ଆର୍ଦ୍ର ଗରମ ପବନ MHAT - 54 ଡିଗ୍ରୀ C ରେ 150 ମିନଟ ପାଇଁ କିମ୍ବା ଗରମ ପାଣି ଉପଚାର 50 ଡିଗ୍ରୀ C ରେ 2 ଘଣ୍ଟା ପାଇଁ ).

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ