ଆଖୁ

ଆଖୁର ଘାସୁଆ ରୋଗ

Sugarcane grassy shoot phytoplasma

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ସରୁ ଓ ପାଣ୍ଡୁର ପତ୍ର , ରୁଗୁଡିଆ ପିଲ ଦେଖାଯାଏ । ଗଛ ଘାସୁଆ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ଫସଲର 3 ରୁ 4 ମାସର ଶୈଶବ ଅବସ୍ଥାରେ ପ୍ରଥମ ଲକ୍ଷଣ ଦେଖାଯାଏ । ନୂଆ ପତ୍ର ପାଣ୍ଡୁର ,ପତଳା ଓ ସରୁ ହୁଏ । ରୋଗ ବଢିବା ସମୟରେ ସବୁ ନୂଆ ପିଲ ଧଳା କିମ୍ବା ହଳଦିଆ ହୁଏ ଓ ଗଛ ଘାସୁଆ ଦେଖାଯାଏ । ଅକାଳ ଶାଖା ଡାଳ ବାହାରି ସଂକ୍ରମିତ ଆଖୁ ବୁଦା ରୁଗୁଡିଆ ହୁଏ । ପୁରା ବଢିଥିବା ଆଖୁର ଦ୍ଵିତୀୟକ ସଂକ୍ରମଣ ପାର୍ଶ୍ଵ ଡାଳ ସୃଷ୍ଟି କରେ ଓ ହଳଦିଆ କରେ । ସାଧାରଣତଃ , ସଂକ୍ରମିତ ଆଖୁ ଖଣ୍ଡରୁ ହୋଇଥିବା ଗଛ ପେଡିବା ଯୋଗ୍ୟ ଆଖୁ ଉତ୍ପାଦନ କରିପାରେନାହି ଓ ଅମଳ ପରେ ଅନେକ ବୁଦା ଗଜା ହୁଏ ନାହି ଏବଂ ମୂଳି ଫସଲରେ ଖାଲି ଜାଗା ରହେ । ଯଦି ଆଖୁ ହୁଏ , ଛୋଟ ପବ , କାଣ୍ଡରେ ତଳ ଗଣ୍ଠିରେ ଚେର ଥାଏ । ଏହି ଆଖୁରେ କଢ ବା ଆଖି କାଗଜ ଭଳି ହୋଇଥାଏ ଓ ଅସାଧାରଣ ଭାବରେ ଲମ୍ବା ହୁଏ ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗ ପାଇଁ ପ୍ରତ୍ୟକ୍ଷ ଉପଚାର ନାହି । ଯାହାହେଲେବି , ଆଖୁରେ ଘାସୁଆ ରୋଗର ମୁଖ୍ୟ ବାହକ ଜଉ ପୋକ ହୋଇଥିବାରୁ ଏହାକୁ ନିୟନ୍ତ୍ରଣ କରାଯାଇପାରେ । ଅଳ୍ପ ଆକ୍ରାନ୍ତ କ୍ଷେତ୍ରରେ , ମୃଦୁ କୀଟନାଶକ ସାବୁନ ଦ୍ରବଣ କିମ୍ବା ଉଦ୍ଭିଦ ତୈଳ ଭିତ୍ତିକ ଦ୍ରବଣ ବ୍ୟବହାର କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ,ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସିଧାସଳଖ ଭାବରେ ଏହାକୁ ଦମନ କରିବା ପାଇଁ କୌଣସି ରାସାଯନିକ ନିୟନ୍ତ୍ରଣ ନାହି ,କିନ୍ତୁ ଯଦି ଜଉ ପୋକ କିମ୍ବା ପତ୍ର ଡିଆଁ ପୋକ ଚରମ ସଂଖ୍ୟା ରୁ ଅଧିକ ଦେଖାଯାଏ ଏଃ ବ୍ୟବହାର କରାଯାଇପାରେ । ଡାଇମେଥୋଏଟ ( @ 1ମିଲି /ଲି )କିମ୍ବା ମିଥାଇଲ ଦେମେଟନ( @ 2 ମିଲି / ଲି ) ଏକ ମାସ ବ୍ୟବଧାନରେ ଦୁଇ ଥର ସିଞ୍ଚନ କରାଯାଇପାରେ ।

ଏହାର କାରଣ କଣ

ବୀଜାଣୁ ଭଳି ଜୀବ ଫାଇଟୋପ୍ଲାସ୍ମା ( ଗଛର ପ୍ରରସ ) ଯୋଗୁଁ ଏହି ଲକ୍ଷଣ ଦେଖାଯାଏ । ଆଖୁର ବିହନ ସାମଗ୍ରୀ ଦ୍ଵାରା ଫାଇଟୋପ୍ଲାସ୍ମା ( ଗଛର ପ୍ରରସ )ର ପ୍ରାଥମିକ ପରିବହନ ହୁଏ । ଦ୍ଵିତୀୟକ ପରିବହନ ପରିବାହୀ ଟିସୂ ଖାଉଥିବା ପୋକ , ମୁଖ୍ୟତଃ ପତ୍ର ଡିଆଁ , ଜଉ ପୋକ ଓ ଦଡର( ଏକ ମୂଳ ପରଜୀବୀ ) ଏହା ମଧ୍ୟ ଯାନ୍ତ୍ରିକ ଭାବରେ କର୍ତ୍ତନ ଛୁରୀ ଦ୍ଵାରା ପରିବାହିତ ହୋଇପାରେ। ଏହି ରୋଗ ପାଇଁ ଜୋୱାର ଓ ମକା ବିକଳ୍ପ ପୋଷକ ଅଟନ୍ତି । ଲୌହ ଅଭାବ ଜନିତ ଲକ୍ଷଣ ସହିତ ଏହି ରୋଗର ଲକ୍ଷଣର ସାଦୃଶ୍ୟ ରହୁଛି , କିନ୍ତୁ ଏହା ଜମିରେ ଅନିୟମିତ ଭାବେ ଅଲଗା ରହିଥାଏ ।


ସୁରକ୍ଷାତ୍ମକ ଉପାୟ

  • କେବଳ ସୁସ୍ଥ ବିହନ ବ୍ୟବହାର କରନ୍ତୁ ଏବଂ Co86249, Co93076 ଓ CoC22 ଭଳି ପ୍ରତିରୋଧି କିସମ ଲଗାନ୍ତୁ । ବିହନ ସାମଗ୍ରୀକୁ ରୋଗମୁକ୍ତ କରିବା ପାଇଁ ସଂକ୍ରମିତ ବିହନ ସାମଗ୍ରୀକୁ 2 ଘଣ୍ଟା ପାଇଁ 50 ଡିଗ୍ରୀ C ଗରମ ପାଣି କିମ୍ବା 2.5 ଘଣ୍ଟା ପାଇଁ 54 ଡିଗ୍ରୀ C ଆର୍ଦ୍ର ଗରମ ବାୟୁ ସହିତ ଉପଚାର କରନ୍ତୁ । ଲଗାଇବା ପୂର୍ବରୁ 500 ପିପିଏମ ଲେଡ଼େର୍ମାଇସିନ ( ଆଣ୍ଟିବାୟୋଟିକ୍) ସହିତ ମଧ୍ୟ ଉପଚାର କରିପାରନ୍ତି ।ରୋଗର ଲକ୍ଷଣ ଦେଖିବା ପାଇଁ ନିୟମିତ ଜମି ନିରୀକ୍ଷଣ କରନ୍ତୁ । ଯଦି ଲଗାଇବାର 2 ସପ୍ତାହ ମଧ୍ୟରେ ସଂକ୍ରମିତ ଗଛ ଦେଖାଯାଏ , ଏହାକୁ କାଢି ନୂଆ ସୁସ୍ଥ ଗଛ ଲାଗାଯାଇପାରେ ।ସଂକ୍ରମିତ ଗଛ କାଢି ଶୀଘ୍ର ଜାଲି ନଷ୍ଟ କରିଦିଅନ୍ତୁ । ଜଉ ପୋକ ଭଳି ବାହକ ପୋକ ନିୟନ୍ତ୍ରଣ ପାଇଁ ହଳଦିଆ ଅଠା ଜନ୍ତା ବ୍ୟବହାର କରନ୍ତୁ । ଫସଲ ପର୍ଯ୍ୟାୟ ରୋଗ କମାଇପାରେ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ