ଆଖୁ

ଆଖୁର ବୀଜାଣୁ ପତ୍ର ପୋଡା ରୋଗ

Acidovorax avenae

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ର ମୂଳ ଓ ମଧ୍ୟଶିରାରେ ପାଣିଆ ସବୁଜ ଚିତ୍ରିତ ପଟି ଥାଏ । ପଟି ପୁରା ପାତ୍ରସାରା ବିସ୍ତାର କରେ ଓ ନାଲିଆ ହୁଏ । ପତ୍ରର ଝାଉଁଳିବା ଓ ପଚିବା , ଚେର ସଂଖ୍ୟା ହ୍ରାସ ,ରୁଗୁଡିଆ ବୃଦ୍ଧି ଆଦି ଏହାର ଲକ୍ଷଣ ଅଟେ ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

ଆଖୁ

ଲକ୍ଷଣ

ଏହି ରୋଗ ପ୍ରାୟତଃ ନୂଆ ଓ ମଧ୍ୟମ ବୟସର ପତ୍ରରେ ଦେଖାଦିଏ । ଲମ୍ବା , ସରୁ ,ଏକରୂପ ଏବଂ ପାଣିଆ ସବୁଜ ଚିତ୍ରିତ ପଟି ପତ୍ର ମୂଳ ଓ ମଧ୍ୟଶିରାରେ ଥାଏ ।ରୋଗର ବିଳମ୍ବ ଅବସ୍ଥାରେ , ପଟି ପତ୍ର ସାରା ବ୍ୟାପେ , ପରସ୍ପର ମିଶେ ଓ ପ୍ରଥମେ ଫିକା ଓ ପରେ ଗାଢ ଲାଲ ରଙ୍ଗ ( ବିଗଳିତ) ହୁଏ । ପତ୍ର ଝାଉଂଳେ , ପଚିଯାଏ ଏବଂ ଏକ କଡା ଖରାପ ଗନ୍ଧ ଛାଡେ । ଯେତେବେଳେ ପଚିବା କାଣ୍ଡ ଆଡକୁ ଯାଏ , ପବ ଭିତରେ ବଡ ଫମ୍ପା ସୃଷ୍ଟି ହୁଏ । ରୋଗର ବିଳମ୍ବ ଅବସ୍ଥାରେ ଅଗ ଓ ଫୁଲ ବାରମ୍ବାର ଭାଙ୍ଗେ ଓ ତଳେ ପଡିଯାଏ , ଏହି ଲକ୍ଷଣ କୁ ଅଗ ପଚା କୁହାଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଦୁର୍ଭାଗ୍ୟବଶତଃ , ବର୍ତ୍ତମାନ ପାଇଁ କୌଣସି ଫଳପ୍ରସୂ ଜୈବିକ ନିୟନ୍ତ୍ରଣ ପଦ୍ଧତି ନାହି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ପ୍ରାଥମିକ ସଂକ୍ରମଣ ଦୂରେଇବାକୁ ହେଲେ ,ବିହନ ସାମଗ୍ରୀକୁ ଉପଯୁକ୍ତ କବକନାଶୀ ସହିତ 15 ରୁ 20 ମିନଟ ଉପଚାର କରାଯାଇପାରେ ।

ଏହାର କାରଣ କଣ

ଏହି ବୀଜାଣୁ ଉଚ୍ଚ ଆର୍ଦ୍ରତା ଓ ତାପମାତ୍ରା ପସନ୍ଦ କରେ । ରୋଗର ପ୍ରାଥମିକ ପରିବହନ ମାଟି ଓ ରୋଗା ବିହନ ସାମଗ୍ରୀ ଦ୍ଵାରା ହୁଏ , ଏବଂ ଦ୍ଵିତୀୟକ ପରିବହନ ବାୟୁ , ବର୍ଷା ଛାଟ ,ଓ ମାଟି ଦ୍ଵାରା ହୁଏ ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମ ଲଗାନ୍ତୁ । ବିହନ ତଳିଘେରାରୁ ସୁସ୍ଥ ରୋପଣ ସାମଗ୍ରୀ ଆଣନ୍ତୁ । ସବୁଜ ଖତ ଫସଲ ସହ ବ୍ୟାପକ ଫସଲ ପର୍ଯ୍ୟାୟ କରନ୍ତୁ । ରୋଗ ସଂକ୍ରମଣ କମ କରିବା ପାଇଁ ଉତ୍ତମ ନିଷ୍କାସନ ବ୍ୟବସ୍ଥା କରନ୍ତୁ । ଯବକ୍ଷରଜାନ ମଧ୍ୟମ ହାରରେ ପ୍ରୟୋଗ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ