ଜୋଆର

ଆନ୍ଥ୍ରାକନୋଜ ପତ୍ର ପୋଡା

Colletotrichum graminicola

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଛୋଟ, ଅଣ୍ଡାକୃତି, ଓଦା ଘା ଦେଖା ଯାଇଥାଏ.
  • ଦାଗର କେନ୍ଦ୍ର ବାଦାମୀ ରଙ୍ଗ ଏବଂ ଏହାର ଧାର ବାଇଗଣୀ ହୋଇଥାଏ.
  • ସମ୍ପୁର୍ଣ ପତ୍ର ଉପରେ ଧସା ରୋଗର ଆବୃତ ଦେଖା ଯାଇଥାଏ.
  • ଉପର ଅଂଶ ଗୁଡିକ ମରି ଯାଆନ୍ତି.
  • କାଣ୍ଡ ପଚିଯାଏ.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ଜୋଆର

ଲକ୍ଷଣ

ଫସଲର ପ୍ରକାର, ପାଣିପାଗ ଅବସ୍ଥା ଓ ଜୀବାଣୁର କ୍ଷମତାକୁ ଆଧାର କରି ସଂକ୍ରମଣର ପ୍ରଭାବର ହିସାବ କରା ଯାଇ ପାରିବ. ସଂବେଦନଶୀଳ କିସମର ଫସଲରେ, ସଂକ୍ରମଣକୁ ସ୍ପଷ୍ଟ ଭାବେ ତିନୋଟି ଶ୍ରେଣୀରେ ଭାଗ କରାଯାଇ ପାରେ- ପତ୍ର ଧସା, ଉପର ଅଂଶ ମରିଯିବା ଓ କାଣ୍ଡ ପଚିଯିବା. ପ୍ରଥମେ ତଳ ପତ୍ରରେ, ପତ୍ର ଅଗରେ ବା ମଝି ଶିରା ଓ ପରେ ଉପର ଅଂଶରେ ଛୋଟ, ଅଣ୍ଡାକୃତି, ଓଦା ଘା ଦେଖା ଯାଇଥାଏ. ଏହି ଅର୍ଦ୍ଧସ୍ୱଚ୍ଛ ଦାଗ ଗୁଡି଼କ ର କେନ୍ଦ୍ର ବାଦାମୀ ରଙ୍ଗର ହୋଇଥାଏ ଓ ବାଇଗଣୀ ସୀମା ଥାଏ. ଏହି ଦାଗ ସବୁ ପରସ୍ପର ସହ ମିଶି ପୁରା ପତ୍ର ଉପରେ ଵ୍ୟାପିଥାନ୍ତି (ପତ୍ର ଧସା). ଫସଲ ବୃଦ୍ଧିର ପରବର୍ତ୍ତୀ ସମୟରେ ପାଣିପାଗ ଅନୂକୁଳ ଥିଲେ, ମୃତ କୋଷ ଉପରେ କଳା ଓ ଉଠି ହୋଇଥିବା ଦାନା ଦେଖା ଯାଇଥାଏ. କାଣ୍ଡ ଓ ଡାଳରେ ଥିବା କ୍ଷତଗୁଡିକ ଗଛ ଭିତରେ ଥିବା ଟିସୁରେ ରୋଗ ବ୍ୟାପିବା ପାଇଁ ସାହାଯ୍ୟ କରିଥାଏ ଯାହାକି ଉପର ଅଂଶ ମରିଯିବା ଓ କାଣ୍ଡ ପଚିଯିବା ଭଳି ଲକ୍ଷଣ ଦେଖେଇବା ଆରମ୍ଭ କରିଦେଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

କୋଲେଟୋଟ୍ରିକମ୍ ଗ୍ରାମିନୀକୋଲା (Colletotrichum graminicola) ବିରୋଧରେ ଜୈବିକ ଉପଚାର ପାଇଁ ଅନ୍ୟ କୌଣସି ବିକଳ୍ପ ଉପାୟ ନାହିଁ. ଯଦି ଆପଣ ଏହି ରୋଗର ନିୟନ୍ତ୍ରଣ ପାଇଁ ସହାୟକ ହେଉଥିବା କିଛି ଜୈବିକ ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ. ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଅପେକ୍ଷାରତ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଆଜି ଯାଏଁ ଏହି ରୋଗର ନିୟନ୍ତ୍ରଣ ପାଇଁ କୌଣସି ପ୍ରଭାବଶାଳୀ କବକନାଶକ ଉପଲବ୍ଧ ନାହିଁ.

ଏହାର କାରଣ କଣ

ଏହି କବକଟି ମାଟି ଉପରେ ଥିବା ଫସଲ ଅବଶେଷ ରେ ବଞ୍ଚି ରହିଥାଏ, ଯେଉଁଠାରୁ କି ଏହା ବସନ୍ତ ଋତୁ ବେଳେ ପବନ ଓ ପାଣି ଛାଟ ଦ୍ୱାରା ତଳେ ଥିବା ପତ୍ରରେ ବ୍ୟାପିଥାଏ. ପତ୍ର ଧାରରେ ଜନ୍ମିତ ଘା ଗୁଡିକ ପରବର୍ତ୍ତୀ ଭାବେ ଉପର ପତ୍ର ବା କାଣ୍ଡ ଉପରକୁ ସଂକ୍ରମିତ ହୋଇଥାଏ. କାଣ୍ଡ ଉପରେ ଆଘାତ ହେଲେ ଭିତରେ ଥିବା ଟିସୁରେ କବକର ବସା ବାନ୍ଧିବା ସମ୍ଭାବନା ବଢ଼ିଯାଇଥାଏ. ଯଦି ପାଣିପାଗ ଅବସ୍ଥା ଅନୂକୁଳ ହୋଇଥାଏ ତାହେଲେ ଅନ୍ୟ ଲକ୍ଷଣ ଯେପରିକି ଉପର ଅଂଶ ମରିଯିବା ଓ କାଣ୍ଡ ପଚିଯିବା ଭଳି ଲକ୍ଷଣ ଦେଖାଯିବା ଆରମ୍ଭ ହୋଇ ଯାଇଥାଏ. ଏହି କବକ(ଓ ରୋଗର) ଜୀଏଁ ଚକ୍ର ପାଇଁ ଅପେକ୍ଷାକୃତ ଉଚ୍ଚ ତାପମାତ୍ରା(20 ରୁ 30°C), ଦୀର୍ଘ କାଳ ଧରି ଆପେକ୍ଷିକ ଉଚ୍ଚ ଆର୍ଦ୍ରତା ଓ ନିୟମିତ ବର୍ଷା ଅନୂକୁଳ ହୋଇଥାଏ. ଏହି କବକଟି ଫସଲର ଚାରା ଅବସ୍ଥାରେ ସଂକ୍ରମିତ କରିପାରେ କିନ୍ତୁ ଯଦି ଜମି ଉପରେ ଉଚିତ୍ ଭାବେ ସାର ପ୍ରୟୋଗ କରାଯାଇଛି ତେବେ ଅମଳରେ ବହୁ ପରିମାଣର କ୍ଷତି ହୋଇ ନଥାଏ. ଶୀଘ୍ର ବଢୁଥିବା ପତ୍ର ଗୁଡିକରେ ରୋଗର ଲକ୍ଷଣ କମ ଦେଖାଦେଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଆପଣଙ୍କ ଜାଗାରେ ଯଦି ଉପଲବ୍ଧ ଅଛି ତାହେଲେ ପ୍ରତିରୋଧୀ ବା ସହନଶୀଳ କିସମର ଫସଲ ଲଗାନ୍ତୁ.
  • ରୋଗ ଲାଗୁନଥିବା ଅନ୍ୟ ଫସଲ (ସୋୟାବିନ ଓ ଅନ୍ୟ ଫସଲ ଯାହା ଘାସ ଜାତୀୟ ନୁହେଁ) ସହିତ ଦୀର୍ଘକାଳୀନ ଫସଲ ଚକ୍ର ପାଳନ କରନ୍ତୁ.
  • ଫସଲରେ ରୋଗର ଲକ୍ଷଣ ପାଇଁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ, ଉଦାହରଣ ସ୍ୱରୁପ କାଣ୍ଡ ପଚିବା.
  • ମାଟିର ଉର୍ବରତା ଓ ସ୍ଥିର ପି.ଏଚ୍ (pH) ସ୍ତର କୁ ନିୟନ୍ତ୍ରିତ ଭାବେ ବଜାୟ ରଖନ୍ତୁ.
  • ଜମିରେ ଭଲ ଜଳ ନିଷ୍କାସନର ସୁବିଧା ରଖନ୍ତୁ.
  • ଜମି ଭିତରେ ଓ ଚାରି ପାଖରେ ଥିବା ଅନାବନା ଘାସକୁ ନିୟନ୍ତ୍ରଣ କରନ୍ତୁ.
  • ଅମଳ ପରେ ଭଲ ଭାବେ ହଳ କରନ୍ତୁ ଓ ଫସଲ ଅବଶେଷକୁ ପୋତି ନିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ