ଜୋଆର

ଜୋଆରର ଏର୍ଗଟ

Claviceps africana

ଫିମ୍ପି

5 mins to read

ସଂକ୍ଷେପରେ

  • ଡିମ୍ବାଶୟ ଧଳାରେ ଆବରିତ ହୋଇଥାଏ । ଗଛର ସବୁ ଅଂଶରୁ ମହୁ ବିନ୍ଦୁ ବାହାରେ । ଧଳା କଠିନ ଆସ୍ତରଣ ସୃଷ୍ଟି କରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଜୋଆର

ଲକ୍ଷଣ

ଜୋଆର କେଣ୍ଡାରେ କିଛି କିମ୍ବା ସବୁ ପୁଷ୍ପକ ( floret) ତଷୁ ମଧ୍ୟରେ ବଢୁଥିବା ଏକ କୋମଳ , ଧଳା ,ପ୍ରାୟ ଗୋଲାକାର କବକ ଗଠନ ଦ୍ଵାରା ବିସ୍ଥାପିତ ହୋଇଥାଆନ୍ତି । ଜୀବାଣୁ ରେଣୁ ଥିବା ତରଳ ମହୁ ବିନ୍ଦୁ, ପତଳା ଠାରୁ ବହଳିଆ , କମଳା - ମାଟିଆ କିମ୍ବା ହାଲୁକା ଧଳା ଅଠାଳିଆ ତରଳ ବିନ୍ଦୁ ବାହାରେ । ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ପରିସ୍ଥିତିରେ , ମହୁ ବିନ୍ଦୁ କମ୍ ବହଳିଆ ଓ ଧଳା ପୃଷ୍ଠ ଥାଏ । କେଣ୍ଡା , ମଞ୍ଜି , ପତ୍ର , ବୃନ୍ତ ଓ ମାଟି ମଧ୍ୟ ପଡୁଥିବା ମହୁ ବିନ୍ଦୁ ଦ୍ଵାରା ଲେପିତ ହୋଇ ଧଳାଳିଆ ଦେଖାଯାଏ । ଯେଉଁଠାରେ ଏହି ମହୁବିନ୍ଦୁ ଶୁଖିଯାଏ ,ଏକ ଧଳା ଗୁଣ୍ଡ ଭଳି କଠିନ ସ୍ତର ସୃଷ୍ଟି ହୁଏ ।କେତେକ ପ୍ରକାର ସୁବିଧାବାଦୀ କବକ ଏହି ମହୁବିନ୍ଦୁରେ ବସତି ସ୍ଥାପନ କରନ୍ତି ।

Recommendations

ଜୈବିକ ନିୟନ୍ତ୍ରଣ

ଟ୍ରାଇକୋଡେର୍ମା ପ୍ରଜାତିକୁ ଅନ୍ତର୍ଭୁକ୍ତ କରି ନିର୍ଦ୍ଧିଷ୍ଟ ପୃଥକ୍ କବକ ଥିବା କେତେକ ବ୍ୟବସାୟିକ ଦ୍ରବ୍ୟ ସବୁଜଘରେ ରୋଗ ନିରାକରଣ ବା ହ୍ରାସ କରିପାରେ , ନିର୍ଦ୍ଧିଷ୍ଟଭାବରେ କବକ ନିବେଶନ (inoculation )ର କିଛି ଦିନ ପୂର୍ବରୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ,ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସଂକ୍ରାମକ ମହୁବିନ୍ଦୁ ଦ୍ଵାରା ପ୍ରଭାବିତ ହୋଇଥିବା ବିହନ କେପଟେନ ଦ୍ଵାରା ଉପଚାରିତ ହେବା ଉଚିତ । ବର୍ଷାର ଅନୁପସ୍ଥିତିରେ , ପ୍ରପିକୋନାଜଲ କିମ୍ବା ଟେବୁକୋନାଜଲ ( ଟ୍ରାୟାଜୋଲ କବକନାଶୀ )ଦ୍ଵାରା ଭୂମିରେ 5-7 ଦିନ ଅନ୍ତରରେ 3-4 ଥର ସିଞ୍ଚନ ବିହନ ଉତ୍ପାଦନ କିସମରେ ଫଳ ଦେଖାଏ । ଏହି କବକନାଶୀ ଏବଂ ଆଯୋକ୍ସିଷ୍ଟ୍ରୋବିନ ମଧ୍ୟ ଫଳିକା ଶୀର୍ଷରେ ( stigma ) ସନ୍ତୋଷଜନକ ପ୍ରଭାବ ସହିତ ସିଧାସଳଖ ପ୍ରୟୋଗ କରାଯାଇପାରେ ।

ଏହାର କାରଣ କଣ

କ୍ଲାଭିଷେପ୍ସ ଆଫ୍ରିକାନା କବକ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୁଏ । ସଂକ୍ରମିତ ଜୋଆର ଫୁଲ ପ୍ରାଥମିକ ରେଣୁ ଅଧିକ ଗାଢତା ଥିବା ମହୁବିନ୍ଦୁ ନିର୍ଗତ କରେ । ଅତିରିକ୍ତ ଭାବରେ , ପବନ ବାହିତ ରେଣୁ ସୃଷ୍ଟି ହୁଏ ଯାହାକି ମାଧମ ଠାରୁ ଅଧିକ ଦୂରତା ପର୍ଯ୍ୟନ୍ତ ବିସ୍ତାରିତ ହୁଏ । ପ୍ରାଥମିକ ସଂକ୍ରମଣ ପରିପକ୍ଵ ବିହନ ବାହିତ ରେଣୁ କିମ୍ବା ଅମଳ ସମୟରେ ଭୂମିରେ ପଡିଥିବା ସଂକ୍ରମିତ କେଣ୍ଡା ଏବଂ / କିମ୍ବା ମଞ୍ଜିରେ ଲାଗିଥିବା ଅବଶିଷ୍ଟ ମହୁବିନ୍ଦୁ ଦ୍ଵାରା ଆରମ୍ଭ ହୁଏ । ଶୁଖିଲା ମହୁବିନ୍ଦୁ 9-12 ମାସ ପର୍ଯ୍ୟନ୍ତ ସଂକ୍ରାମକ ରହେ । 14-32 ଡିଗ୍ରୀ C ରେ ଅଙ୍କୁରଣ ହୁଏ ; ଅନୁକୂଳତମ 20 ଡିଗ୍ରୀ C ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛରୁ କିମ୍ବା ପ୍ରାମାଣିକ ସୂତ୍ରରୁ ବିହନ ବ୍ୟବହାର କରନ୍ତୁ । କବକର ଅଙ୍କୁରଣ ସମୟକୁ ବାରଣ କରିବାକୁ ଯେତେ ସମ୍ଭବ ଶୀଘ୍ର ବୁଣିବାକୁ ଚେଷ୍ଟା କରନ୍ତୁ । କମ୍ କବକ ପ୍ରବଣତା ଥିବା କିସମ ଲଗାନ୍ତୁ ; ଉଦାହରଣ ସ୍ୱରୂପ - ପ୍ରାକ -ଫୁଲ ଅବସ୍ଥାରେ ନିମ୍ନ ତାପମାତ୍ରା ସହନୀୟତା , ଦୃଢ ତଷୁ ଏବଂ କମ୍ ଫୁଲ ବ୍ୟବଧାନ ସମୟ । ଜମିକୁ ନିୟମିତ ନିରୀକ୍ଷଣ କରନ୍ତୁ ଏବଂ ଜୀବାଣୁ ଶୂନ୍ୟ ଯନ୍ତ୍ରପାତି ବ୍ୟବହାର କରି ସଂକ୍ରମିତ କେଣ୍ଡା କାଢିଦିଅନ୍ତୁ । ଜମି ଅବଶେଷର ଗଭୀର ଚାଷ ଓ 3 ବର୍ଷ ଫସଲ ପର୍ଯ୍ୟାୟ ସଂକ୍ରମଣ କମାଏ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ