ଜୋଆର

ଜୋଆରର ଖଦଡା ପତ୍ର ଚିହ୍ନ

Ascochyta sorghi

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଛୋଟ ଲାଲ ଚିହ୍ନ ହୁଏ ଏବଂ ଛୋଟ କଳା ବ୍ରଣରେ ବିକଶିତ ହୁଏ । ସେଗୁଡିକ ଭାଙ୍ଗିବା ପରେ, କଳା ପରିପାର୍ଶ୍ଵ ସହିତ ଧଳା ଆଗ୍ନେୟଗିରି ମୁଖ ସୃଷ୍ଟି ହୁଏ । ଛୋଟ , କଳା , କଠିନ ଏବଂ ବହଳିଆ କବକ ବୃଦ୍ଧି ଚିହ୍ନ ଉପରେ ଦେଖାଯାଏ , ଯାହାକି ଖଦଡା କରେ । ଶେଷ ପର୍ଯ୍ୟାୟରେ , ପତ୍ର ମରିଯାଇପାରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଜୋଆର

ଲକ୍ଷଣ

ସଂକ୍ରମଣର ପ୍ରାରମ୍ବିକ ଅବସ୍ଥାରେ , ପତ୍ରରେ ଛୋଟ ଲାଲ୍ ଚିହ୍ନ ଦେଖାଯାଏ ।ଏହି ଚିହ୍ନ ଧୀରେ ଧୀରେ ଫୁଲେ ଓ ଛୋଟ କଳା ବ୍ରଣରେ ବିକଶିତ ହୁଏ ।ଏହା ମୁଖ୍ୟତଃ ପତ୍ରର ଉପର ପଟେ ଦେଖାଯାଏ । ସେଗୁଡିକ ଘଟଣାକ୍ରମେ ଭାଙ୍ଗିବା ପରେ, କଳା ପରିପାର୍ଶ୍ଵ ସହିତ ଧଳା ଆଗ୍ନେୟଗିରି ମୁଖ ସୃଷ୍ଟି ହୁଏ । ବିଳମ୍ବ ଅବସ୍ଥାରେ , ଚିହ୍ନ ଅଣ୍ଡାକାର ଭାବରେ ବଢିବା ଜାରି ରଖେ ଏବଂ ତାମ୍ର କେନ୍ଦ୍ର ସହିତ ଗାଢ ଲାଲ୍ ଠାରୁ ବାଇଗଣୀ ରଙ୍ଗରେ ପରିଣତ ହୁଏ । ସେଗୁଡିକ ପରସ୍ପର ସହିତ ମିଶି ଏକ ସରୁ , ଗାଢ ଲାଲ୍ ଧାର ଘେରିଥିବା ବଡ ତମ୍ବା ଦାଗ ସୃଷ୍ଟି କରେ । ଛୋଟ , କଳା , କଠିନ ଏବଂ ବହଳିଆ କବକ ବୃଦ୍ଧି ଚିହ୍ନ ଉପରେ ଦେଖାଯାଏ , ଯାହାକି ଖଦଡା କରେ । ଏହାକୁ ପିକ୍ନିଡିଆ ମଧ୍ୟ କୁହାଯାଏ । ପତ୍ର ଫଳକର ସୁସ୍ଥ ସବୁଜ ଅଂଶରେ ଏଗୁଡିକ ବେଳେବେଳେ ଦେଖାଯାଇପାରେ । ଏହିପରି ଚିହ୍ନ ପତ୍ରାଛଦ ଓ ବୃନ୍ତରେ ମଧ୍ୟ ଦେଖାଯାଇପାରେ । ଶେଷ ପର୍ଯ୍ୟାୟରେ , ପତ୍ର ମରିଯାଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଆମେ ଦୁଖିତ ଯେ ଆସ୍କୋଚାଇଟା ସୋର୍ଘି ପାଇଁ କୌଣସି ଜୈବିକ ଉପଚାର ବିଷୟରେ ଆମେ ଜାଣି ନାହୁଁ । ଯଦି ଏହି ରୋଗର ଆବିର୍ଭାବ ଓ ମାତ୍ରା କମାଇବା ପାଇଁ ଆପଣ କିଛି ଜାଣିଛନ୍ତି , ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ । ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଆଗ୍ରହୀ ଅଛୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଏହି ରୋଗର ବିସ୍ତାର କମାଇବା ପାଇଁ ତମ୍ବା ଥିବା କବକନାଶୀ ଯଥା ବୋର୍ଡୋକ୍ସ ମିଶ୍ରଣ ବ୍ୟବହାର କରାଯାଇପାରେ । ଜାଣି ରଖନ୍ତୁ ଯେ , ଯାହାହେଲେବି , ଏହା ଗଛରେ ବିଷାକ୍ତ ପ୍ରତିକ୍ରିୟା ସୃଷ୍ଟି କରିପାରେ ।

ଏହାର କାରଣ କଣ

ଆସ୍କୋଚାଇଟା ସୋର୍ଘି ନାମକ କବକ , ଯାହାକି ଫସଲ ଅବଶେଷରେ ବଞ୍ଚି ରହେ , ଦ୍ଵାରା ଏହି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଯାଏ । ଉଚ୍ଚ ଆର୍ଦ୍ରତା ବ୍ରଣରେ ଥିବା ରେଣୁ ଜରିଆରେ ସଂକ୍ରମଣକୁ ଅନୁକୂଳ କରାଏ । ଏହି ଜୀବାଣୁ ସବୁ ଜୋଆର ହେଉଥିବା ଅଞ୍ଚଳ , ଆମେରିକା ,ଏସିଆ ,ଆଫ୍ରିକା ଓ ଇଉରୋପର ଅଧିକାଂଶ ଅଞ୍ଚଳରେ ଦେଖାଯାଏ । ଯାହାହେଲେବି ,ଏ ॰ ସୋର୍ଘି ସାଧାରଣତଃ ଫସଲର ଅଳ୍ପ କ୍ଷତି କରେ ଏବଂ ଜୋଆର ଉତ୍ପାଦନରେ ଅତି ଅଳ୍ପ ସାମଗ୍ରିକ ପ୍ରଭାବ ପକାଇବା ବିବେଚିତ ହୁଏ । ଜୋଆରରେ ପ୍ରତିରୋଧି ପ୍ରକାରର ପ୍ରଜନନ ଯୋଗୁଁ ଖଦଡା ପତ୍ର ଚିହ୍ନର ଅର୍ଥନୈତିକ ଗୁରୁତ୍ଵର ଅଭାବ ବିବେଚନା କରାଯାଏ । ଏହି ଫସଲ ବ୍ୟତୀତ , ଆସ୍କୋଚାଇଟା ସୋର୍ଘି ଶସ୍ୟ ଫସଲ ଯଥା ଜନସନ ଘାସ ( Sorghum halepense ) , ସୁଦାନ ଘାସ ( Sorghum sudanese ) , ଏବଂ ବାର୍ଲି ( Hordeum vulgare )କୁ ମଧ୍ୟ ସଂକ୍ରମିତ କରେ ।


ସୁରକ୍ଷାତ୍ମକ ଉପାୟ

  • ପରିଷ୍କାର ଓ ସୁସ୍ଥ ବିହନ ବ୍ୟବହାର କରିବା ସୁନିଶ୍ଚିତ କରନ୍ତୁ । ରୋଗ ପ୍ରବଣ ଜୋଆର କିସମ ଲଗାଇବା ବାରଣ କରନ୍ତୁ । ପବନ ଚଳାଚଳ ସୁବିଧା କରିବା ପାଇଁ ଧାଡି ଧାଡି ମଧ୍ୟରେ ଯଥେଷ୍ଟ ବ୍ୟବଧାନ ଦେବା ପାଇଁ ଜାଗ୍ରତ ରୁହନ୍ତୁ । ରୋଗର ଲକ୍ଷଣ ପାଇଁ ଜମି ନିୟମିତ ନିରୀକ୍ଷଣ କରନ୍ତୁ । ଅତ୍ୟଧିକ ଜଳସେଚନ ଓ ମୁଣ୍ଡ ଉପର ଜଳସେଚନ ବାରଣ କରନ୍ତୁ । ଏକ ବିବିଧ ଫସଲ ପର୍ଯ୍ୟାୟ କାର୍ଯ୍ୟକାରୀ କରନ୍ତୁ । ଜମିରେ ଓ ଆଖପାଖରେ ବିକଳ୍ପ ପୋଷକ ଯଥା ସୁଦାନ ଘାସ , ବାର୍ଲି କିମ୍ବା ଜନସନ ଘାସ ବାରଣ କରନ୍ତୁ । ପତ୍ର ପୃଷ୍ଠ ଓଦା ଥିବା ସମୟରେ ଜମି କାର୍ଯ୍ୟ ବାରଣ କରନ୍ତୁ । ଏକ ଉତ୍ତମ ଜମି ପରିଚ୍ଛନ୍ନତା ମାପକ ରକ୍ଷା କରନ୍ତୁ । ଗଛ ଅବଶେଷ କିମ୍ବା ମାଟିରେ ଶୀତସୁପ୍ତି ଗଠନରେ ଜୀବାଣୁ ବଞ୍ଚିବା ବାରଣ କରିବାକୁ ଗଭୀର ଚାଷ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ