ମକା

ଚଁଅର ଅଳନ୍ଧୁ / କଳା ଫିମ୍ପି ରୋଗ

Sphacelotheca reiliana

ଫିମ୍ପି

5 mins to read

ସଂକ୍ଷେପରେ

  • ଚଁଅର ଫୁଲ ଗୁଡିକ ଆଂଶିକ କିମ୍ବା ସମ୍ପୁର୍ଣ ଭାବେ କଳା, ଗୁଣ୍ଡ ଭଳି କବକଜନିତ ବୃଦ୍ଧି ଦ୍ୱାରା ଘୋଡେଇ ହୋଇ ରହିଥାଏ । ଶୂଳିଆ ଏବଂ ଚଁଅର ଉପରେ ଅସାଧାରଣ ପତ୍ର ଭଳି ଗଠନ ହୁଏ । ସଂକ୍ରମିତ ଚଁଅର ଗୁଡିକ ଗୋଲାକାର କିମ୍ବା ଆଖି ଲୁହ ଆକାରର ହୋଇଥାଆନ୍ତି ଓ କଳା ଗୁଣ୍ଡ ଭଳି ବୃଦ୍ଧି ଦ୍ୱାରା ସମ୍ପୂର୍ଣ ଭାବେ ଭର୍ତ୍ତି ହୋଇଯାଆନ୍ତି । ଛନ୍ଦାଛନ୍ଦି ପରିବାହକ ସୂତ୍ରକ ରେଣୁ ସମୂହ ଭିତରେ ମିଶି ରହିଥାଏ । ଚଁଅର ଉପରେ କୌଣସି ଦାନା ବା ରେଶମ ଉପସ୍ଥିତ ନଥାଏ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ମକା

ଲକ୍ଷଣ

ଗଛ ବୃଦ୍ଧିର ବିଳମ୍ବ ଅବସ୍ଥାରେ ଯେତେବେଳେ କେଣ୍ଡା ଓ ଚଁଅର ଦେଖାଯାଏ , ପ୍ରାରମ୍ଭିକ ଲକ୍ଷଣ ଗୁଡିକ ଦେଖା ଯାଇଥାଏ । ଚଁଅର ଗୁଡିକ ସମ୍ପୁର୍ଣ ଭାବେ କଳା, ଗୁଣ୍ଡ ଭଳି କବକଜନିତ ବୃଦ୍ଧି ଦ୍ୱାରା ଘୋଡେଇ ହୋଇ ରହିଥାଏ ।ଫୁଲ ଏବଂ ଚଁଅର ଉପରେ ଅସାଧାରଣ ପତ୍ର ଭଳି ଗଠନ ହୁଏ । ସଂକ୍ରମିତ ଚଁଅର ଗୁଡିକ ଅନ୍ୟ ସୁସ୍ଥ ଚଁଅର ଅପେକ୍ଷା ଅଧିକ ଗୋଲ ଆକାରର ହୋଇଥାଆନ୍ତି ଓ ସମ୍ପୁର୍ଣ ଭାବେ କଳା, ଗୁଣ୍ଡ ଭଳି ବୃଦ୍ଧି ଦ୍ୱାରା ଭର୍ତ୍ତି ହୋଇ ରହିଥାଏ । ଛନ୍ଦାଛନ୍ଦି ପରିବାହକ ସୂତ୍ରକ( ଯାହାକି ଗଛର କଠିନ ଟିସୂର ଅବଶେଷ) ରେଣୁ ସମୂହ ଭିତରେ ମିଶି ରହିଥାଏ । ସଂକ୍ରମିତ ଫସଲର ଚଁଅର ଉପରେ ସାଧାରଣତଃ କୌଣସି ଦାନା ବା ରେଶମ ଆବରଣ ଉପସ୍ଥିତ ନଥାଏ । ଅତ୍ୟଧୀକ ଡାଳ ମଧ୍ୟ ସଂକ୍ରମଣର ପର ଲକ୍ଷଣ ଭଳି ବର୍ଣନା କରା ଯାଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଯେଉଁ ଭୃଙ୍ ଗୁଡିକ ଏହି କବକର ଶିକାର କରନ୍ତି (ଫାଲାକ୍ରୁସ୍ ଓବ୍ସ୍କ୍ରୁରୁସ୍ ଓ ଲାଇଷ୍ଟ୍ରୋନାୟକସ୍ କୋଏରୁଲେୟସ୍), ସେମାନେ ଜୈବୀକ ନିୟନ୍ତ୍ରଣ କାରକ ସାଜି ପାରନ୍ତି । ବ୍ୟାସିଲସ୍ ମେଗାଟେରିୟମ୍ ର ଜୀବାଣୁ ନିର୍ଯ୍ୟାସ ଉତ୍ପାଦ ଦ୍ୱାରା ମାଟିର ଉପଚାର କଲେ ରୋଗ ହେବା ଯଥେଷ୍ଟ କମି ଯାଇଥାଏ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । ସର୍ବ ପ୍ରଥମେ କବକ ଗୁଡିକୁ ଫସଲ ସଂକ୍ରମଣ କରିବାରୁ ରୋକିବା ପାଇଁ ବିହନ ଗୁଡିକୁ ଶରୀରଚର କବକନାଶକ (କାର୍ବୋକ୍ସିନ୍) ଦ୍ୱାରା ଉପଚାର କରା ଯାଇପାରିବ କିନ୍ତୁ ଏହା କେବଳ ସୀମିତ ନିୟନ୍ତ୍ରଣ ପ୍ରଦାନ କରିଥାଏ । ଚାରା ଅବସ୍ଥାରେ ସିଆର ଭିତରେ କବକନାଶକ ଦ୍ୱାରା ଉପଚାର କରିବା କାମ କରିଥାଏ, କିନ୍ତୁୁ ଏହା ଅର୍ଥନୈତିକ ଭାବେ ଲାଭଦାୟକ ହୋଇନଥାଏ ।

ଏହାର କାରଣ କଣ

ସ୍ଫେସେଲୋଥେକା ରେଲିୟାନା କବକ ଗୁଡିକ ରେଣୁ ଭାବେ ମାଟିରେ ବହୁ ବର୍ଷ ଧରି ବଂଚି ରହିପାରନ୍ତି ଓ ଚେର ମଧ୍ୟ ଦେଇ ବିଶେଷ ଭାବେ ସଂକ୍ରମିତ ହୋଇଯାଆନ୍ତି । ଏହା ଭାବେ ଜମିର କିଛି ଫସଲକୁ ବିକ୍ଷିପ୍ତ ଭାବେ ସଂକ୍ରମିତ କରିଦିଏ, ମୂଖ୍ୟତଃ ଚାରା ଅବସ୍ଥାରେ । କବକଟି ପରେ ପ୍ରସ୍ଫୁଟନ ( ଚଁଅର) ଓ ଚଁଅର ସହ ଫସଲର ସମସ୍ତ ଅଂଶରେ ବଢିବା ଆରମ୍ଭ କରିଦିଏ । ଏହା କଳା ଅଳନ୍ଧୁ ଫିମ୍ପି ବଢିଲା ଭଳି ପ୍ରତିଫଳିତ ହୋଇଥାଏ (ରେଣୁ ଦଳ) ଯାହାକି ସମ୍ପୂର୍ଣ ଚଁଅରକୁ ଖାଇ ଯାଏ ଓ ବେଳେବେଳେ ସମ୍ପୂର୍ଣ ଦାନାକୁ ପ୍ରତିସ୍ଥାପନ କରିଦିଏ । ଫସଲରୁ ଫସଲ ମଧ୍ୟରେ ସଂକ୍ରମଣ ସଂକ୍ରମିତ ଉପକରଣ ଯୋଗୁଁ ହୋଇଥାଏ । କମ୍ ମାଟି ଆର୍ଦ୍ରତା, ଉଚ୍ଚ ତାପମାତ୍ରା (21 ରୁ 27°C) ଓ ଖାଦ୍ୟସାରର ଅଭାବ ରୋଗ ସଂକ୍ରମଣ ଓ ରୋଗ ବ୍ୟାପିବା ପାଇଁ ଅନୂକୁଳ ହୋଇଥାଏ । ଥରେ ସଂକ୍ରମଣ ଆରମ୍ଭ ହେଲା ପରେ ସଂକ୍ରମିତ ଫସଲରେ କ୍ଷତି କମେଇବାର କୌଣସି ଫଳପ୍ରସୂ ଉପଚାର ଉପଲବ୍ଧ ନାହିଁ.


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧୀ କିମ୍ବା ସହନୀୟ କିସମର ବ୍ୟବହାର କରନ୍ତୁ । ଶୀଘ୍ର ଫସଲ ଲଗାନ୍ତୁ.
  • ଦ୍ରୁତ ଭାବେ ବଢୁଥିବା ଚାରା କିସମ ଲଗାନ୍ତୁ । ଯଦି ସମ୍ଭବ ତାହାଲେ ଅଗଭୀର ଭାବେ ଫସଲ ଲଗାନ୍ତୁ । ନିୟମିତ ଭାବେ ଜଳସେଚନ କରନ୍ତୁ ଓ ସୁଖା ମାଟିରୁ ବଂଚନ୍ତୁ । ଜମି ଭଲ ଭାବେ ସଫାସୁତୁରା ରଖନ୍ତୁ । ରେଣୁକୁ ଆଉ ଅଧିକ ବ୍ୟାପିବାରୁ ରୋକିବା ପାଇଁ ସଂକ୍ରମିତ ଫସଲକୁ ବାହାର କରି ଜଳେଇ ଦିଅନ୍ତୁ । ଯଥେଷ୍ଟ ଯବକ୍ଷାରଜାନ ଓ ପୋଟାସିୟମ୍ ର ବ୍ୟାପକ ପ୍ରୟୋଗ କରି ଅନୁକୂଳତମ ମାଟି ଉର୍ବରତା ସୁନିଶ୍ଚିତ କରନ୍ତୁ । ଅମଳ ପରେ ଫସଲ ଅବଶେଷକୁ ବାହାର କରିଦିଅନ୍ତି । 4 ବର୍ଷ ଧରି ପୋଷକ ନଥିବା ଫସଲ ସହ ପର୍ଯ୍ୟାୟ ଯୋଜନା କରନ୍ତୁ ଓ ବିକଳ୍ପ ପୋଷକ ଜୋୱାର ଭଳି ଫସଲ ଲଗାନ୍ତୁ ନାହି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ