ଆଖୁ

ଆଖୁର ବଳୟ ଚିହ୍ନ

Epicoccum sorghinum

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପରେ ପାଣିଭିଜା ଚିହ୍ନ ଦେଖାଯାଏ । ଛୋଟ ବ୍ରୋଞ୍ଜ - ବାଦାମୀ ଦାଗ ହୁଏ । ସ୍ପଷ୍ଟ ଲାଲ - ବାଦାମୀ ଧାର ସହିତ ନଡା ରଙ୍ଗର କେନ୍ଦ୍ର ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ପ୍ରାରମ୍ଭିକ ଲକ୍ଷଣ ଛୋଟ , ଲମ୍ବାଳିଆ ଅଣ୍ଡାକାର ଚିହ୍ନ ଯାହାକି ହଳଦିଆ ବଳୟ ସହିତ ଗାଢ ସବୁଜ ଠାରୁ ଲାଲ ବାଦାମି ଅଟେ । ପୁରୁଣା ଲକ୍ଷଣ ଲାଲ ବାଦାମୀ ଧାର ଓ ଅନିୟମିତ ବହିଃ ରେଖା ସହିତ ବଡ ଓ ଲମ୍ବାଳିଆ କ୍ଷତ ଦାଗ ଦ୍ଵାରା ଚିହ୍ନିତ ହୁଏ । ଏହି ଦାଗ ପରସ୍ପର ମିଶି ପାରନ୍ତି ଓ ବଡ ପେଚ୍ ବା ତାଳି ସୃଷ୍ଟି କରନ୍ତି ଯାହାକି ପାଣ୍ଡୁରତା ଓ ବିଗଳନ ସୃଷ୍ଟି କରେ ।

Recommendations

ଜୈବିକ ନିୟନ୍ତ୍ରଣ

ବଳୟ ରୋଗର ମାତ୍ରା କମାଇବା ପାଇଁ କ୍ୟାଲସିୟମ ସିଲିକେଟ ସ୍ଲଗ ଏକ ମୃତ୍ତିକା ସଂଶୋଧକ ଭାବରେ ବ୍ୟବହାର କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଆଜି ପର୍ଯ୍ୟନ୍ତ, ଏହି କବକ ପାଇଁ କୌଣସି ରାସାୟନିକ ଉପଚାର ବିକଶିତ ହୋଇ ନାହିଁ ।

ଏହାର କାରଣ କଣ

ଏପିକୋକ୍ସାମ ସର୍ଘିନମ କବକ ଯୋଗୁଁ ଏହି କ୍ଷତି ହୁଏ ଏବଂ ପବନ କିମ୍ବା ବର୍ଷା ବାହିତ କବକରେଣୁ ଦ୍ଵାରା ବିସ୍ତାର ହୁଏ । ଏହି କବକ ବଂଶ ବୃଦ୍ଧି କରିବାକୁ ଗରମ , ଆର୍ଦ୍ର ପରିସ୍ଥିତି ଆବଶ୍ୟକ କରେ । ଏହା ସାଧାରଣତଃ ସବୁଠାରୁ ପୁରୁଣା ପତ୍ରକୁ ପ୍ରଭାବିତ କରେ , ତେଣୁ ଏହା ସ୍ୱଳ୍ପ ଅର୍ଥନୈତିକ ପ୍ରାଧାନ୍ୟତା ସହିତ ଏକ ଗୌଣ ରୋଗ ଭାବେ ବିବେଚିତ ହୁଏ ।


ସୁରକ୍ଷାତ୍ମକ ଉପାୟ

  • କମ ସଂବେଦନଶୀଳ/ରୋଗପ୍ରବଣ କିସମ ଚାଷ କରନ୍ତୁ । କଳଙ୍କି କିମ୍ବା କଳା ଫିମ୍ପି ବା ଘୋଡା ଛାଟ ରୋଗ ସମ୍ବେଦନଶୀଳତା ଦେଖାଉଥିବା ଗଛ କାଢିଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ