ଆଖୁ

ଆଖୁର ପତ୍ର ଦଗ୍ଧ ରୋଗ

Stagonospora sacchari

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଏକ ହଳଦିଆ ଧାର ସହିତ ଅସାମାନ୍ୟ ଛୋଟ , ଗାଢ ଲାଲ୍ ଚିହ୍ନ ଦେଖାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ପ୍ରାଥମିକ ଲକ୍ଷଣ ହେଉଛି ପତ୍ର ଫଳକ ଉପରେ ଧଳା ଠାରୁ ହଳଦିଆ ଛୋଟ ଚିହ୍ନ ଏବଂ ଏହା ସାଧାରଣତଃ ସଂକ୍ରମଣର 3 ରୁ 8 ଦିନ ପରେ ହୁଏ । ନୂଆଁ ପତ୍ରରେ ଲାଲ୍ କିମ୍ବା ଲାଲ୍-ବାଦାମୀ ଚିହ୍ନ ଦେଖାଯାଏ , ଯାହାକି ଧୀରେ ଧୀରେ ଲମ୍ବା ହୋଇ ଏକ ସ୍ପଷ୍ଟ ହଳଦିଆ ବଳୟ ସହିତ ତୂରୀ ଆକାରର ହୁଏ । ରୋଗର ଗୁରୁତର କ୍ଷେତ୍ରରେ , ଚିହ୍ନଗୁଡିକ ପରସ୍ପର ମିଶନ୍ତି ପରିବାହୀ ନାଳୀ ଦିଗରେ ପତ୍ର ଅଗ ଆଡକୁ ବଢେ ଓ ତୂରୀ ଆକାର ଦାଗ ସୃଷ୍ଟି କରେ ।ପ୍ରଥମେ ଚିହ୍ନଗୁଡିକ ଲାଲ୍ - ବାଦାମୀ ଯାହାକି ପରେ ଲାଲ୍ ଧାର ସହିତ ନଡା ରଙ୍ଗରେ ପରିଣତ ହୁଏ । ମୃତ ପତ୍ର ଟିସୂରେ ଛୋଟ କଳା ପିକ୍ନିଡିଆ ମଧ୍ୟ ଦେଖାଯାଏ । ଗୁରୁତର ସଂକ୍ରମିତ ପତ୍ର ଶୁଖିଯାଏ ଓ ଅକାଳରେ ପଡିଯାଏ । ସଂକ୍ରମଣ କାଣ୍ଡର ଉଚ୍ଚତା , ବ୍ୟାସ ଓ ପବ ସଂଖ୍ୟା ଏବଂ ସବୁଜ ପତ୍ର ସଂଖ୍ୟା କମାଇଦିଏ ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ , ଏହି କୀଟ ପାଇଁ ଆମେ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଜାଣି ନାହୁଁ । ଯଦି ଆପଣ ଏହି ରୋଗର ଆବିର୍ଭାବ କିମ୍ବା ଲକ୍ଷଣର ମାତ୍ରା କମାଇବା ପାଇଁ କିଛି ସଫଳ ଉପାୟ ଜାଣିଛନ୍ତି , ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । କାର୍ବେଣ୍ଡାଜିମ ଏବଂ ମାଙ୍କୋଜେବ ଭଳି କବକନାଶୀ ପ୍ରୟୋଗ କରନ୍ତୁ । ବୋର୍ଡକ୍ସ ମିଶ୍ରଣ କିମ୍ବା କ୍ଳୋରୋଥାଲୋନିଲ , ଥାୟୋ ଫେନେଟ -ମିଥାଇଲ ,ଓ ଜିନେବ ସିଂଚନ କରନ୍ତୁ ।

ଏହାର କାରଣ କଣ

ଷ୍ଟାଗୋନୋସ୍ପୋରା ଶାକାରୀ କବକ ଜୀବାଣୁ ଦ୍ଵାରା ଏହି ଲକ୍ଷଣ ହୁଏ , ଯାହାକି ଗୁରୁତର ପୋଡା ସୃଷ୍ଟି କରେ ଓ ଗଛର ଆଲୋକ ସଂଶ୍ଳେଷଣ କାର୍ଯ୍ୟ କମାଏ । ମୁଖ୍ୟତଃ ବର୍ଷା ପରେ କିମ୍ବା ଯେତେବେଳେ ଜମିରେ ଅତ୍ୟଧିକ ଜଳସେଚନ ଦିଆଯାଏ , ଏହି ରୋଗ ହୁଏ । ଏହା ଫଳରେ କାର୍ଯ୍ୟକ୍ଷମ ପତ୍ର କ୍ଷେତ୍ର କମିଯାଏ । ଏହି ରୋଗ ମାଟି , ବିହନ ସାମଗ୍ରୀ କିମ୍ବା ଚାଷ ଯନ୍ତ୍ରପାତି ଦ୍ଵାରା ସଂଚାରିତ ହୁଏ ନାହିଁ । ଏହା ମୁଖ୍ୟତଃ ପବନ ,ଓ ବର୍ଷା ଦ୍ଵାରା ସଂଚାରିତ ହୁଏ । ଶୁଖିଲା ପାଣିପାଗରେ , ଦାଗ ସୃଷ୍ଟି ଦ୍ରୁତ ହୁଏ । ଅଧିକାଂଶ ଦାଗ ପରସ୍ପର ମିଶି , ଲମ୍ବା ହୁଅନ୍ତି , ପରିପକ୍ଵତାରେ ବାଧା ଦିଅନ୍ତି ଏବଂ ଟିସୂ ରଙ୍ଗ ବଦଳାନ୍ତି । ବସନ୍ତ , ଶରତ କାଳରେ ଦାଗ ସୃଷ୍ଟି ଅଧିକ ହୁଏ ଏବଂ ଯେତେବେଳେ ଓ ଶୀତ ସମୟରେ ନିମ୍ନ ତାପମାତ୍ରାରେ ଜୀବାଣୁ ବଞ୍ଚିବାକୁ କଷ୍ଟ ହୁଏ । ଶେଷରେ , ପତ୍ରର ସଂପୂର୍ଣ୍ଣ ପୃଷ୍ଠ ଦଗ୍ଧ ଦେଖାଯାଏ ।


ସୁରକ୍ଷାତ୍ମକ ଉପାୟ

  • ପରିଚ୍ଛନ୍ନତା ପଦକ୍ଷେପ ଜୀବାଣୁ ସ୍ତର କମାଇବାରେ ସାହାଯ୍ୟ କରେ । ପ୍ରତିରୋଧି କିସମ ଲଗାନ୍ତୁ । ବିକଳ୍ପ ପୋଷକ ଯଥା ଶାକାରମ ସ୍ପୋଣ୍ଟାନିୟମ , ଇମ୍ପେରାଟା ସିଲିଣ୍ଡ୍ରିକା ଏବଂ ରୋଟବିଲିଆ କୋଚିନଚାଇନେଂସିସ ଆଦି କାଢନ୍ତୁ ।ସଂକ୍ରମିତ ପତ୍ର କାଢନ୍ତୁ । ରୋଗ ଆବିର୍ଭାବ କମାଇବା ପାଇଁ ନିମ୍ନ ବର୍ଷାପାତ ଓ ଆର୍ଦ୍ରତା ସମୟରେ ରୋପଣ କରିବା ଉଚିତ । ଅମଳ ପରେ , ମାଟିରେ କିମ୍ବା ଗଛ ଅବଶେଷରେ ଥିବା ପିକ୍ନିଡିଆ ମଧ୍ୟରେ ଥିବା ରେଣୁକୁ ମାରିବା ପାଇଁ ଗୁରୁତର ଭାବେ ସଂକ୍ରମିତ ଜମିକୁ ପୋଡି ଦିଅନ୍ତୁ । ଅଧିକ ଜୈବିକ, ଫସଫରସ ଓ ପୋଟାସ ସାର ପ୍ରୟୋଗ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ