ଅଲିଭ

ଅଲିଭ କଢ ମାଇଟ

Oxycenus maxwelli

ମାଇଟ

5 mins to read

ସଂକ୍ଷେପରେ

  • ବସନ୍ତ ଋତୁରେ ଦାଆ-ଆକାରର ପତ୍ର ଏବଂ ମୃତ ଅଲିଙ୍ଗୀୟ କଢ ଦେଖାଯାଏ। ଫୁଲ କଢର ବିବର୍ଣ୍ଣତା, ଫୁଲରେ ବ୍ଳାଷ୍ଟ ରୋଗ, ଫୁଲକେଣ୍ଡା ଝଡିବା ଏବଂ କାଣ୍ଡ ବୃଦ୍ଧିରେ ହ୍ରାସ ପରିଲକ୍ଷିତ ହୁଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ଅଲିଭ

ଅଲିଭ

ଲକ୍ଷଣ

ଅଲିଭ କଢ ମାଇଟ ରସାଳ କଅଁଳିଆ କାଣ୍ଡ, କଢ ଏବଂ ପତ୍ରର ଉପର ପଟ ଖାଇଥାଏ ଓ ବୃଦ୍ଧି ହେଉଥିବା ଟିସୂର କ୍ଷତି କରିଥାଏ। ଏହି ମାଇଟର ଆକ୍ରମଣ ଦ୍ଵାରା ପତ୍ରରେ ଦାଗ, ପତ୍ର ବିବର୍ଣ୍ଣତା ଏବଂ ପତ୍ର ମଝିରେ କୁଞ୍ଚନ ହୋଇ ଏହା ଏକ ଦାଆ ଆକାର ହୋଇଥାଏ। ଅନ୍ୟ ଲକ୍ଷଣ ମଧ୍ୟରେ ବସନ୍ତରେ ମୃତ ଅଲିଙ୍ଗୀୟ କଢ, ଫୁଲ କଢର ବିବର୍ଣ୍ଣତା, ଫୁଲରେ ବ୍ଳାଷ୍ଟ ଏବଂ ଫୁଲକେଣ୍ଡା ଝଡିବା ଏବଂ କାଣ୍ଡ ବୃଦ୍ଧିରେ ହ୍ରାସ ପରିଲକ୍ଷିତ ହୁଏ। ନୂଆ ପତ୍ର ପବ ବିକୃତ ହୋଇ ଦୂରରୁ ପହଁରା ସଦୃଶ ଦେଖାଯାଏ। ଏହି କୀଟ ସାଧାରଣତଃ ଏକ ପ୍ରଧାନ ସମସ୍ୟା ନୁହେଁ କାରଣ ଅଲିଭ ଗଛ ନିଜେ ସଂକ୍ରମଣର ସମ୍ମୁଖୀନ ହୋଇ ଆରୋଗ୍ୟ ଲାଭ କରିବାରେ ସମର୍ଥ ଅଟେ। ଯାହା ହେଲେ ମଧ୍ୟ, ଅତି ଛୋଟ ଅଲିଭ ଗଛରେ, ସାଂଘାତିକ ଆକ୍ରମଣ ଗଛର ବୃଦ୍ଧିକୁ ସାଂଘାତିକ ଭାବରେ ରୁଗୁଡିଆ କରିଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଲେଡି ବିଟଲ ଏବଂ କେତେକ ପରଭକ୍ଷୀ ମାଇଟ ଅକ୍ସିସେନସ ମାକ୍ସୱେଲି ଖାଇଥାଏ ଏବଂ ଏହା ବଗିଚାରେ ପ୍ରୟୋଗ କରାଯାଇ ପାରେ। ବ୍ୟାପକ କୀଟନାଶକ ବ୍ୟବହାର କରି ଏହାକୁ ନ ମାରିବା ସୁନିଶ୍ଚିତ କରନ୍ତୁ। ଉଦ୍ୟାନ ଗ୍ରୀଷ୍ମ ତେଲ ବ୍ୟବହାର କରାଯାଇ ପାରେ, ଯାହାକି ପରଭକ୍ଷୀ ମାନଙ୍କ ପାଇଁ ଆର୍ଦ୍ରଯୋଗ୍ୟ ସଲଫର ଅପେକ୍ଷା କମ କ୍ଷତିକାରକ ଏବଂ ଯେହେତୁ ଏହା ଅବଶିଷ୍ଟ ସମୟ ଅବଧି ମଧ୍ୟ ଅପେକ୍ଷାକୃତ ଅଳ୍ପ ଅଟେ। ତାପମାତ୍ରା ଥଣ୍ଡା ଥିଲେ, ଉପଯୁକ୍ତ ଭାବେ ଜଳ ସେଚିତ ଅଲିଭ ଗଛରେ ତେଲ ପ୍ରୟୋଗ କରାଯାଇ ପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯଦି ଅଧିକ ସଂଖ୍ୟାରେ ଦେଖାଯାଏ, କଢ ଫୁଟିବା ପୂର୍ବରୁ ଅଲିଭ ଗଛକୁ ଉପଚାର କରିବା ଉଚିତ। ଆର୍ଦ୍ରଯୋଗ୍ୟ ସଲଫର ଫଳପ୍ରସୂ ଭାବେ ପ୍ରମାଣିତ ହୋଇଛି, କିନ୍ତୁ 32 °C ତାପମାତ୍ରାରୁ ଅଧିକ ରହିଲେ ଗଛ କ୍ଷତିଗ୍ରସ୍ତ ହୋଇପାରେ। ଉଚ୍ଚ ତାପମାତ୍ରା ପାଇଁ, ଆର୍ଦ୍ରଯୋଗ୍ୟ ସଲଫର ଅପେକ୍ଷା ସଲଫର ଗୁଣ୍ଡ ର ପ୍ରୟୋଗ ନିରାପଦ ଅଟେ। ସଲଫର ସିଞ୍ଚନ ମଧ୍ୟ ଅନ୍ୟ ଏକ ବିକଳ୍ପ ଅଟେ।

ଏହାର କାରଣ କଣ

ଅକ୍ସିସେନସ ମାକ୍ସୱେଲି ନାମକ ଅଲିଭ କଢ ମାଇଟର ଖାଇବା ପ୍ରକ୍ରିୟା ଦ୍ଵାରା ଏହି ଲକ୍ଷଣ ହୋଇଥାଏ। ଏହା ଏକ ଛୋଟ ଜୀବ (0.1 - 0.2ମିମି) ଯାହାକି ଖାଲି ଆଖିରେ ଦେଖାଯାଏ ନାହିଁ। ଏହା ହଳଦିଆରୁ ଗାଢ ତାମ୍ର ବର୍ଣ୍ଣର, ଧୀର ଗତି ଏବଂ କୀଳା ଆକାରର ଚଉଡା ଶରୀର ଯାହାକି ଏହି ପରିବାରର ଅନେକ ଜାତିର ବୈଶିଷ୍ଟ୍ୟ ଅଟେ। ଯେହେତୁ ସେମାନେ ବହୁଳ ଭାବରେ ଅଲିଭ ବଗିଚାରେ ଖାଇଥାନ୍ତି, ସେମାନଙ୍କ ଜୀବନ ଚକ୍ର ଅଲିଭ ଗଛ ସହିତ ସମ୍ପର୍କିତ ଅଟେ। ବସନ୍ତରେ, ସେମାନେ ଜନନ କ୍ରିୟା ପାଇଁ ନୂଆ ପତ୍ର ଓ କଢକୁ ଗତି କରିଥାନ୍ତି ଏବଂ ମାଇ କୀଟ ପ୍ରାୟ 50ଟି ଅଣ୍ଡା ଦେଇଥାଏ। ଲାର୍ଭା ବାହାରିବା ପରେ ଏହା ଗୋଷ୍ଠୀ ହୋଇ ଫୁଲ ଖାଇଥାନ୍ତି କାଣ୍ଡର ଅବସ୍ଥାକୁ ସାଂଘାତିକ କରିଥାନ୍ତି, ଯାହା ଫଳରେ ତାହା ପଡିଯାଇ ଥାଏ। ପରେ, ମାଇଟ ନୂଆ ଫଳକୁ ଆକ୍ରମଣ କରିଥାଏ ଏବଂ ବିବର୍ଣ୍ଣତା ସୃଷ୍ଟି କରିଥାଏ ଓ ଖାଇବା ସ୍ଥାନ ଚାରିପଟେ ସଙ୍କୁଚିତ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଅଲିଭ କଢ ମାଇଟର ଲକ୍ଷଣ ପାଇଁ ତୋଟା ନିୟମିତ ମନିଟର କରନ୍ତୁ। ଅଲିଭ କଢ ମାଇଟର ପରଭକ୍ଷୀ କୀଟ ପ୍ରଭାବିତ ନ ହେବା ପାଇଁ କୀଟନାଶକ ପ୍ରୟୋଗ ନିୟନ୍ତ୍ରଣ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ