Glomerella cingulata
ଅନ୍ୟ
5 mins to read
ଏକ କୈନ୍ଦ୍ରିକ ବଳୟ ସହିତ ଗୋଲାକାର ଖାଲୁଆ କ୍ଷତ ଦାଗ ଭାବେ ଲକ୍ଷଣ ପ୍ରଥମେ ଦେଖାଯାଏ। ଆର୍ଦ୍ର ପରିସ୍ଥିତିରେ, ମୃଦୁ ରୁ ଗାଢ ମାଟିଆ ଫଳ ପଚା ଦେଖାଯାଏ। ଶୁଷ୍କ ପରିସ୍ଥିତିରେ, ଫଳ ନିର୍ଜ୍ଜଳିକରଣ ହୋଇ ଶୁଖିଯାଇ ଥାଏ। ଉଭୟ କ୍ଷେତ୍ରରେ, ଫଳ ଅକାଳରେ ଝଡିଯାଏ। ଏହି ଲକ୍ଷଣ ମୁଖ୍ୟତଃ ଫଳ ପାଚିବା ସମୟରେ ଦେଖାଯାଏ।
ଅରିଓବେଶିଡିଅମ ପୁଲୁଲାନ୍ସର କିଛି କିସମ, ଫୁଲ ପୂର୍ବ ଅବସ୍ଥା ଓ ଫଳ ପାଚିବା ଅବସ୍ଥାରେ ପ୍ରୟୋଗ କରିଲେ, କୋଲେଟୋଟ୍ରାଇକମ ଜାତି ସଂକ୍ରମଣ ରୁ ଅଧିକ ସୁରକ୍ଷା ଦେଇଥିବା ଦେଖା ଯାଇଛି।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଷ୍ଟ୍ରୋବିଲୁରିନ, ମାଙ୍କୋଜେବ କିମ୍ବା କପର ଭିତ୍ତିକ କବକନାଶୀ ଫୁଲ ଅବସ୍ଥା ପୂର୍ବରୁ ଗୋଟିଏ ଆଉ ସହଳ ଫଳ ଅବସ୍ଥାରେ ଗୋଟିଏ ସିଞ୍ଚନ ପ୍ରୟୋଗ କରନ୍ତୁ। ପୂର୍ବ ସିଞ୍ଚନ ପରେ ଯଦି ସଂକ୍ରମଣ ରହିଥାଏ, ଦୁଇଟି ସିଞ୍ଚନ ଦରକାର ହୁଏ। କାଟଛାଣ୍ଟ ପରେ କଟା ଅଂଶରେ ପୁନଃ ସଂକ୍ରମଣ ନିବାରଣ କରିବା ପାଇଁ ସିଞ୍ଚନ ପ୍ରୟୋଗ ସୁନିଶ୍ଚିତ କରନ୍ତୁ।
ଗ୍ଳୋମେରାଲା ସିଙ୍ଗୁଲାଟା ନାମକ କବକ ଗଛ ଟିସୁରେ ସୁପ୍ତ ରହିପାରେ ଏବଂ ଅତି ଆର୍ଦ୍ର ଓ ଶୁଖିଲା ପାଗରେ ସକ୍ରିୟ ହୋଇଥାଏ। ମୁଖ୍ୟତଃ, ଫୁଲ ଓ ଅମଳ ପୂର୍ବ ଅବସ୍ଥାରେ ଉଷ୍ଣ ଓ ଆର୍ଦ୍ର ପାଣିପାଗ ଗ୍ଳୋମେରାଲା ସିଙ୍ଗୁଲାଟାର ବୃଦ୍ଧିକୁ ଅନୁକୂଳ କରିଥାଏ। ସଂକ୍ରମିତ କାଠ କିମ୍ବା ଗଛରେ ଥିବା ଶୁଖିଲା ଫଳ, ପତ୍ରରେ ଜୀବାଣୁ ବଞ୍ଚି ରହିଥାଏ।