ଅଲିଭ

ଅଲିଭ ଗଣ୍ଠି

Pseudomonas savastanoi pv. savastanoi

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ଡାଳ, କାଣ୍ଡ, ଶାଖାର ସାଧାରଣତଃ ପତ୍ରର ସନ୍ଧିରେ, କିନ୍ତୁ ସର୍ବଦା ନୁହେ, ଗଣ୍ଠି ଦେଖାଯାଏ। ବକଳର ଏହି ବିକୃତି କିଛି ସେମି ପର୍ଯ୍ୟନ୍ତ ପହଞ୍ଚିଥାଏ। ଗଛର ହୃଷ୍ଟପୁଷ୍ଟତା ଓ ବୃଦ୍ଧିରେ ହ୍ରାସ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ଅଲିଭ

ଅଲିଭ

ଲକ୍ଷଣ

ଏହି ରୋଗର ମୁଖ୍ୟ ଦେଖାଯାଉଥିବା ଲକ୍ଷଣ ହେଉଛି ବସନ୍ତ ଓ ଗ୍ରୀଷ୍ମରେ ଡାଳ, ଶାଖା, ଗଣ୍ଡି ଏବଂ ମୂଳରେ ଗଣ୍ଠି ଦେଖାଯାଏ। ଶାଖାରେ ସାଧାରଣତଃ (କିନ୍ତୁ ସର୍ବଦା ନୁହେଁ) ପତ୍ର ସନ୍ଧି କିମ୍ବା ଫଳ ଡେମ୍ଫରେ ଏହା ଦେଖାଯାଏ। ବକଳର ଏହି ବିକୃତି କିଛି ସେମି ବ୍ୟାସ ପର୍ଯ୍ୟନ୍ତ ପହଞ୍ଚିଥାଏ ଓ ବେଳେବେଳେ ପତ୍ର କିମ୍ବା କଢରେ ଦେଖାଯାଏଡାଳ ଅଗମରା ସାଧାରଣ ଅଟେ, ଯେହେତୁ ଗଣ୍ଠି ଟିସୁରେ ଜଳ ଓ ପୋଷଣ ପରିବହନରେ ବାଧା ସୃଷ୍ଟି କରିଥାନ୍ତି। ସାଧାରଣତଃ, ଗଛର ହୃଷ୍ଟପୁଷ୍ଟତା ଓ ବୃଦ୍ଧିରେ ହ୍ରାସ ହୋଇଥାଏ। ଗଣ୍ଠି ବଢିବା ସମୟରେ, ତାହା ଡାଳକୁ ଘେରି ରହି ମାରି ଦେଇଥାଏ, ଯାହା ଫଳରେ ଫଳର ଆକାର ଓ ଗୁଣବତ୍ତା ହ୍ରାସ ହୋଇଥାଏ କିମ୍ବା ନୂଆରେ ରୋପଣ ହୋଇଥିବା ବଗିଚାରେ ଗଛର ମୃତ୍ୟୁ ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଏକ ବର୍ଷରେ,ଜୈବିକ, କପର ଭିତ୍ତିକ (ମାଙ୍କୋଜେବ ସହିତ) ଦୁଇଟି ନିରାକରଣାତ୍ମକ ଆଣ୍ଟିବାୟୋଟିକ ପ୍ରୟୋଗ (ଶରଦ ଓ ବସନ୍ତରେ) ଗଛରେ ଗଣ୍ଠି ସୃଷ୍ଟି ହେବା ଯଥେଷ୍ଟ ହ୍ରାସ କରିଥାଏ। କାଟଛାଣ୍ଟ ଜନିତ କ୍ଷତ ମଧ୍ୟ ସଂକ୍ରମଣ ସମ୍ଭାବନା କମାଇବା ପାଇଁ କପର ଆଣ୍ଟିବାୟୋଟିକ (ଉଦାହରଣ ସ୍ୱରୂପ ବୋର୍ଡକ୍ସ ମିଶ୍ରଣ) ଦ୍ଵାରା ଉପଚାରିତ କରାଯିବା ଉଚିତ। ପ୍ରାମାଣିକ ଯାବିକ କୃଷିରେ କପର ସଲଫେଟ ଥିବା କିଛି ପଦାର୍ଥର ପ୍ରୟୋଗକୁ ଅନୁମତି ଦିଆଯାଇ ଥାଏ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଏହି ଜୀବାଣୁ ନିୟନ୍ତ୍ରଣ କରିବା ଅତି କଷ୍ଟକର ଅଟେ। ଏକ ବର୍ଷରେ କପର ଭିତ୍ତିକ (ମାଙ୍କୋଜେବ ସହିତ) ଦୁଇଟି ନିରାକରଣାତ୍ମକ ଆଣ୍ଟିବାୟୋଟିକ ପ୍ରୟୋଗ (ଶରଦ ଓ ବସନ୍ତରେ) ବଗିଚାର ଏହି ରୋଗର ପ୍ରଭାବ ଯଥେଷ୍ଟ ହ୍ରାସ କରିଥାଏ। କାଟଛାଣ୍ଟ ଜନିତ କ୍ଷତ ମଧ୍ୟ ସଂକ୍ରମଣ ସମ୍ଭାବନା କମାଇବା ପାଇଁ କପର ଆଣ୍ଟିବାୟୋଟିକ ଦ୍ଵାରା ଉପଚାରିତ କରାଯିବା ଉଚିତ। ଜନ୍ତ୍ର ସାହାଯ୍ୟରେ ଅମଳ କରାଯାଇଥିବା ଗଛକୁ ଅମଳ ପରେ ତୁରନ୍ତ ଉପଚାର କରିବା ଉଚିତ।

ଏହାର କାରଣ କଣ

ସୁଡୋମୋନାସ ସାଭାସ୍ତୋନୋଇ ଜାତିର ବ୍ୟାକ୍ଟେରିଆ ଦ୍ଵାରା ଲକ୍ଷଣ ସୃଷ୍ଟି ହୋଇଥାଏ। ଏହି ଜୀବାଣୁ ଅଲିଭ ଗଛର ପତ୍ରରେ ନ ରହି ବକଳରେ ବଞ୍ଚି ରହିଥାଏ। କିସମ ଅନୁସାରେ ସଂକ୍ରମଣର ମାତ୍ରା ପରିବର୍ତ୍ତନ ହୋଇଥାଏ, କିନ୍ତୁ ସାଧାରଣତଃ ପୁରୁଣା ଗଛ ଅପେକ୍ଷା ନୂଆ ଗଛର ରୋଗ ପ୍ରବଣତା ଅଧିକ ଥାଏ। ଯେତେବେଳେ ବର୍ଷା ହୋଇଥାଏ, ବ୍ୟାକ୍ଟେରିଆ ଗଣ୍ଠିରେ ବଞ୍ଚି ରହିଥାଏ ଏବଂ ସଂକ୍ରାମକ ବ୍ୟାକ୍ଟେରିଆ ରସ ଭାବେ ନିର୍ଗତ ହୋଇଥାଏ। ଏହା ସୁସ୍ଥ ଗଛକୁ ବର୍ଷା ଛିଟ କିମ୍ବା ଯନ୍ତ୍ରପାତି ଦ୍ଵାରା ବର୍ଷସାରା ବିସ୍ତାର ଲାଭ କରିଥାଏ। ପତ୍ର ଝଡା ଚିହ୍ନ, ବକଳ ଫାଟ, କାଟଛାଣ୍ଟ କିମ୍ବା ଅମଳ ଜନିତ କ୍ଷତ ଏହାକୁ ଅନୁକୂଳ କରାଇ ଥାଏ। ନିର୍ଦ୍ଧିଷ୍ଟ ଭାବରେ, ଶୀତଦିନେ ହିମ ଭବନ ଜନିତ କ୍ଷତ ସମସ୍ୟାପୂର୍ଣ୍ଣ ଅଟେ, ଯେହେତୁ ଏହା ବର୍ଷା ସମୟରେ ସାଧାରଣତଃ ହୋଇଥାଏ, ଏହା ସଂକ୍ରମଣ ପାଇଁ ସଂପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥାଏ। ଗଣ୍ଠି ସଂକ୍ରମଣର 10 ଦିନରୁ କିଛି ମାସ ପର୍ଯ୍ୟନ୍ତ ଏକକ କିମ୍ବା କ୍ରମରେ ଦେଖାଯାଏ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ, ପ୍ରତିରୋଧୀ କିସମ ଚୟନ କରନ୍ତୁ। ଏହି ଗଣ୍ଠି ସୃଷ୍ଟି ହୋଇଥିବା ଶାଖାକୁ ଶୁଖିଲା ଦିନରେ କାଟି କାଢି ଦିଅନ୍ତୁ। ପତ୍ର ଓଦା ଥିବାବେଳେ, ମୁଖ୍ୟତଃ ଅମଳ ସମୟରେ, ବଗିଚାରେ କାମ କରିବା ବାରଣ କରନ୍ତୁ। ଯଦି ସମ୍ଭବ, ବର୍ଷାର ପୂର୍ବାନୁମାନ ଥିଲେ ଅମଳ କରିବା ଏଡାନ୍ତୁ। ବିଶୋଧିତ ଉପକରଣରେ କାମ କରନ୍ତୁ ଏବଂ କାମ କରିବା ବେଳେ ନିୟମିତ ବିଶୋଧନ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ