ବୁଟ ଚଣା

ଆସ୍କୋଚାଇଟା ପୋଡା ରୋଗ

Didymella rabiei

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର , କାଣ୍ଡ ଓ ଛୁଇଁରେ ପାଣି ଭିଜା ଚିହ୍ନ । ବାଦାମୀରେ ପରିଣତ ହୁଏ । ପତ୍ରରେ ଗାଢ ସକେନ୍ଦ୍ରୀ ବଳୟ ଥାଏ । ଜମିରେ ପୋଡା ଗଛ ଜାଗା ଦୂରରୁ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

ବୁଟ ଚଣା

ଲକ୍ଷଣ

ପୁରୁଣା ଗଛରେ ପତ୍ର ଉପରେ ପ୍ରଥମେ ରୋଗ ଈଷତ ପାଣିଭିଜା ଚିହ୍ନ ଭଳି ଦେଖାଯାଏ । ସମୟକ୍ରମେ , ଏହି ଚିହ୍ନଗୁଡିକ ବାଦାମୀ ହୁଏ ଏବଂ ପତ୍ରର ଧାରରେ ଛୋଟ କଳା ଚିହ୍ନ ଦେଖାଯିବା ଆରମ୍ଭ ହୁଏ ଓ ଗାଢ ଧାର ସହିତ ସକେନ୍ଦ୍ରୀ ବଳୟ ଚିହ୍ନ ସୃଷ୍ଟି କରେ । କାଣ୍ଡ ଉପରେ କଳା ଚିହ୍ନ ସହିତ ଲମ୍ବାଳିଆ ଠାରୁ ବାଦାମୀ ଚିହ୍ନ ସୃଷ୍ଟି ହୁଏ । ସଂକ୍ରମଣ ମାତ୍ରା ଅଧିକ ହେଲେ , ସ କାଣ୍ଡ କ୍ଷତ ଚିହ୍ନ ଦ୍ଵାରା ଘେରି ରହେ ଓ ପ୍ରତିକୂଳ ପାଣିପାଗ ଆସିଲେ ଘଟଣାକ୍ରମେ ଭାଙ୍ଗି ଯାଏ । ଛୁଇଁ କ୍ଷତ ଚିହ୍ନଗୁଡିକ ପତ୍ର କ୍ଷତ ଚିହ୍ନ ସଦୃଶ ଅଟେ । ପୁରା ଗଛ ପୋଡି ଯାଇପାରେ ଯାହାକି ଜମିରେ ବାଦାମୀ ତାଳି ଭଳି ଦେଖାଯାଏ । ବିହନ ସଂକ୍ରମିତ ହୋଇପାରେ ଏବଂ ଚାରାକୁ ରୋଗ ନେଇପାରେ , ଯାହାକି କାଣ୍ଡ ମୂଳରେ ଗାଢ ବାଦାମୀ କ୍ଷତ ଚିହ୍ନ ସୃଷ୍ଟି କରେ ।

Recommendations

ଜୈବିକ ନିୟନ୍ତ୍ରଣ

ଦୁଖିତ ଯେ , ଆସ୍କୋଚାଇଟା ରାବିଏଇ ପାଇଁ ବିକଳ୍ପ ଉପଚାର ଆମେ କିଛି ଜାଣି ନାହୁଁ । ଯଦି ଆପଣ କିଛି ଜାଣିଛନ୍ତି ଦୟାକରି ଆମକୁ କୁହନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଲଗାଇବା ପୂର୍ବରୁ ଥିରାମ କିମ୍ବା ଥିରାମ +ଥାଇଆବେଣ୍ଡାଜୋଲ ଦ୍ଵାରା ବିହନ ଉପଚାର କରନ୍ତୁ । ରୋଗର ବିକାଶ ଦୂରେଇବା ପାଇଁ ଫୁଲ ଅବସ୍ଥା ପୂର୍ବରୁ ପ୍ରତିଷେଧକ କବକନାଶୀ ( ଉଦାହରଣ ସ୍ୱରୂପ କ୍ଳୋରୋଥାଲୋନିଲ ) ପ୍ରୟୋଗ କରାଯାଇପାରେ । ଠାରେ ରୋଗ ଜଣା ପଡିବା ପରେ , ଶରୀରଚର ପର୍ଣ୍ଣୀୟ କବକନାଶୀ ( ବୋସ୍କାଲିଡ , ମାଙ୍କୋଜେବ ,ପାଇରାକ୍ଳୋଷ୍ତ୍ରୋବିନ + ଫ୍ଳୁକ୍ସାପାଇରୋକଷାଦ କିମ୍ବା ଟ୍ରାଇଆଜୋଲିନ୍ଥିୟନ ଆଦି ) ପର୍ଯ୍ୟାୟ କ୍ରମେ ସୁପାରିସ କରାଯାଏ । ସାଂଘାତିକ ଅମଳ କ୍ଷତି ଦୂରେଇବା ପାଇଁ ବୃଦ୍ଧି ଋତୁ ସାରା ଉପଚାର ଆବଶ୍ୟକ ହୋଇପାରେ ।

ଏହାର କାରଣ କଣ

ଡିଡିମେଲା ରାବିଏଇ( ପୂର୍ବରୁ ଆସ୍କୋଚାଇଟା ରାବିଏଇ ଭାବରେ ଜଣାଥିଲା ଏବଂ ସେଥିପାଇଁ ଏହି ନାମ ହୋଇଛି ) କବକ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୁଏ । ଏହା ଫସଲ ନଥିବା ବେଳେ ଗଛ ଅବଶେଷରେ ଅନେକ ବର୍ଷ ବଞ୍ଚିପାରେ । ଅନୁକୂଳ ପରିସ୍ଥିତିରେ ଏହା ରେଣୁ ସୃଷ୍ଟି କରେ ଯାହା ପରେ ପବନ ଓ ବର୍ଷା ଛିଟ ଦ୍ଵାରା ବହୁତ ଦୂର ଓ କିଛି କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରିପାରେ । ଥଣ୍ଡା ଓ ଓଦା ପାଣିପାଗରେ ଉଚ୍ଚ ଆର୍ଦ୍ରତା , ସକାଳ କାକର ଓ ଦୀର୍ଘ ସମୟ ପତ୍ର ଓଦା ( 2 ଘଣ୍ଟା କିମ୍ବା ଅଧିକ ) ଆଦି ଏହି ରୋଗ ବିସ୍ତାର ଅନୁକୂଳ କରେ । ଏହି କବକ ବ୍ୟାପକ ତାପମାତ୍ରାରେ ( 5-30 ଡିଗ୍ରୀ C ) ବିକାଶ କରିପାରେ , କିନ୍ତୁ 15 ରୁ 25 ଡିଗ୍ରୀ ତାପମାତ୍ରାରେ ଅନୁକୂଳ ବୃଦ୍ଧି ହୁଏ । ଯଦି ପରିସ୍ଥିତି ଅନୁକୂଳ ହୁଏ ଗୋଟିଏ ବୃଦ୍ଧି ଋତୁରେ ଅନେକ ସଂକ୍ରମଣ ଚକ୍ର ହୋଇପାରେ ।


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ଥାଏ , ସହନୀୟ କିସମ ବାଛନ୍ତୁ । ରୋଗମୁକ୍ତ ପ୍ରାମାଣିକ ଚାରା ସାମଗ୍ରୀ ବ୍ୟବହାର କରନ୍ତୁ । ବିହନ ହାର ସୁପାରିସ ପାଳନ କରନ୍ତୁ । ରୋଗର ଖରାପ ପ୍ରଭାବ ଦୂରେଇବା ପାଇଁ ଡେରିରେ ଲଗାନ୍ତୁ । ରୋଗ ଲକ୍ଷଣ ପାଇଁ ଜମି ନିରୀକ୍ଷଣ କରନ୍ତୁ । ଜମିରେ ଓ ଆଖପାଖରେ ସହଯୋଗୀ ଗଛ ଓ ଘାସ ବାଛନ୍ତୁ । ଅମଳ ଉପରେ ଖରାପ ପ୍ରଭାବ ଦୂରେଇବା ପାଇଁ ଯେତେ ଶୀଘ୍ର ସମ୍ଭବ ଅମଳ କରନ୍ତୁ । ତଦାରଖ ପରେ ଜୋତା ଓ ପୋଷାକ ଭଳି ସାମଗ୍ରୀ ସଫା ରଖନ୍ତୁ । ଏକା ଜମିରେ ତିନି ବର୍ଷରେ ଠାରେ ବୁଟ ଗଛ ଲଗାନ୍ତୁ ( ଫସଲ ପର୍ଯ୍ୟାୟ ) ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ