ସିମଳା ଏବଂ ଲଙ୍କା

ଉଜ୍ଜଳ ଗାର ବାଦାମି ଆଖି

Lacanobia oleracea

ପୋକ

5 mins to read

ସଂକ୍ଷେପରେ

  • ପତ୍ର , କାଣ୍ଡ ଓ ଫଳରେ ଖାଇବା ଜନିତ କ୍ଷତ ଥାଏ , ଛିଦ୍ର , କଣା, ବାହ୍ୟ କୋରା ଚିହ୍ନ ମଧ୍ୟ ଥାଏ , ସୁବିଧାବାଦୀ ଜୀବାଣୁ ଦଳବଦ୍ଧ ହୋଇ ରହନ୍ତି । ଫିକା ବାଦାମି ଶରୀର ଥିବା ପ୍ରଜାପତି , ଆଗ ଡେଣା ଫିକା କମଳା ରଙ୍ଗ ଓ ଶିମ୍ବ ମଞ୍ଜି ଆକାରର ଧଳା ଚିହ୍ନ ସହିତ ଗାଢ ହୋଇଥାଏ ।.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ

ସିମଳା ଏବଂ ଲଙ୍କା

ଲକ୍ଷଣ

ନୂଆ ପତ୍ର , ଫୁଲ , କାଣ୍ଡ ଓ ଫଳରେ ଖାଇବା ଜନିତ କ୍ଷତି ଦେଖାଯାଏ । ନୂଆ ଶୂକ ପତ୍ର ତଳେ ଖାଆନ୍ତି ଏବଂ ଛୋଟ ଛିଦ୍ର କରନ୍ତି । ଶୂକ ବଢିବା ସମୟରେ , ପୁରା ପତ୍ର , କାଣ୍ଡ ଡେମ୍ଫ ,ଫୁଲ ଓ ଫଳ ଅତ୍ୟଧିକ ମାତ୍ରାରେ କ୍ଷତି ହୁଏ । ଛିଦ୍ର କ୍ରମ , ବାହ୍ୟ କୋରା ଦାଗ ଏବଂ ସୁଡଙ୍ଗ ଫଳ ଉପରେ ଦେଖାଯାଏ । କ୍ଷତ ଟିସୂ ଓ କଚଡାରେ ସୁବିଧାବାଦୀ ରୋଗକାରୀ ଜୀବାଣୁ ଦଳବଦ୍ଧ ହୋଇ ରହନ୍ତି ଓ ପଚିବା ଅନୁକୂଳ କରନ୍ତି । ଏହିପରି , ଏପରିକି ବଡ ଶୂକର ଅଳ୍ପ ଆକ୍ରମଣ ମଧ୍ୟ ଫସଲ ପାଇଁ କ୍ଷତିକାରକ ହୋଇପାରେ । ଏମାନଙ୍କ ଟମାଟୋ,ଲଙ୍କା ,ଆଳୁ , ଲେଟୁସ ,କାକୁଡି ,ପିଆଜ , ବନ୍ଧାକୋବି ଓ ଫୁଲକୋବି ଆଦି ବିଭିନ୍ନ ପୋଷକ ଗଛ ଅଛି ।

Recommendations

ଜୈବିକ ନିୟନ୍ତ୍ରଣ

କେତେକ କ୍ଷେତ୍ରରେ , ଟ୍ରାଇକୋଡେର୍ମା ପରଭକ୍ଷୀ ବିରୁଡି ( ଟି ॰ ଇଭାନେସେନ୍ସ ) କିମ୍ବା ପରଭକ୍ଷୀ ଶୋଷକ ପୋକ ପୋଡିସସ ମାକୁଲିଭେଣ୍ଟ୍ରିସ ସମ୍ବାଳୁଆ ସଂଖ୍ୟା କମାଏ । ସ୍ପିନୋସାଦ କିମ୍ବା ବେଶୀଳସ ଥୁରିଙ୍ଗେଂସିସ କୀଟନାଶକ ଯାହା ପରିବେଶରେ ଅଧିକ ଦିନ ରହେ ନାହି, ପ୍ରୟୋଗ କରନ୍ତୁ । ଯେତେବେଳେ ଶୂକ ଦେଖାଯାଏ , 0.1 % ସିଂଚନ ଦ୍ରବଣ ପ୍ରୟୋଗ କରନ୍ତୁ । ଏହାର ପୁନଃ ପ୍ରୟୋଗ ( 2 ଥର ) ରାସାଯନିକ ନିୟନ୍ତ୍ରଣର ଏକ ଉତ୍ତମ ବିକଳ୍ପ ଅଟେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଏହି ପ୍ରଜାପତି କ୍ଷେତ୍ରରେ , ବିକଳ୍ପ ପଦାର୍ଥ ଯଥା ସ୍ପିନୋସାଦ ଓ ବିଟି ରାସାଯନିକ ଉପଚାରକୁ ସମର୍ଥନ କରେନାହି। ଆଲଫା- ସାଇପେର୍ମେଥୃନ , ବିଟା - ସାଇଫ୍ଲୁଥୃନ , ବାଇଫେନ୍ଥୃନ , ସାଇପାରମେଥରିନ , ଦେଲ୍ତାମେଥୃନ , ଡାଇଫ୍ଲୁବେଞ୍ଜୁରୋନ , ଫେନ୍ପ୍ରୋପ୍ରାଥୃନ ,ଲମ୍ବଡା- ସିଆଲୋଥୃନ ,ତେଫ୍ଲୁବେଞ୍ଜୁରୋନ ଆଦି ଥିବା ଉପଯୁକ୍ତ ପଦାର୍ଥ ବ୍ୟବହାର କରାଯାଇପାରେ । ଉପକାରୀ କୀଟର କ୍ଷତି ନକରିବା ପାଇଁ ଏକ ଯୋଜନାବଦ୍ଧ ସମନ୍ଵିତ ପରିଚାଳନା କାର୍ଯ୍ୟକ୍ରମ ସାହାଯ୍ୟରେ କୀଟନାଶକ ପ୍ରୟୋଗ କରିବା ଗୁରୁତ୍ଵ ବହନ କରେ ।

ଏହାର କାରଣ କଣ

ଲାକାନୋବାୟା ଓଲେରାଶି , ଉଜ୍ଜଳ ଗାର ବାଦାମି ଆଖି ପ୍ରଜାପତିର ସମ୍ବାଳୁଆ ଯୋଗୁଁ ଏହି କ୍ଷତି ହୁଏ । ଏହା ଆର୍ଦ୍ର ପୋଷକ ସମୃଦ୍ଧ ଜାଗାରେ ରହିବାକୁ ଭଲ ପାଆନ୍ତି । ଏମାନେ ବିଭିନ୍ନ ପ୍ରକାର ଜାଗା ଯଥା ସବୁଜ ଘର , ଚାଷଜମି , ନଦୀକୂଳରେ ଓ ଜଙ୍ଗଲ ଜମିରେ ବସ କରନ୍ତି । ବୟସ୍କ ପ୍ରଜାପତିର ଡେଣା ପ୍ରାୟ 35 ରୁ 45 ମିମି , କିଛି ଗାଢ ନମୁନା ସହିତ ଫିକା ବାଦାମି ଶରୀର ଥାଏ । ସ୍ପଷ୍ଟ ଫିକା କମଳା ରଙ୍ଗ ଓ ଶିମ୍ବ ମଞ୍ଜି ଆକାରର ଧଳା ଚିହ୍ନ ସହିତ ଡେଣାଗୁଡିକଗାଢ ଲାଲ ବାଦାମି ରଙ୍ଗର ଅଟନ୍ତି । ଅନ୍ୟ ଏକ ଲକ୍ଷଣ ହେଲା ଏକ ଧଳା ,ଉଜ୍ଜଳ ଗାର ( 'W' ଭଳି ) ଧାର ପାଖରେ ଥାଏ । ପଛ ଡେଣା ଧୂସର ,ଓ ଧାର ଆଡକୁ ଗାଢ ହୁଏ । ମାଇମାନେ ସେମାନଙ୍କ ପୋଷକ ଗଛ ପତ୍ରର ତଳ ପଟେ ପ୍ରାୟ 150 ଟି ଲେଖାଏଁ ଅଣ୍ଡା ଗୁଛକାରରେ ଦିଅନ୍ତି । ସମ୍ବାଳୁଆ ପ୍ରାୟ 5 ସେମି ଆକାରର ହୋଇଥାନ୍ତି । ଏମାନଙ୍କ ରଙ୍ଗ ସବୁଜ ଠାରୁ ଗାଢ ବାଦାମି ହୁଏ ଓ ଧଳା ଓ କଳା କ୍ଷୁଦ୍ର ଚିହ୍ନ ଏବଂ ହଳଦିଆ ପଟି ପ୍ରତ୍ୟେକ ପାର୍ଶ୍ଵରେ ଥାଏ ।


ସୁରକ୍ଷାତ୍ମକ ଉପାୟ

  • ଜମି ନିରୀକ୍ଷଣ କରନ୍ତୁ ଓ ଅଣ୍ଡା , ସଂକ୍ରମିତ ଗଛ ଅଂଶ କିମ୍ବା ସମ୍ବାଳୁଆ କାଢିଦିଅନ୍ତୁ । ସବୁଜ ଘର ମଧ୍ୟକୁ ପ୍ରଜାପତି ନପଶିବା ପାଇଁ ଜାଲି ବ୍ୟବହାର କରନ୍ତୁ । ପତ୍ର ତଳେ ଥିବା ଅଣ୍ଡା ଗୁଚ୍ଛ କୋରି କାଡିଦିଅନ୍ତୁ ଓ ସମ୍ବାଳୁଆ କାଢନ୍ତୁ । ସଂକ୍ରମିତ ଅଂଶ କାଢି ନଷ୍ଟ କରନ୍ତୁ । ଅମଳ ପରେ ମାଟି ନିରୀକ୍ଷଣ କରନ୍ତୁ ଓ କୋଷା କାଢନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ