ପତ୍ର ଉପରେ ଜାଲ ବନଉଥିବା କୀଟ(ଲିଫ୍ ୱେବର୍)

ମକା

ପତ୍ର ଉପରେ ଜାଲ ବନଉଥିବା କୀଟ(ଲିଫ୍ ୱେବର୍)

Hedylepta indicata

ପୋକ

ସଂକ୍ଷେପରେ

  • ଛୋଟ ଶୂକ ବା ଲାର୍ଭା ଗୁଡିକ ପୋଷକ ଫସଲର ପତ୍ର ଗୁଡିକୁ ମୋଡି ଦିଅନ୍ତି ଓ ଏହାର ନରମ ଗଜାକୁ ଖାଇ ବଂଚିଥାଏ। ଏହା ପରେ ପତ୍ର ଗୁଡିକୁ ଏକାଠି ଜାଲରେ ଗୁଡେଇଦିଏ ଓ ଭିତରୁ ଖାଇବା ଆରମ୍ଭ କରିଦିଅନ୍ତି । ମୂଖ୍ୟ ଡାଳର ବିକାଶ ବ୍ୟାଧିତ ହୋଇଥାଏ ।.

ମଧ୍ୟ ଦେଖା ଯାଇପାରେ


ପତ୍ର ଉପରେ ଜାଲ ବନଉଥିବା କୀଟ(ଲିଫ୍ ୱେବର୍)

ମକା

ଲକ୍ଷଣ

ଏହି ସଁବାଳୁଆ ମୁଖ୍ୟତଃ (କିନ୍ତୁ ବିଶେଷ ଭାବେ ନୁହେଁ) ଶିମ୍ବ ଜାତୀୟ ଫସଲକୁ ଆକ୍ରମଣ କରି ଥାଆନ୍ତି । ଏହି ସବୁଜ ଲାର୍ଭା ବା ଶୂକ ରେସମ ଜାଲରେ ଗୁଡେଇ ହୋଇ ଗୋଟିଏ ଥର ଗୁଡେଇ ହୋଇଥିବା ପତ୍ରରେ କିମ୍ବା ଦୁଇଟି ପତ୍ରରେ ଗୁଡେଇ ହୋଇ ରହିଥାଏ। ପରବର୍ତ୍ତୀ ସମୟରେ , ସେମାନେ କିଛି ଅଧିକ ପତ୍ରକୁ ଗୁଡେଇ ହୋଇଥିବା ପତ୍ରସମୂହ ବନେଇଦିଅନ୍ତି ଯାହାକି ଅଧା ଖାଇ ହୋଇ ଯାଇଥାଏ. ସେମାନେ ଦୁଇଟି ଶୀରା ମଧ୍ୟରେ ଥିବା ନରମ ପତ୍ରକୋଷକୁ ଖାଇ ବଂଚି ରୁହନ୍ତି, କ୍ଷତିଗ୍ରସ୍ତ ପତ୍ରଗୁଡିକର ବହିର୍ଚର୍ମ ସମ୍ପୁର୍ଣ ଭାବେ ଖାଇ ହୋଇ ଯାଇଥାଏ ଓ ସଂଗେ ମାଟିଆ ରଂଗର ହୋଇଯାଆନ୍ତି ବା ମରିଯାଆନ୍ତି. ଯଦି କୌଣସି ଉପଚାର କରାଯାଏନି, ପତ୍ରଗୁଡିକ ଶକ୍ତ ଅଂଶର କଂକାଳରେ ପରିଣତ ହୋଇଯାଇପାରେ. ମାରାତ୍ମକ ପରିସ୍ଥିତିରେ ପତ୍ରରେ ଦେଖା ଯାଉଥିବା ନାଟକୀୟ ଭାବେ ନଷ୍ଟ ଯୋଗୁଁ ଛୁଇଁ ମଧ୍ୟ ଛୋଟ ହୋଇଯାଏ ଓ ଅମଳ ମଧ୍ୟ ପ୍ରଭାବିତ ହୋଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଟ୍ରିକୋଗ୍ରାମା ନାମକ ପ୍ରଜାତିର ପରଜୀବି ବିରୁଡିକୁ, ସଂକ୍ରମଣ ପରେ ନିୟନ୍ତ୍ରଣ ପାଇଁ ଜୈବୀକ ଉପଚାର ଭାବେ ପ୍ରୟୋଗ କରାଯାଇ ପାରିବ. ଲାର୍ଭା ମଧ୍ୟରେ ଜିବୀତ ରହିଥିବା କୀଟ-ପରଜୀବି ପ୍ରଜାତି ମଧ୍ୟରେ ବ୍ରାକିମେରିଆ ଓଭାଟା, ଗ୍ରୋଟିୟୁସୋମିଆ ନିଗ୍ରୀକାନ୍ସ, ନେମୋରିଲା ମ୍ୟାକୁଲୋସା ଓ ଆପାଣ୍ଟେଲେସ୍ ଓ ଟୋକ୍ସୋଫ୍ରୋଆଇଡ୍ ଭଳି ପରଜୀବି ଅନ୍ୟତମ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ପ୍ରୟୋଗ କରିବାର ଯୋଜନା କରନ୍ତୁ. ଯଦି ଉପଲବ୍ଧ ଥାଏ, ତାହାଲେ 0.02 % ପ୍ରତିଶତ ସାଇପର୍ମେଥେରିନ୍, ଡେକାମେଥେରିନ୍ ଥିବା କୀଟନାଶକ ମିଶ୍ରଣକୁ ଦୁଇ ସପ୍ତାହକୁ ଥରେ ଏହାର ପ୍ରୟୋଗ କରନ୍ତୁ.

ଏହାର କାରଣ କଣ

ହେଡିଲେପ୍ଟା ଇଣ୍ଡିକାଟା ନାମକ ଏକ ପ୍ରଜାପତିର ଲାର୍ଭା ବା ଶୂକ ଯୋଗୁଁ ଏହି କ୍ଷତି ହୁଏ । ବୟସ୍କ ପ୍ରଜାପତିର ଇଷତ୍ ମାଟିଆ ରଂଗର ହେବା ସହ ପରର ଦୈର୍ଘ୍ୟ 20 ମି.ମି ର ହୋଇଥାଏ. ଏମାନଂକର ସାମ୍ନା ପଟର ପର ସୁନେଲି କିମ୍ବା ମାଟିଆ ହଳଦିଆ ରଂଗର ହୋଇଥିବା ବେଳେ ଏଥିରେ ତିନଟି ଗାଢ ତେଢାମେଢା ରେଖା ରହିଥାଏ ଓ କିଛି ଗାଢ ଦାଗ ମଧ୍ୟ ରହିଥାଏ। ପଛ ପରରେ ତେଢାମେଢା ରେଖାର ସଂଖ୍ୟା ଦୁଇକୁ କମି ଆସିଥାଏ. ମାଇଁ ପ୍ରଜାପତି ଗୁଡିକ ପୋଷକ ଫସଲର ନୂଆ ପତ୍ର କିମ୍ବା ଡାଳରେ ଗୋଟିଏ ଗୋଟିଏ କରି ଅଣ୍ଡା ଦେଇଥାଏ। ସଁବାଳୁଆ ଗୁଡିକର ଇଷତ୍ ମାଟିଆ ମୁଣ୍ଡ ସହ ଇଷତ୍ ସବୁଜ ରଂଗର ହୋଇ ଥାଆନ୍ତି । ରେସମରେ ବୁଣି ହୋଇଥିବା ମୋଡି ଯାଇଥିବା ପତ୍ର ମଧ୍ୟରେ ଏମାନେ ରୁହନ୍ତି ଓ ନିଜ ପୋଷଣ କରନ୍ତି. କୀଟର କୁକୁନ୍ ବା କୋଷା ଟି ମାଟି ଉପରେ ଥିବା ପତ୍ର ଆଦି ପଦାର୍ଥ ମଧ୍ୟରେ ପ୍ୟୁପାରେ ବିକଶିତ ହୋଇଥାଆନ୍ତି. ପତ୍ର ଉପରେ ଜାଲ ବନଉଥିବା କୀଟ ବା ଲିଫ୍ ୱେବର୍ ର ବହୁତ ଗୁଡାଏ ପୋଷକ ଫସଲ ଅଛି ଯେପରିକି ଶିମ୍ବ ଜାତୀୟ ଫସଲ, ନାଲିଆ ବିଟ୍ ଓ ମକା. ଏହାକୁ କୌଣସି ମହତ୍ତ୍ୱପୂର୍ଣ କୀଟ ଭାବେ ଗ୍ରହଣ କରାଯାଏ ନାହିଁ ଓ ତେଣୁ ଉପଚାର ଆବଶ୍ୟକ ନୁହଁ.


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧିି କିସମ ଲଗାନ୍ତୁ । ନିଜ ଫସଲକୁ ଭଲଭାବେ ପର୍ଯ୍ୟବେକ୍ଷଣ କରନ୍ତୁ ଓ ଅଧିକ ସଂଖ୍ୟାରେ ଗଛ ଲକ୍ଷଣ ଦେଖେଇଲେ, ରୋଗ ନିୟନ୍ତ୍ରଣ ପଦକ୍ଷେପ ନିଅନ୍ତୁ । ଫସଲ ପର୍ଯ୍ୟାୟ କରନ୍ତୁ। ଚାଷ ଜମିରୁ ଅନାବନା ଘାସକୁ କାଢି ନିଅନ୍ତୁ.
  • ପ୍ରାକୃତିକ ପରଭକ୍ଷୀକୁ ପ୍ରୋତ୍ସାହିତ କରିବା ପାଇଁ ଚାଷ ଜମିର ଚାରି ପାଖରେ ମହୁ ଉତ୍ପାଦନ କରୁଥିବା ଫସଲ ବୁଣନ୍ତୁ ।ପୋକ ସଂଖ୍ୟା ଜାଣିବା ପାଇଁ ଓ ପ୍ରଯଜନରେ ବାଧା ସୃଷ୍ଟି କରିବା ପାଇଁ ଫେରୋମୋନ୍ ଜନ୍ତା ବ୍ୟବହାର କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ