ଆଖୁ

ଆଖୁର ଜାହାଜୀ ପୋକ

Pyrilla perpusilla

ପୋକ

5 mins to read

ସଂକ୍ଷେପରେ

  • ପତ୍ର ତଳପଟେ ସବୁଜ ଠାରୁ ବାଦାମୀ ରଙ୍ଗର ପୋକ ଖାଆନ୍ତି । ପତ୍ର ହଳଦିଆ ହୁଏ, ଶୁଖିଯାଏ ଓ ବୃଦ୍ଧି ରୁଗୁଡିଆ ହୁଏ । ପତ୍ର ଉପରେ ମହୁ ବିନ୍ଦୁ ଓ କଳା ଫିମ୍ପି ସୃଷ୍ଟି ହୁଏ । ମକା ବ୍ୟତୀତ ସେମାନେ ଅନ୍ୟ ଘାସ ଓ ଶସ୍ୟକୁ ଆକ୍ରମଣ କରନ୍ତି ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ଆଖୁ

ଲକ୍ଷଣ

ଏହି ପୋକ ଗଛର ପତ୍ର ତଳେ ଦେଖାଯାଏ ଯେଉଁଠି ଏମାନେ ଗଛ ରସ ଶୋଷି ଖାନ୍ତି । ଏହା ପ୍ରଥମେ ପତ୍ରକୁ ହଳଦିଆ କରେ ଓ ପରେ ଶୁଖାଇଦିଏ ।କମ ପରିମାଣରେ ଆକ୍ରାନ୍ତ ହେଲେ , ପତ୍ର ଉପରେ ହଳଦିଆ ପେଚ ବା ତାଳି ଦେଖାଯାଏ । ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା କମିଯାଏ , ଫଳରେ ଗଛର ରୁଗୁଡିଆ ବୃଦ୍ଧି ହୁଏ । ଡିଆଁ ପୋକମାନେ ମଧ୍ୟ ମହୁବିନ୍ଦୁ ଛାଡନ୍ତି ଯାହା ପତ୍ର ଉପରେ ଏକ ଆବରଣ ଭଳି ରହେ । ଏହା ସୁବାଧାବାଦୀ କବକକୁ ଆକର୍ଷିତ କରେ ଯାହାର ବୃଦ୍ଧି ପତ୍ରକୁ କଳା କରିଦିଏ । ଏହା ଆଲୋକ ସଂଶ୍ଳେଷଣକୁ ଆହୁରି କମାଇଦିଏ, ଫାଳରେ ଅମଳ କମିଯାଏ । ଆଖୁ ବ୍ୟତୀତ , ଏମାନେ ମକା , କ୍ଷୁଦ୍ର ଶସ୍ୟ,ଧାନ , ବାର୍ଲି , ଯଅ , ଜୋୱାର , ବାଜରା ଏବଂ ଜଙ୍ଗଲି ଘାସକୁ ମଧ୍ୟ ଏହି ପୋକ ଆକ୍ରମଣ କରେ ।

Recommendations

ଜୈବିକ ନିୟନ୍ତ୍ରଣ

କେତେକ ପରଭକ୍ଷୀ ଅଣ୍ଡା ଓ ସୁକକୁ ଆକ୍ରମଣ କରେ । ଟେଟ୍ରାସ୍ତିଚସ ପାଇରିଲେ , ଚିଲୋନିଉରୋଷ ପାଇରିଲେ , ଉଏନ୍ସିର୍ଟସ ପାଇରିଲେ ,ଉଏନ୍ସିର୍ଟସ ପିପିଲିନସ ଓ ଆଗୋନିଆସ୍ପିସ ପାଇରିଲେ ଆଦି ଅଣ୍ଡା ପରଭକ୍ଷୀ ଅଟନ୍ତି । ନିମ୍ଫ ବା ଶୂକ ମାନେ ଲେସ୍ତୋଦ୍ରିନାଶ ପାଇରିଲେ ,ପାରିଲୋକ୍ସେନୋସ ଓମ୍ପାକ୍ଟସ , କ୍ଲୋରୋଦୃନସ ପାଲିଡସ , ଏପିରିକାନିଆ ମେଲାନୋଲୁକା ଆଦି ଦ୍ଵାରା ଆକ୍ରମିତ ହୁଅନ୍ତି । ଲେଡିବାର୍ଡ ର କେତେକ ପ୍ରଜାତି ଯଥା କୋକ୍ସିନେଲା ସେପ୍ଟେମ୍ପୁଙ୍କ୍ଟାଟା , ଉନଦେଶୀମପୁଙ୍କତାତା , ଚିଲ୍ଲୋମେନେସ ସେକ୍ସ୍ମାକୁଲାଟା , ବୃମାସ ସୁଚୂରାଳିଶ ଆଦି ଏହି ପୋକର ପରଭାଲ୍ଶୀ ଅଟନ୍ତି । ନିମ୍ବଓୟାଅ ବେଶିପୁଙ୍କ୍ଟାଟା , ଗୋନିୟପ୍ଟେରିକ୍ସ ପୁସାନା ଆଦି ଅଣ୍ଡା ପରଭକ୍ଷୀ ଅଟନ୍ତି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଏହି ପୋକ ପାଇଁ ମାଲଥିଆନ ଅଧିକ ଫଳପ୍ରସୂ ଅଟେ ।

ଏହାର କାରଣ କଣ

ପାଇରିଲା ପରପୁସିଲା ର ବୟସ୍କ ଯେଉଁମାନେ ବର୍ଷ ସାରା ପ୍ରଜନନ କରୁଥିବା ସକ୍ରିୟ ଡିଆଁ ପୋକ ଏବଂ ଗୋଟିଏ ଜମିରୁ ଅନ୍ୟ ଜମିକୁ ଯାଇପାରେ ଓ ଅଧିକ କ୍ଷତି କରେ । ବଯସ୍କମାନେ ଶାଗୁଆ ଠାରୁ ନଡା ରଙ୍ଗର ଅଟନ୍ତି ଏବଂ 7 ରୁ 8 ମିମି ଲମ୍ବା ଅଟନ୍ତି । ସେମାନେ ସାଧାରଣତଃ ଲାଗିପଡି ଖାଉଥାନ୍ତି ଓ ବାଧା ଦେଲେ ଖୁବ ଶୀଘ୍ର ଡେଇଁ ପଡନ୍ତି । ସେମାନଙ୍କର ଗୋଜିଆ ଶୁଣ୍ଢ ପାଟିକୁ ଲୁଚାଇଦିଏ ଯାହା ଗଛର ଟିସୁକୁ ଗେଞ୍ଜି ରସ ଶୋଷନ୍ତି। ଉଚ୍ଚ ଆର୍ଦ୍ରତା ଓ ଅତ୍ୟଧିକ ସାର ପ୍ରୟୋଗ ଯୋଗୁଁ ଗଛର ଦ୍ରୁତ ବୃଦ୍ଧି ଏହି ପୋକର ବିସ୍ତାର ଅନୁକୂଳ କରେ । ଅତ୍ୟଧିକ ଜଳସେଚନ କିମ୍ବା ବର୍ଷା ଋତୁର ମଧ୍ୟ ଏହାର ବିସ୍ତାରରେ ଅବଦାନ ଥାଏ ।


ସୁରକ୍ଷାତ୍ମକ ଉପାୟ

  • ପୋକ ଲକ୍ଷଣ ଜାଣିବା ପାଇଁ ଜମି ନିୟମିତ ନିରୀକ୍ଷଣ କରନ୍ତୁ । ଅମଳ ପରେ ସଂକ୍ରମିତ ଗଛ କାଢିଦିଅନ୍ତୁ ଓ ଜାଳି ଦିଅନ୍ତୁ । ବ୍ୟାପକ ସୀମା ଥିବା କୀଟନାଶକ ବ୍ୟବହାର କରନ୍ତୁ ନାହି । କାରଣ , ଏହା ଉପକାରୀ କୀଟ ଉପରେ ପ୍ରତିକୂଳ ପ୍ରଭାବ ପଡେ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ